ଟ୍ରକ୍ ସହ ୧୨ ଲକ୍ଷର ଗଞ୍ଜେଇ ଜବତ

Get real time updates directly on you device, subscribe now.

ବିଷମକଟକ: ଗାଡିÿମୋଟର ଯାଞ୍ଚ ବେଳେ ବିଷମକଟକ ପୁଲିସ୍ ହାତରେ ଧରାପଡିଛି ୨୪୦ କେଜି ଗଞ୍ଜେଇ । ଚାଲାଣରେ ବ୍ୟବହୃତ ଏକ ଟ୍ରକ୍କୁ ଜବତ କରାଯାଇଛି । ଡ୍ରାଇଭର ଫେରାର୍ ଥିବାରୁ କାହାରିକୁ ଗିରଫ କରାଯାଇ ନାହିଁ । ଜବତ ଗଞ୍ଜେଇର ମୂଲ୍ୟ ୧୨ ଲକ୍ଷରୁ ଅଧିକ ହେବ ବୋଲି ଆକଳନ କରିଛି ପୁଲିସ୍ । ଟ୍ରକ୍ର ମାଲିକ ପଶ୍ଚିମବଙ୍ଗ ମିଦ୍ନାପୁର ଅଞ୍ଚଳର ମନୋଜକୁମାର ଗିରି ବୋଲି ଏସ୍ଡିପିଓ ଆକାଶ ସାହୁ ସୂଚନା ଦେଇଛନ୍ତି ।
ପୁଲିସ୍ ସୂଚନା ଅନୁଯାୟୀ, ଶନିବାର ସ୍ଥାନୀୟ ଏସ୍ବିଆଇ ଛକରେ ଏସ୍ଆଇ ମଧୁସୂଦନ ଶର୍ମାଙ୍କ ନେତୃତ୍ୱରେ ଏକ ଟିମ୍ ଗାଡିମୋଟର ଯାଞ୍ଚ କରୁଥିଲା । ଏହି ସମୟରେ ରାୟଗଡାରୁ ଏକ ଟ୍ରକ୍(ଡବ୍ଲୁ୍ୟବି-୩୩ଏ-୩୫୭୭)କୁ ଅଟକାଇଥିଲା ପୁଲିସ୍ । ଗାଡିଟି ନଅଟକି ଦ୍ରୁତଗତିରେ ଚାଲିଯାଉଥିବା ଦେଖି ପୁଲିସ୍ ପିଛା କରିଥିଲା । ଗାଡିଟି ୨୦୦ ମିଟର ଯିବା ପରେ ଡ୍ରାଇଭର ଗାଡି ରଖି ଫେରାର୍ ହୋଇଯାଇଥିଲା । ପୁଲିସ୍ ଗାଡି ନିକଟରେ ପହଞ୍ଚି ଯାଞ୍ଚ କରିବା ବେଳେ ଟ୍ରକ୍ର ଡାଲାରେ ୧୨୦ଟି ପ୍ୟାକେଟ୍ ଥିବା ଦେଖିବାକୁ ପାଇଥିଲା । ଗଞ୍ଜେଇ ବୋଝେଇ ଟ୍ରକ୍କୁ ଜବତ କରି ଥାନାକୁ ଅଣାଯାଇଥିଲା । ମାଜିଷ୍ଟେ୍ରଟଙ୍କ ଉପସ୍ଥିତିରେ ଗଞ୍ଜେଇ ଓଜନ କରାଯାଇଥିଲା । ଏଥିରେ ମୋଟ ୨୪୦ କେଜି ଗଞ୍ଜେଇ ଥିବା ଜଣାପଡିଥିଲା । ଏ ସମ୍ପର୍କରେ ବିଷମକଟକ ଥାନାରେ ଡ୍ରାଇଭରଙ୍କ ବିରୋଧରେ ଏକ ଗଞ୍ଜେଇ ମାମଲା ରୁଜୁ ହୋଇଛି । ତଦନ୍ତ ଚାଲୁ ରହିଥିବା ଏସ୍ଡିପିଓ ଶ୍ରୀ ସାହୁ କହିଛନ୍ତି ।

ରିପୋର୍ଟ ବିଶ୍ୱବିଜୟୀ

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons