ଟ୍ରକ୍ ଧକ୍କାରେ ବୃଦ୍ଧା ମୃତ

Get real time updates directly on you device, subscribe now.

ପଟ୍ଟାଙ୍ଗି: ପଟ୍ଟାଙ୍ଗି ଥାନା ୨୬ ନମ୍ବର ଜାତୀୟ ରାଜପଥର ଯୋଡିମାଡିଲି ଗାଁ ବୁଲାଣିରେ ଏକ ଟ୍ରକ୍ ଧକ୍କାରେ ଜଣେ ବୃଦ୍ଧାଙ୍କ ମୃତୁ୍ୟ ହୋଇଛି । ମୃତ ବୃଦ୍ଧା ହେଲେ ରାଲେଗଡା ଗାଁର ଡିପାଲ ସିନାମୀ(୭୩) । ପୁଲିସ୍ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଏ ସମ୍ପର୍କରେ ସୁଙ୍କି ଫାଣ୍ଡିରେ ଏକ ମାମଲା ରୁଜୁ ହୋଇଛି । ତଦନ୍ତ ଚାଲୁ ରହିଥିବା ଫାଣ୍ଡି ଅଧିକାରୀ କହିଛନ୍ତି ।
ପୁଲିସ୍ ସୂଚନା ଅନୁଯାୟୀ, ରାଲେଗଡା ସଦର ପଞ୍ଚାୟତର ଡିପାଲ କୌଣସି କାମରେ ଚିଟାମପାଡ ଗାଁରେ ଥିବା ନିଜ ସମ୍ପର୍କୀୟଙ୍କ ଘରକୁ ଯାଇଥିଲେ । ଅପରାହ୍ଣରେ ସେ ଘରକୁ ଫେରୁଥିଲେ । ୨୬ ନମ୍ବର ଜାତୀୟ ରାଜପଥର ଯୋଡିମାଡିଲି ଗାଁ ନିକଟ ବୁଲାଣିରେ ଯାଉଥିବା ବେଳେ ବିଶାଖାପାଟଣାରୁ କୋରାପୁଟ ଅଭିମୁଖେ ଯାଉଥିବା ଏକ ଟ୍ରକ୍ ତାଙ୍କୁ ଧକ୍କା ଦେଇଥିଲା । ଡିପାଲଙ୍କ ଗୋଡ ଓ ହାତ ଉପରେ ଚକା ମାଡିଯାଇଥିଲା । ବୃଦ୍ଧାଙ୍କୁ ଧକ୍କା ଦେବାପରେ ଟ୍ରକ୍କୁ ନେଇ ଡ୍ରାଇଭର ଚମ୍ପଟ ମାରିବାକୁ ଉଦ୍ୟମ କରିବା ବେଳେ ନିକଟ ଜମିରେ କାମ କରୁଥିବା କେତେକ ଲୋକ ଗାଡିକୁ ଅଟକାଇବା ସହ ଦୁର୍ଘଟଣା ସମ୍ପର୍କରେ ପୂର୍ବତନ ବ୍ଲକ୍ ଅଧ୍ୟକ୍ଷା ବିମଳା ପାଙ୍ଗିକୁ ଫୋନ୍ରେ ଜଣାଇଥିଲେ । ସଙ୍ଗେ ସଙ୍ଗେ ବିମଳା ସେଟାରେ ପହଞ୍ଚି ସୁଙ୍କି ଫାଣ୍ଡିକୁ ଖବର ଦେବା ସହ ୧୦୮ ଆମ୍ବୁଲାନ୍ସକୁ ଫୋନ୍ କରିଥିଲେ । ସୁଙ୍କି ଫାଣ୍ଡି ପୁଲିସ୍ ପହଞ୍ଚି ଟ୍ରକ୍କୁ ଜବତ କରିବା ସହ ଡ୍ରାଇଭରକୁ କାବୁ କରିଥିଲେ । ଗୁରୁତର ଆହତ ହୋଇଥିବା ଡିପାଲଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସରେ ସ୍ଥାନୀୟ ଗୋÂୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ମୃତୁ୍ୟ ହୋଇଛି । ପୁଲିସ୍ ମେଡିକାଲ୍ରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି ।

ରିପୋର୍ଟ ସତ୍ୟ ନାରାୟଣ ସାହୁଙ୍କଠାରୁ

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons