ମାର୍ଚ୍ଚ ସୁଦ୍ଧା ଏୟାରଷ୍ଟିପରୁ ଉଡ଼ିବ ବିମାନ

Get real time updates directly on you device, subscribe now.

ଜୟପୁର: ଉଡାନ ଯୋଜନାରେ ଜୟପୁର ଏୟାରଷ୍ଟ୍ରିପରୁ ଉଡିବ ବିମାନ । ଚଳିତ ଆର୍ଥିକବର୍ଷ ଶେଷସୁଦ୍ଧା ଏଠାରୁ ବିମାନ ଉଡିବା ନେଇ ଶନିବାର ଭୁବନେଶ୍ୱରରେ ଏକ ଉଚ୍ଚସ୍ତରୀୟ ବୈଠକରେ ନିଷ୍ପତ୍ତି ହୋଇଛି । ରାଜ୍ୟ ସରକାର ଓ କେନ୍ଦ୍ର ବିମାନ ଚଳାଚଳ ମନ୍ତ୍ରାଳୟର ମିଳିତ ପ୍ରୟାସରେ ବିମାନ ଚଳାଚଳ କରିବ । ରାଜ୍ୟ ପରିବହନ ଓ ବାଣିଜ୍ୟ ବିଭାଗର ସଚିବ ମଧୁସୂଦନ ପାଢି ଓ କେନ୍ଦ୍ର ବିମାନଚଳାଚଳ ମନ୍ତ୍ରାଳୟର ସଚିବ ଉଷା ପାଢିଙ୍କ ମଧ୍ୟରେ ଆଲୋଚନା ପରେ ଏଭଳି ନିଷ୍ପତ୍ତି ହୋଇଥିବା ଜଣାପଡିଛି । ଅନ୍ୟପକ୍ଷରୁ ଏୟାରଷ୍ଟ୍ରିପର ରନ ୱେ କାମ ଶେଷ ହୋଇଯାଇଥିବାରୁ ବିମାନ ଉଡାଣ ନେଇ ସମସ୍ୟା ନାହିଁ ବୋଲି କହିଛନ୍ତି ସହକାରୀ ନିର୍ବାହୀ ଯନ୍ତ୍ରୀ ବିଜୟ ବେହେରା । ଦ୍ୱିତୀୟ ପର୍ଯ୍ୟାୟ ଉନ୍ନତିକରଣ କାମ ଚାଲିଛି । ଅଳ୍ପଦିନରେ ଏ ସବୁକାମ ଶେଷ ହୋଇଯିବ ବୋଲି ଶ୍ରୀ ବେହେରା କହିଛନ୍ତି ।
ଶ୍ରୀ ବେହେରା କହିଛନ୍ତି, ଏୟାରଷ୍ଟ୍ରିପ୍ର ଦ୍ୱିତୀୟ ପର୍ଯ୍ୟାୟ ସମ୍ପ୍ରସାରଣ କାର୍ଯ୍ୟ ଆରମ୍ଭ ହୋଇଛି । ପ୍ରଥମ ପର୍ଯ୍ୟାୟରେ ୧୬ କୋଟି ଟଙ୍କା ଖର୍ଚ୍ଚ କରାଯାଇଥିବା ବେଳେ ଦ୍ୱିତୀୟ ପର୍ଯ୍ୟାରେ ଖର୍ଚ୍ଚହେବ ୫୮ କୋଟି ଟଙ୍କା । ଏଥିରୁ ୪୩ କୋଟି ଟଙ୍କାର ସିଭିଲ କାମ ଓ ବଳକା ଟଙ୍କାରେ ଏୟାରଷ୍ଟ୍ରିପ ପାଇଁ ଦରକାର ପଡୁଥିବା ଯନ୍ତ୍ରାଂଶ କିଣାଯିବାର ବ୍ୟବସ୍ଥା ହୋଇଛି । ୩ ହଜାର ମିଟର ପାଚେରୀ କାମ ସମ୍ପୂର୍ଣ୍ଣ ହୋଇଛି, ଏହାସହ ରନୱେର ଲମ୍ବ ୯ ଶହ ମିଟରରୁ ୧୨ ମିଟର କରାଯାଇଛି ଏବଂ ଓସାର ୨୩ ମିଟରରୁ ୩୦ ମିଟର କରାଯାଇଛି । ଏଭିତରେ ଫାୟାର ବ୍ୟାରେକ୍ ଓ ଗ୍ୟାରେଜ କାମ ସମ୍ପୂର୍ଣ୍ଣ ହୋଇଯାଇଛି । ଏହାସହ ଏୟାରଷ୍ଟ୍ରିପ ପରିସରରେ ମାଟି ସମତଳ କରାଯାଇଛି । ଟର୍ମିନାଲରେ ଆବଶ୍ୟକ ବିଭିନ୍ନ ଯନ୍ତ୍ରାଂଶ ଖଞ୍ଜା ଯାଇଛି । ତେଲଟାଙ୍କି ମଧ୍ୟ ନିର୍ମାଣ ଶେଷ ହୋଇଯାଇଛି । ଦ୍ୱିତୀୟ ପର୍ଯ୍ୟାୟରେ ମିଳିଥିବା ଅନୁଦାନରେ ଉନ୍ନତିକରଣ କର୍ମଚାରୀଙ୍କ ପାଇଁ ୬ଟି ଇ ଟାଇପ କ୍ୱାର୍ଟର, ପୋଲିସ୍ ବ୍ୟାରେକ୍, ଓାର୍କସପ୍ ନିର୍ମାଣ କରାଯିବ । ଏଥିପାଇଁ କାମ ଆରମ୍ଭ ହୋଇଯାଇଛି । ଧାର୍ଯ୍ୟ ସମୟ ମଧ୍ୟରେ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ କରାଯିବ । ଏହି ଏୟାରଷ୍ଟ୍ରିପରୁ ଏବେ ଛୋଟ ବିମାନ ଚଳାଚଳରେ ସମସ୍ୟା ନାହିଁ । ଲାଇସେନ୍ସ ପାଇଁ ଆବେଦନ କରାଯାଇଛି । ଏହା ମଞ୍ଜୁର ହେଲା ପରେ ଧାର୍ଯ୍ୟ ଫି’ ଦାଖଲ କରାଯିବ । ଏଥିପାଇଁ ବିଭାଗ ପ୍ରସ୍ତୁତ ରହିଛି ବୋଲି ଶ୍ରୀ ବେହେରା କହିଛନ୍ତି ।
ସୂଚନାଥାଉକି, ଚଳିତ ବର୍ଷ ଫେବ୍ରୁଆରୀରେ ପରିବହନ ଓ ବାଣିଜ୍ୟ ବିଭାଗ ସଚିବ ମଧୁସୂଦନ ପାଢି ଜୟପୁର ଏୟାରଷ୍ଟ୍ରିପ ପରିଦର୍ଶନରେ ଆସିଥିଲେ । ଜିଲ୍ଲାପାଳଙ୍କ ସହ ପୂର୍ତ୍ତ ବିଭାଗ, ଜଳସେଚନ ବିଭାଗ ଓ ରାଜସ୍ୱ ବିଭାଗ ଅଧିକାରୀଙ୍କ ସହ ସମୀକ୍ଷା କରିଥିଲେ । ପରିଦର୍ଶନ ପରେ ଗଣମାଧ୍ୟମକୁ ଶ୍ରୀ ପାଢି କହିଥିଲେ,୨ସି ଏୟାରଷ୍ଟ୍ରିପ ହୋଇଥିବାରୁ ୧୯ ସିଟ୍ ବିଶିଷ୍ଟ ବିମାନ ଚଳାଚଳରେ ସମସ୍ୟା ନାହିଁ । ବିମାନଚଳାଚଳ ଲାଇସେନ୍ସ ପାଇଁ ଆବେଦନ କରାଯିବ । ବିମାନଚଳାଚଳ ପାଇଁ ବିଡ୍ ଆହ୍ୱାନ କରାଯିବ । ଯେଉଁସଂସ୍ଥା ବିଡରେ ଭାଗ ନେଇ ଯୋଗ୍ୟତା ହାସଲ କରିବ, ସେହି ସଂସ୍ଥା ବିମାନ ଚଳାଚଳ କରିବ ।

ରିପୋର୍ଟ ସତ୍ୟ ନାରାୟଣ ସାହୁଙ୍କଠାରୁ

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons