୧୨୫୩କେଜି ଗଞ୍ଜେଇ ଜବତ ପ୍ରସଙ୍ଗ: ସଦର ପୁଲିସକୁ ଡିଜିପିଙ୍କ ପ୍ରଶଂସା

Get real time updates directly on you device, subscribe now.

ଜୟପୁର: ରାଜ୍ୟ ବାହାରକୁ ଚାଲାଣ ପୂର୍ବରୁ ସଦର ପୁଲିସ ଜବତ କରିଥିବା କୋଟିଏରୁ ଅଧିକ ଟଙ୍କାର ଗଞ୍ଜେଇ ଜବତ ପ୍ରସଙ୍ଗରେ ଡିଜିପି ଅଭୟ ଟୁଇଟ୍ କରିଛନ୍ତି । ସଦର ପୁଲିସର କାର୍ଯ୍ୟଦକ୍ଷତାକୁ ପ୍ରଶଂସା କରିଛନ୍ତି । ନାର୍କୋଟିକ୍ ଡ୍ରଗ୍ ଚାଲାଣ ରୋକିବା ଏବଂ କାରବାରରେ ୨ ଜଣଙ୍କୁ ଗିରଫ ସହ ଦେଶୀ ପିସ୍ତଲ, ଗାଡ଼ି ଜବତ କରିବା ପ୍ରଶଂସନୀୟ ବୋଲି କହିଛନ୍ତି । ଏହାଦ୍ୱାରା ପୁଲିସ କର୍ମଚାରୀଙ୍କ ମନୋବଳ ବଢୁଛି ବୋଲି ଏସ୍ଡିପିଓ ଅରୂପ ଅଭିଶେକ ବେହେରା କହିଛନ୍ତି ।
ଶ୍ରୀ ବେହେରା କହିଛନ୍ତି, ଗତ ୨ ତାରିଖ ରାତିରେ ସଦର ଥାନା କର୍ମଚାରୀ ଏକ କୋଟି ୨୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ କରିଥିଲା । ୨ ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଥିବା ବେଳେ ଅନ୍ଧାରର ସୁଯୋଗ ନେଇ ଅନ୍ୟ ୯ ଜଣ ଫେରାର ହୋଇଯାଇଥିଲେ । ଗଞ୍ଜେଇ ମାଫିଆଙ୍କ ପାଖରୁ ୨ଟି ବାଇକ୍, ଗୋଟିଏ ଭ୍ୟାନ ସହ ପିସ୍ତଲ ଏବଂ ୪ଟି ମୋବାଇଲ୍ ଜବତ କରାଯାଇଥିଲା । ଏହା ସଦର ପୁଲିସର କାର୍ଯ୍ୟଦକ୍ଷତାକୁ ଦର୍ଶାଇଛି । ପୁଲିସ ବିଭାଗ ମୁଖ୍ୟ ଶ୍ରୀ ଅଭୟଙ୍କ ଟୁଇଟ୍ ସମସ୍ତ କର୍ମଚାରୀଙ୍କୁ ଅଧିକ ଉତ୍ସାହିତ କରିଛି । ଉପରିସ୍ଥ ଅଧିକାରୀଙ୍କ ସାବାସୀ ସବୁବେଳେ ମନୋବଳ ବଢାଇଥାଏ । ଅସାମାଜିକଙ୍କୁ ସାବାଡ୍ କରିବା ଆଗକୁ ଜାରି ରହିବ ବୋଲି ସେ କହିଛନ୍ତି ।

ରିପୋର୍ଟ ସତ୍ୟ ନାରାୟଣ ସାହୁଙ୍କଠାରୁ

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons