ବାଇକରୁ ପଡ଼ି ୨ ଆହତ

Get real time updates directly on you device, subscribe now.

ପଟ୍ଟାଙ୍ଗି:ସେମିଳିଗୁଡା ଥାନା କୁତୁଗାଁ ଛକ ନିକଟ ବୁଲାଣିରେ ସୋମବାର ଏକ ବାଇକ୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏଥିରେ ଦୁଇଜଣ ଆହତ ହୋଇଛନ୍ତି । ଜଣଙ୍କ ଅବସ୍ଥା ଗୁରୁତର ରହିଛି । ଏ ଦୁହେଁ ହେଲେ ସୁନାବେଡା ଟାଉନସିପ୍ର ମିଟୁ(୪୬) ଓ ଭଗବତୀ ପ୍ରସାଦ ପଣ୍ଡା(୪୮) । ମିଟୁଙ୍କ ଅବସ୍ଥା ଗୁରୁତର ରହିଛି । ତାଙ୍କୁ କୁନ୍ଦୁଲି ଗୋÂୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି ।
ଜାତୀୟ ରାଜପଥ ୨୬ ଉପରେ ଅପରାହ୍ଣ ସାଢେ ୬ ଟାରେ ଏହି ଦୁର୍ଘଟଣା ଘଟିଛି । ମିଟୁ ଓ ଭଗବତୀ ଏକ ବାଇକ(ଓଆର୧୦ଜି ୬୫୫୬) ରେ କୌଣସି କାମରେ କୁନ୍ଦୁଲିସ୍ଥିତ ହାଟପଦାକୁ ଯାଇଥିଲେ । ସେଠାରେ କାମ ସାରି ଫେରୁଥିବାବେଳେ କୁତୁଗାଁ ଛକ ନିକଟରେ ଭାରସାମ୍ୟ ହରାଇ ପଡି ଯାଇଥିଲେ । କେତେଜଣ ବାଟୋଇ ଏମାନଙ୍କୁ ଦେଖି ଉଦ୍ଧାର କରିଥିଲେ । ପରେ ଏକ ଅଟୋ ଯୋଗେ ମିଟୁଙ୍କୁ ମେଡିକାଲ ପଠାଇଥିଲେ ।

ରିପୋର୍ଟ ସତ୍ୟ ନାରାୟଣ ସାହୁଙ୍କଠାରୁ

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons