ତିନିଟି ବାଘ ଛାଲ, ଦାନ୍ତ ଓ ନଖ ଜବତ

Get real time updates directly on you device, subscribe now.

ମ.ରାମପୁର: କଳାହାଣ୍ଡି ଜିଲ୍ଲାରେ ଆଜି ଏକ ବଡ଼ ଧରଣର ବାଘ ଛାଲ ରାକେଟ୍ର ପର୍ଦ୍ଧାଫାସ ହୋଇଛି । ଓଡ଼ିଶା, ଛତିଶଗଡ଼ ଏବଂ କେନ୍ଦ୍ରୀୟ ମଧ୍ୟ ବନବିଭାଗର ଏକ ସ୍ୱତନ୍ତ୍ର ଟିମ୍ ଏହି ଗ୍ୟାଙ୍ଗକୁ କାବୁ କରିବା ସହ ୪ ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଛି । ସେମାନଙ୍କଠାରୁ ୩ଟି ବାଘ ଛାଲ, ଗୋଟିଏ ଦାନ୍ତ ଏବଂ ଗୋଟିଏ ନଖ ଜବତ କରିଛି । ଗିରଫ ଚାରିଜଣ ଯାକ କଳାହାଣ୍ଡି ଜିଲ୍ଲାର ବୋଲି ଜଣାପଡ଼ିଛି । ଅଭିଯୁକ୍ତମାନେ ହେଲେ ମ.ରାମପୁରର ମନୋଜ ବେହେରା, ନର୍ଲାର ନରୋତ୍ତମ ଭୋଇ, ବଫଲା ଗାଁର ରଙ୍ଗା ଚରଣ ଭୋଇ ଏବଂ ଅମାଠର କାର୍ତ୍ତିକ ରଣା । ଆସନ୍ତାକାଲି ସମସ୍ତଙ୍କୁ କୋର୍ଟଚାଲାଣ କରାଯିବ ବୋଲି ମ.ରାମପୁର ରେଞ୍ଜ ଅଧିକାରୀ ସୂଚନା ଦେଇଛନ୍ତି ।
ରେଞ୍ଜ ଅଧିକାରୀଙ୍କ ସୂଚନାମତେ, କଳାହାଣ୍ଡି ଜିଲ୍ଲାରୁ ବାଘ ଛାଲ, ନଖ ଏବଂ ଦାନ୍ତ ବିକ୍ରି ହେବାକୁ ଯାଉଥିବା ବାହାର ରାଜ୍ୟର ଜଣେ ଗ୍ରାହକ ପାଖରୁ ଖବର ମିଳିଥିଲା । ରାକେଟ୍କୁ କାବୁ କରିବା ଲାଗି ଏହାପରେ ପ୍ରସ୍ତୁତ ହୋଇଥିଲା ବ୍ଲୁପ୍ରିଣ୍ଟ । କେନ୍ଦ୍ରୀୟ ମଧ୍ୟ କ୍ଷେତ୍ର ବନ୍ୟ ପ୍ରାଣୀ ନିୟନ୍ତ୍ରଣ ବିଭାଗ, ଛତିଶଗଡ଼ ବନ ବିଭାଗ ଆଉ ଓଡ଼ିଶା ବନ ବିଭାଗର ଏହି ସ୍ୱତନ୍ତ୍ର ଟିମ୍ କଳାହାଣ୍ଡିରେ ମିଳିତ ଚଢ଼ଉ କରିଥିଲେ । ଚଢ଼ଉ ବେଳେ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଥିଲା ଟିମ୍ । ଏକ ବାଇକ୍ରେ ବାଘ ଛାଲ ଯାଉଥିବା ପ୍ରଥମେ ଖରିଆର ଓ ମ.ରାମପୁର ବନ ବିଭାଗ ଖବର ପାଇଥିଲେ । କଳାହାଣ୍ଡି ଜିଲ୍ଲା ପଲମ ନିକଟରୁ ବାଇକରେ ବାଘ ଦାନ୍ତ ଠାବ କରି ଦୁଇଜଣଙ୍କୁ ଗିରଫ କରିଥିଲେ । ସେମାନଙ୍କଠାରୁ ସୂଚନା ପାଇ ଅନ୍ୟ ଅଭିଯୁକ୍ତମାନଙ୍କୁ ଗିରଫ କରାଯାଇଥିଲା । ଏହି ଚଢ଼ଉରେ ମ.ରାମପୁର ରେଞ୍ଜ ଅଧିକାରୀ ଅସିତ ଦାଶଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ । ତେବେ ଜିଲ୍ଲାରୁ ଏକ ବଡ଼ ଧରଣର ବାଘଛାଲ ରାକେଟ୍କୁ ଠାବ କରାଯାଇଛି ବୋଲି ରେଞ୍ଜ ଅଧିକାରୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

ରିପୋର୍ଟ ବିଶ୍ୱବିଜୟୀ

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons