ବ୍ରହ୍ମପୁର-ଭଞ୍ଜନଗର ରେଳପଥ ନିର୍ମାଣ ଦାବି

Get real time updates directly on you device, subscribe now.

ଭଞ୍ଜନଗର: ବିଜେପି ଘୁମୁସର ସାଂଗଠନିକ ଜିଲ୍ଲାର ୨ୟ କାର୍ଯ୍ୟାକରିଣୀ ବୈଠକ ଭାର୍ଚୁଆଲ୍ ମାଧ୍ୟମରେ ଅନୁÂିତ ହୋଇଛି । ବୈଠକରେ ଘୁମୁସର ସାଂଗଠାନିକ ଜିଲ୍ଲା ସଭାପତି ଗୋକୁଳାନନ୍ଦ ମଲ୍ଲିକ ଅଧ୍ୟକ୍ଷତା କରିଥିଲେ । ରାଜ୍ୟ ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତ ସିଂହାର ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିଲେ । ରାଜ୍ୟ ଓବିସି ମୋର୍ଚ୍ଚା ସଭାପତି ତଥା ଘୁମୁସର ଜିଲ୍ଲା ପ୍ରଭାରୀ ସୁରଥ ବିଶ୍ୱାଳ ଓ ରାଜ୍ୟ ଉପସଭାନେତ୍ରୀ ଅନୀତା ପ୍ରିୟଦର୍ଶିନୀ ବୈଠକରେ ଅଂଶଗ୍ରହଣ କରିଥିଲେ । ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପୃଥୀବିରାଜ ମହାପାତ୍ର ଏକ ରାଜନୈତିକ ଚିଠା ପ୍ରସ୍ତାବ ଆଗତ କରିଥିଲେ । ଏହାକୁ ଯୁବମୋର୍ଚ୍ଚା ସଭାପତି ପ୍ରମୋଦ ପଣ୍ଡା ଏଡାକୁ ସମର୍ଥନ କରିଥିଲେ ।
ଆସିକା-ଭଞ୍ଜନଗର ରାସ୍ତାକୁ ଦୁଇଥାକିଆ କରିବା ପାଇଁ କେନ୍ଦ୍ର ସରକାର ଅର୍ଥ ମଞ୍ଜୁର କରିଥିବାରୁ କାର୍ଯ୍ୟକାରିଣୀରେ ଧନ୍ୟବାଦ ଅର୍ପଣ କରାଯାଇଥିଲା । ସେପରି ବ୍ରହ୍ମପୁର-ଭଞ୍ଜନଗର-ରେଢ଼ାଖୋଲ ରେଳପଥର ତ୍ୱାରାନ୍ୱିତ ହୋଇନଥିବାରୁ ରାଜ୍ୟ ସରକାରଙ୍କ ଅପାରଗତାକୁ ଦର୍ଶାଉଛି ବୋଲି କହିଥିଲେ । ନିକଟରେ ବରିÂ ନେତା ଧର୍ମେନ୍ଦ୍ର ପ୍ରଧାନଙ୍କୁ ଗୁରୁତ୍ୱପୂର୍ଣ୍ଣ ଶିକ୍ଷା ମନ୍ତ୍ରଣାଳୟ, ଅଶ୍ୱିନୀ ବୈଷ୍ଣବଙ୍କୁ ରେଳମନ୍ତ୍ରୀ ଓ ବିଶ୍ୱେଶ୍ୱର ଟୁଡୁଙ୍କୁ ଆଦିବାସୀ ବ୍ୟାପାର ମନ୍ତ୍ରୀଭାବେ ଗୁରୁଦାୟିତ୍ୱ ଦିଆଯାଇଛି । ଏଥିପାଇଁ କାର୍ଯ୍ୟକାରିଣୀରେ କେନ୍ଦ୍ର ସରକାର ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଅଭିନନ୍ଦନ ଜଣାଇବା ସହ ଧନ୍ୟବାଦ ପ୍ରଦାନ କରାଯାଇଛି ।
କାର୍ଯ୍ୟକାରିଣୀରେ ବିଧାୟକ ପ୍ରାର୍ଥୀ ଗୋକୂଳା ନନ୍ଦ ମଲ୍ଲିକ, କାର୍ଯ୍ୟକାରିଣୀ ସଦସ୍ୟ, ମଣ୍ଡଳ ସଭାପତି, ମୋର୍ଚ୍ଚା ସଭାପତିଙ୍କ ସମେତ ଲକ୍ଷ୍ମଣ ପଣ୍ଡା, ଜୟନ୍ତୀ ପଢ଼ିଆରୀ, ମହେଶ ମହାନ୍ତି, ପ୍ରଦୁ୍ୟମ୍ନ ନାୟକ, ବିନାୟକ ତ୍ରିପାଠୀ, ଅରୁଣ ପଣ୍ଡା, ଶିଶିର ମିଶ୍ର, ସୂର୍ଯ୍ୟନାରାୟଣ ଦାଶ ପ୍ରମୁଖ ଅଂଶଗ୍ରହଣ କରିଥିଲେ । ଜିଲ୍ଲା ଉପସଭାପତି ପ୍ରଭାକର ପଣ୍ଡା, ସାଧାରଣ ସମ୍ପାଦକ ଅନୀଲ ପଣ୍ଡା, ନାରାୟଣ ବେହେରା ପ୍ରମୁଖ ମଞ୍ଚ ପରିଚାଳନା କରିଥିଲେ । ଶେଷରେ ସାଧାରଣ ସମ୍ପାଦକ ରଞ୍ଜନରାଉତ ଧନ୍ୟବାଦ ଅର୍ପଣ କରିଥିଲେ । ବିଜେପି ରାଜ୍ୟ କୃଷକ ମୋର୍ଚ୍ଚା ପ୍ରଭାରୀ ତଥା ମିଡିଆ ସଂଯୋଜକ ପ୍ରଦୀପ କୁମାର ସାହୁ ପ୍ରେସ ବିବୃତ୍ତିରେ ସୂଚନା ଦେଇଛନ୍ତି ।

ରିପୋର୍ଟ ବିଶ୍ୱବିଜୟୀ

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons