ଗଛରେ ପିଟିହେଲା କାର୍

Get real time updates directly on you device, subscribe now.

ନୟାଗଡ : ଗଛରେ ପିଟି ହୋଇ ବିଲରେ ଖସି ପଡ଼ିଲା କାର୍‌। ଜଣଙ୍କର ଜୀବନ ଚାଲିଗଲା ଓ ଆଉ ଦୁଇ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଏହି ଦୁର୍ଘଟଣା ଘଟିଛି ନୟାଗଡ଼ ଜିଲ୍ଲା ଦଶପଲ୍ଲାର ଭୋଗରା ଛକ ନିକଟରେ। ସୂଚନା ଅନୁଯାୟୀ, ୩ ଜଣ ଯୁବକ କାର୍ ଯୋଗେ ଫୁଲବାଣୀରୁ ଭୁବନେଶ୍ୱର ଯାଉଥିଲେ। ସେମାନେ ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥରେ ଯାଉଥିବା ବେଳେ ଭୋଗରା ଛକ ନିକଟରେ କାର୍‌ଟି ଭାରସାମ୍ୟ ହରାଇ ଏକ ଗଛରେ ପିଟି ହୋଇଥିଲା। ଗଛରେ ପିଟି ହେବା ପରେ କାର୍‌ଟି ରାସ୍ତାକଡ଼ରେ ଥିବା ଜମିରେ ଯାଇ ପଡ଼ିଥିଲା। ଖବର ପାଇଁ ଦଶପଲ୍ଲା ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ସମସ୍ତ ଆହତଙ୍କୁ ଉଦ୍ଧାର କରି ଦଶପଲ୍ଲା ଡାକ୍ତରଖାନା ପଠାଇଥିଲା। ସେଠାରେ ଡାକ୍ତର ଜଣଙ୍କୁ ମୃତ ଘୋଷଣା କରିଥିବା ବେଳେ ଅନ୍ୟ ଦୁଇ ଜଣ ଗୁରୁତର ଅଛନ୍ତି ଓ ସେମାନଙ୍କ ଚିକିତ୍ସା ଚାଲିଛି।

ରିପୋର୍ଟ ବିଶ୍ୱବିଜୟୀ

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons