ବଜ୍ରପାତରେ ଚାଷୀ ମୃତ, ୨ ଗୁରୁତର

Get real time updates directly on you device, subscribe now.

ପରଜଙ୍ଗ: ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ୍ ଗଡ଼ପଳାଶୁଣି ଗାଁରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି । ଚାଷ କରୁଥିବା ବେଳେ ବଜ୍ରପାତ ହେବାରୁ ଜଣେ ଚାଷୀଙ୍କ ମୃତୁ୍ୟ ହୋଇଛି । ମୃତକ ହେଲେ ଗଡ଼ପଳାଶୁଣି ମୁଣ୍ଡାସାହିର ରାଜୁ ଲମେଇ(୩୫) । ଗ୍ରାମର ସୁଶାନ୍ତ ମୁଦୁଲି(୪୮) ଓ ପ୍ରାଣବନ୍ଧୁ ବେହେରା(୬୦) ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି ।
ସୂଚନା ଅନୁଯାୟୀ, ଆଜି ମଧ୍ୟାହ୍ନରେ ପାୱାର ଟିଲର ସହାୟତାରେ ରାଜୁ ବିଲରେ ହଳ ଧରୁଥିବା ବେଳେ ବର୍ଷା ସହ ବଜ୍ରପାତ ହୋଇଥିଲା । ବଜ୍ରାଘାତରେ ରାଜୁ ବିଲରେ ଟଳି ପଡ଼ିଥିଲେ । ନିକଟରେ ଅନ୍ୟ ଏକ ବିଲରେ ତଳି ମାରୁଥିବା ସୁଶାନ୍ତ ଓ ପ୍ରାଣବନ୍ଧୁ ଚେତାଶୂନ୍ୟ ହୋଇ ପଡ଼ିଯାଇଥିଲେ । ଆଖପାଖରେ ଥିବା ଲୋକମାନେ ସେମାନଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ପରଜଙ୍ଗ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ରାଜୁଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ଅନ୍ୟମାନଙ୍କୁ ପ୍ରାଥମିକ ଚିକିତ୍ସା ପରେ ସେମାନଙ୍କୁ ତାଳଚେର ଉପଖଣ୍ଡ ସ୍ୱାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଥିବା ଜଣାଯାଇଛି । ପୁଲିସ ରାଜୁଙ୍କ ଶବ ଜବତ କରି କାମାକ୍ଷାନଗର ଡାକ୍ତରଖାନାରେ ବ୍ୟବଚ୍ଛେଦ କରାଇବା ସହ ଏକ ଅପମୃତୁ୍ୟ ମାମଲା ରୁଜୁ କରିଛି ।

ରିପୋର୍ଟ ବିଶ୍ୱବିଜୟୀ

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons