କଟକ: କଟକରୁ ଆନ୍ତଃରାଜ୍ୟ ସୁନା ରାକେଟ୍ ହୋଇଛି ଠାବ। ବେଆଇନ ସୁନା କାରବାର ମାମଲାରେ ହୋଇଛି ଗିରଫ ହୋଇଛନ୍ତି ୨ ଅଭିଯୁକ୍ତ। ସେମାନଙ୍କ ନିକଟରୁ ୨ କେଜି ସୁନା ଜବତ ହୋଇଛି । ଏହି ଘଟଣାରେ ଅନ୍ୟ କାହାର ସମ୍ପୃକ୍ତି ରହିଛି କି ନାହିଁ ସେ ନେଇ ତଦନ୍ତ ଜାରି ରଖିଛି ପୋଲିସ। ମିଳିଥିବା ସୂଚନା ଅନୁସାରେ, ପଞ୍ଜାବରୁ ସୁନା ଆଣି କଟକରେ ଯୋଗାଉଥିଲେ ଅଭିଯୁକ୍ତ । ଜିଏସଟି ଫାଙ୍କିବାକୁ ଅମୃତସରରୁ ସୁନା ଆଣି କଟକ ନୟାସଡ଼କରେ ବିକ୍ରି କରୁଥିବାର ଜଣାପଡିଛି। ବିକ୍ରି ବେଳେ କଟକ କମିସନରେଟ ପୋଲିସ ବେଆଇନ୍ ସୁନା କାରବାର ରାକେଟକୁ ଧରିଥିଲା। ଅଭିଯୋଗରେ ଜଣେ ସ୍ଥାନୀୟ ବ୍ୟବସାୟୀଙ୍କୁ ଅଟକ ରଖିଛି ପୋଲିସ । ଜବତ ୨ କେଜି ସୁନାର ଆନୁମାନିକ ମୂଲ୍ୟ ୮୪ ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି ।
ରିପୋର୍ଟ ବିଶ୍ୱବିଜୟୀ
Comments are closed, but trackbacks and pingbacks are open.