ଆଡପ ମଣ୍ଡପରେ ଶ୍ରୀଜିଉଙ୍କ ବନକଲାଗି ନୀତି

Get real time updates directly on you device, subscribe now.

ପୁରୀ : ଆଡପ ମଣ୍ଡପରେ ଚାଲିଛି ଚତୁର୍ଦ୍ଧାମୂର୍ତ୍ତିଙ୍କ ନୀତିକାନ୍ତି। ଆଜି ଆଷାଢ ଶୁକ୍ଳ ପଞ୍ଚମୀ ମାସନ୍ତ ତିଥି ଥିବାରୁ ଶ୍ରୀଜିଉଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ରୀତିନୀତି ଅନୁଯାୟୀ ଦ୍ୱିତୀୟ ଭୋଗ ମଣ୍ଡପରେ ଭୋଗ ସମ୍ପନ୍ନ ହେବା ପରେ ଶ୍ରୀଜିଉଙ୍କ ବନକଲାଗି ବା ଶ୍ରୀମୁଖ ସିଂହାର ନୀତି ସମ୍ପନ୍ନ ହେବ। ଦତ୍ତ ମହାପାତ୍ର ସେବକମାନେ ମହାପ୍ରଭୁଙ୍କ ଏହି ଗୁପ୍ତନୀତି ସମ୍ପାଦନ କରିବେ। କଳା, ଧଳା, ନାଲି, ହରିତାଳ ଓ ହିଙ୍ଗୁଳ ଆଦି ପାରମ୍ପରିକ ରଙ୍ଗରେ ଶ୍ରୀଜିଉଙ୍କ ଶ୍ରୀମୁଖ ଶୃଙ୍ଗାର କରାଯିବ। ଆସନ୍ତାକାଲି ହେରାପଞ୍ଚମୀ ନୀତି ଅନୁଷ୍ଠିତ ହେବ।
ଶ୍ରୀମନ୍ଦିର ଭଳି ଗୁଣ୍ଡିଚା ମନ୍ଦିରରେ ମଧ୍ୟ ଅବଢ଼ା, କାନିକା, ଖେଚୁଡ଼ି, ଘି ଅନ୍ନ, ଡାଲି, ଡାଲମା, ବେସର, ମହୁର, ଶାଗ ଓ ଖଟା ଆଦି ବିବିଧ ବ୍ୟଞ୍ଜନ ଭୋଗ କରାଯାଇ ଭକ୍ତମାନଙ୍କୁ ଯୋଗାଇ ଦିଆଯିବାର ବ୍ୟବସ୍ଥା ହୋଇଥିଲା । ଅବଢ଼ା ଯୋଗାଇବା ପାଇଁ ବ୍ୟବସ୍ଥା ହୋଇଥିବା ନିର୍ମିତ ସେଡ୍‌ରେ ସାମାଜିକ ଦୂରତା ରକ୍ଷା ପୂର୍ବକ ଚୌକି ପକାଯାଇଥିଲା । ଏହି ଅବସରରେ ଭକ୍ତମାନେ ମନ୍ଦିର ବାହାରେ ବ୍ରାହ୍ମଣ ଭୋଜନ କରାଇଥିଲେ । ରଥଯାତ୍ରା ଅବସରରେ ଆଡ଼ପ ଅବଢ଼ା ବ୍ରାହ୍ମଣମାନଙ୍କୁ ଭୋଜନ କରାଇଲେ ପିତୃପୁରୁଷଙ୍କ ସନ୍ତୁଷ୍ଟି ବିଧାନ ହୋଇଥାଏ ବୋଲି ବିଶ୍ୱାସ ରହିଛି ।

ରିପୋର୍ଟ ବିଶ୍ୱବିଜୟୀ

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons