ଜିଲ୍ଲା ନେତାଙ୍କ ସହ ପ୍ରଣବଙ୍କ ଆଲୋଚନା

Get real time updates directly on you device, subscribe now.

କୋରାପୁଟ: ଆଗକୁ ପଞ୍ଚାୟତ ନିର୍ବାଚନ । ଏହାକୁ ଆଖିରେ ରଖି ବିଜେଡି ଜିଲ୍ଲାରେ ଆଗୁଆ ଅଣ୍ଟା ଭିଡ଼ିଛି । ଦଳର ରାଜ୍ୟ ସାଧାରଣ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଆଜି କୋରାପୁଟ ଜିଲ୍ଲା ଗସ୍ତରେ ଆସି ଦଳୀୟ ନେତାଙ୍କ ସହ ଗୁଗୁଲ୍ ମିଟ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରିଛନ୍ତି । ତୃଣମୂଳ ସଙ୍ଗଠନକୁ କିପରି ଅଧିକ ସୁଦୃଢ଼ କରାଯିବ ତା ଉପରେ ଅଧିକ ଗୁରୁତ୍ୱ ଦେଇଛନ୍ତି ।
କୋରାପୁଟ ସର୍କିଟ ହାଉସରେ ପ୍ରଥମେ ଶ୍ରୀ ଦାସଙ୍କୁ ଦଳ ପକ୍ଷରୁ ସ୍ୱାଗତ କରାଯାଇଥିଲା । ଜିଲ୍ଲା ସଭାପତି ଈଶ୍ୱର ଚନ୍ଦ୍ର ପାଣିଗ୍ରାହୀ, ଜିଲ୍ଲା ପର୍ଯ୍ୟବେକ୍ଷକ ଚନ୍ଦ୍ରସାରଥି ବେହେରା, ମନ୍ତ୍ରୀ ପଦ୍ମିନୀ ଦିଆନ, ପୂର୍ବତନ ମନ୍ତ୍ରୀ ରବି ନାରାୟଣ ନନ୍ଦ, କୋରାପୁଟ ବିଧାୟକ ରଘୁରାମ ପଡ଼ାଲ, ଲକ୍ଷ୍ମୀପୁର ବିଧାୟକ ପ୍ରଭୁ ଜାନୀ, ପଟ୍ଟାଙ୍ଗି ବିଧାୟକ ପୀତମ ପାଢ଼ି, ପୂର୍ବତନ ବିଧାୟକ ପ୍ରଫୁଲ୍ଲ ପାଙ୍ଗି, ଜିଲ୍ଲା ଯୁବ ସଭାପତି ଅମିତ ଅଗ୍ରୱାଲ, ପୂର୍ବତନ ସାଂସଦ ଝିନ୍ନ ହିକକା, ଜୋନାଲ ମହିଳା ମୋର୍ଚ୍ଚା ସଭାନେତ୍ରୀ ରିତା ପାଣିଗ୍ରାହୀଙ୍କ ସହ ବହୁ ଜିଲ୍ଲାସ୍ତରୀୟ ନେତୃବୃନ୍ଦ ଉପସ୍ଥିତ ଥିଲେ । ଆଗାମୀ ପଞ୍ଚାୟତ ନିର୍ବାଚନ ଉପରେ ଶ୍ରୀ ଦାସ ସକାଳେ ବହୁ ସମୟ ଧରି ବରିÂ ନେତା ଶ୍ରୀ ନନ୍ଦ, ଶ୍ରୀ ପାଣିଗ୍ରାହୀ ଏବଂ ଶ୍ରୀ ବେହେରାଙ୍କ ସହ ଆଲୋଚନା କରିଥିବା ଜଣାପଡିଛି ।
ଜୟପୁରରେ ଦଳୀୟ ଜୋନାଲ କାର୍ଯ୍ୟାଳୟକୁ ଉଦ୍ଘାଟନ କରି ରାଜ୍ୟ ସମ୍ପାଦକ ଶ୍ରୀ ଦାସ ଜିଲ୍ଲାର ତୃଣମୂଳ ନେତାମାନଙ୍କ ସହିତ ଗୁଗୁଲ୍ ମିଟ ମାଧ୍ୟମରେ ଆଲୋଚନା କରିଛନ୍ତି । ଜିଲ୍ଲାସଭାପତି ଶ୍ରୀ ପାଣିଗ୍ରାହୀ କହିଛନ୍ତି, ଆଗାମୀ ପୌର ଓ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପୂର୍ବରୁ ଜିଲ୍ଲାର ତୃଣମୂଳ ନେତାମାନଙ୍କ ସହିତ ଶ୍ରୀ ଦାସ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରିଛନ୍ତି । ଜିଲ୍ଲାରେ ବିଜେଡିର ସାଙ୍ଗଠନିକ ସ୍ଥିତି ଅନୁଧ୍ୟାନ କରିଛନ୍ତି । ଆଗକୁ କର୍ମୀମାନେ କିଭଳି ଅଧିକ ସଙ୍ଗଠିତ ହୋଇ କାମ କରିବେ, ସେ ଉପରେ ଗୁରୁମନ୍ତ୍ର ଦେଇଛନ୍ତି । ରାଜ୍ୟ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ସମ୍ପର୍କରେ କର୍ମୀମାନଙ୍କୁ ବାର୍ତ୍ତା ଦେଇଛନ୍ତି । ଏହି ଅବସରରେ କୋରାପୁଟ ଦକ୍ଷତା ବୃଦ୍ଧି ତାଲିମ କେନ୍ଦ୍ରରେ କୋରାପୁଟ ବିଧାନସଭାମଣ୍ଡଳୀର ସଂଯୋଜକ ନାରାୟଣ ବିଶୋୟୀଙ୍କ ନେତୃତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ କୋରାପୁଟ ନିର୍ବାଚନମଣ୍ଡଳୀର ସମସ୍ତ ବ୍ଲକ ଓ ପୌରାଞ୍ଚଳର ଦଳୀୟ କର୍ମକର୍ତ୍ତା ସାମିଲ ହୋଇଥିଲେ । ସେହିପରି ଜିଲ୍ଲା ଉପସଭାପତି ଉକ୍ରଳ ରଞ୍ଜନ ନାୟକଙ୍କ ନେତୃତ୍ୱରେ ଅନୁÂିତ କାର୍ଯ୍ୟକ୍ରମରେ ଲକ୍ଷ୍ମୀପୁର ନିର୍ବାଚନମଣ୍ଡଳୀର ପୋଡ଼ାଗଡ଼ରେ ସମସ୍ତ କର୍ମକର୍ତ୍ତା ସାମିଲ ହୋଇଥିଲେ । ବରିÂ ବିଜଡି ନେତା ରମାକାନ୍ତ ରାଉଳଙ୍କ ନେତୃତ୍ୱରେ ସେମିଳିଗୁଡ଼ା କାର୍ଯ୍ୟକ୍ରମରେ ପଟ୍ଟାଙ୍ଗି ନିର୍ବାଚନମଣ୍ଡଳୀ, କୋଟପାଡ଼ ନିର୍ବାଚନମଣ୍ଡଳୀରେ ମୁନା ରଥଙ୍କ ନେତୃତ୍ୱରେ କୁନ୍ଦୁରା, ବୋରିଗୁମ୍ମା ଓ କୋଟପାଡ଼ରେ ଆୟୋଜିତ କାର୍ଯ୍ୟକ୍ରମରେ ନିର୍ବାଚନ ମଣ୍ଡଳୀର ସମସ୍ତ ନେତୃବର୍ଗ ସାମିଲ ହୋଇଥିଲେ । ତୃଣମୂଳ ନେତାଙ୍କ ସହ ରାଜ୍ୟ ସମ୍ପାଦକ ଆଲୋଚନା କରି ଦଳୀୟ ସଙ୍ଗଠନକୁ ଅଧିକ ସୁଦୃଢ଼ କରିବା ଲାଗି ଆହ୍ୱାନ ଦେଇଥିଲେ । ବିଶେଷକରି ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ଓ ପୌର ନିର୍ବାଚନ ଲାଗି ଏବେଠୁ ପ୍ରସ୍ତୁତ ରହିବାକୁ ପରାମର୍ଶ ଦେଇଥିଲେ ଶ୍ରୀ ଦାସ । ଶନିବାର କୋରାପୁଟ ସର୍କିଟ ହାଉସରେ ଯୁବ, ଛାତ୍ର ଓ ମହିଳା ସଙ୍ଗଠନ କର୍ମକର୍ତ୍ତାଙ୍କ ସହ ରାଜ୍ୟ ସମ୍ପାଦକ ଶ୍ରୀ ଦାସ ଆଲେଚନା କରିବେ ବୋଲି ଜିଲ୍ଲା ସଭାପତି ସୂଚନା ଦେଇଛନ୍ତି ।

ରିପୋର୍ଟ ସତ୍ୟ ନାରାୟଣ ସାହୁଙ୍କଠାରୁ

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons