ପାରଳାଖେମୁଣ୍ଡି: ଗଜପତି ଜିଲ୍ଲାର ସହକାରୀ ବନ ସଂରକ୍ଷକ (ଏସିଏଫ୍) ସୌମ୍ୟରଞ୍ଜନ ମହାପାତ୍ରଙ୍କ ସନେ୍ଦହଜନକ ମୃତୁ୍ୟ ଘଟଣାର ଛାନ୍ଭିନ୍ ଆରମ୍ଭ କରିଛି ସାଇଣ୍ଟିଫିକ୍ ଟିମ୍ । ଶୁକ୍ରବାର ସନ୍ଧ୍ୟାରେ ମୃତ ସୌମ୍ୟଙ୍କ ବାପା ଅଭିରାମ ମହାପାତ୍ର ଏବଂ ତାଙ୍କ ଓକିଲ ପାର୍ଥସାରଥୀ ନାୟକଙ୍କ ଉପସ୍ଥିତିରେ ଘଟଣାସ୍ଥଳ କୁହାଯାଉଥିବା ଏସିଏଫ୍ଙ୍କ ସରକାରୀ ବାସଭବନ (କ୍ୱାର୍ଟର୍) ତାଲା ଖୋଲାଯାଇଥିଲା । ଏହି ସମୟରେ ଏକ୍ଜିକୁ୍ୟଟିଭ୍ ମାଜିଷ୍ଟେ୍ରଟ ଭାବେ ପାରଳାଖେମୁଣ୍ଡି ତହସିଲଦାର ଅଚୁ୍ୟତାନନ୍ଦ ଜାନୀ ଉପସ୍ଥିତ ଥିଲେ । ଘର ଭିତରେ ଯାଞ୍ଚ କରିଥିଲେ ସାଇଣ୍ଟିଫିକ୍ ଟିମ୍ ସଦସ୍ୟ । ତେବେ ଅଭିରାମ ଓ ପାର୍ଥସାରଥୀ ଘର ବାହାରକୁ ଆସି ଗଣମାଧ୍ୟମକୁ ଯେଉଁ ବୟାନ ଦେଇଛନ୍ତି ତାହା ଚାଞ୍ଚଲ୍ୟ ଖେଳାଇ ଦେଇଛି । ସେମାନଙ୍କ କହିବା ଅନୁସାରେ, ଏହା ଘଟଣାସ୍ଥଳ ନୁହଁ । ଅନ୍ୟ କୌଣସି ସ୍ଥାନରେ ସୌମ୍ୟଙ୍କୁ ହତ୍ୟା କରାଯାଇ ଷଡଯନ୍ତ୍ର ମୁତାବକ ସରକାରୀ ବାସଭବନକୁ ଘଟଣାସ୍ଥଳ ବୋଲି ଦର୍ଶାଯାଉଛି । ତେଣୁ ଏହାର ନିରପେକ୍ଷ ତଦନ୍ତ କରାଗଲେ ବହୁ ରହସ୍ୟ ପଦାକୁ ଆସିବ ବୋଲି ସେମାନେ କହିଛନ୍ତି ।
ଶୁକ୍ରବାର ପୂର୍ବାହ୍ଣରେ ପାରଳାଖେମୁଣ୍ଡିରେ ପହଞ୍ଚିଥିଲେ ସୌମ୍ୟଙ୍କ ପରିବାର ଲୋକ ଓ ସାଇଣ୍ଟିଫିକ୍ ଟିମ୍ । ତେବେ ସନ୍ଧ୍ୟାରେ ପୁଲିସ ଚାବି ଆଣି କ୍ୱାର୍ଟର ତାଲା ଖୋଲିବା ପରେ ସାଇଣ୍ଟିଫିକ୍ ଅନୁସନ୍ଧାନକାରୀମାନେ ପରିବାର ଲୋକଙ୍କ ଉପସ୍ଥିତିରେ ମୃତ ସୌମ୍ୟଙ୍କ ସରକାରୀ ବାସଭବନ ଭିତରକୁ ଯାଇ ତନାଘନା କରିଥିଲେ । ଟିମ୍ ସହ ଘର ଭିତରକୁ ଯାଇଥିଲେ ସୌମ୍ୟଙ୍କ ବାପା ଏବଂ ତାଙ୍କ ଓକିଲ । ପରେ ଘରୁ ବାହାରି ଆସି ସେମାନେ ଏହି ସରକାରୀ ବାସଭବନ ଘଟଣାସ୍ଥଳ ନୁହେଁ ବୋଲି ଯୁକ୍ତି ଦର୍ଶାଇଛନ୍ତି । ଅନ୍ୟ କେଉଁଠି ଏହି ଜଘନ୍ୟ କାଣ୍ଡ ଘଟାଯାଇଛି, କିନ୍ତୁ ଷଡଯନ୍ତ୍ର ମୁତାବକ କ୍ୱାର୍ଟରକୁ ଘଟଣାସ୍ଥଳ ବୋଲି କୁହାଯାଉଥିବା ସେମାନେ ଅଭିଯୋଗ କରିଛନ୍ତି । ଘର ଭିତରେ ଜଣେ ଲୋକ ଏତେ ଗୁରୁତର ଭାବେ ପୋଡି ଯାଉଛି, ଅଥଚ ଘରର ଅନ୍ୟ କୌଣସି ଜିନିଷ ଜଳୁନାହିଁ । ଏପରିକି ଡୋର୍ ସ୍କ୍ରିନ୍ କିମ୍ବା ପାଖରେ ଥିବା ମୁଢି ଡବା ମଧ୍ୟ ପୋଡିନାହିଁ । ଘରର କାନ୍ଥ କିମ୍ବା ଓହଳିଥିବା ଅଳନ୍ଧୁ ଝୁଲ ମଧ୍ୟ କଳା ହୋଇନାହିଁ କେମିତି ବୋଲି ସେମାନେ ପ୍ରଶ୍ନ କରିଛନ୍ତି । ପୁଲିସ ଏହାର ତଦନ୍ତ କରି ପ୍ରକୃତ ଘଟଣାସ୍ଥଳ ଖୋଜି ବାହାର କରିବା ସହ ଦୋଷୀଙ୍କୁ ଠାବ କରିବା ଆବଶ୍ୟକ ବୋଲି ସେମାନେ କହିଛନ୍ତି ।
ସୋମବାର ରାତି ପ୍ରାୟ ସାଢେ଼ ୯ଟା ବେଳେ ଗଜପତି ଜିଲ୍ଲା ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ରଙ୍କୁ ଅଧାପୋଡା ଓ ଗୁରୁତର ଅବସ୍ଥାରେ ପାରଳାଖେମୁଣ୍ଡି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ପରେ କଟକର ଏକ ଘରୋଇ ହସ୍ପିଟାଲ୍ ସ୍ଥାନାନ୍ତର କରାଯାଇଥିଲେ ହେଁ ସେଠାରେ ମଙ୍ଗଳବାର ମୃତୁ୍ୟ ଘଟିଥିଲା । ଏଥିରେ ସୌମ୍ୟଙ୍କ ପନôୀ ଏବଂ ପାରଳାଖେମୁଣ୍ଡି ଡିଏଫ୍ଓ ଏବଂ ସୌମ୍ୟଙ୍କ ରୋଷେୟାଙ୍କ ସମ୍ପୃକ୍ତି ଅଭିଯୋଗ ଆଣି ଇ-ମେଲ୍ ମାଧ୍ୟମରେ ପାରଳାଖେମୁଣ୍ଡି ଥାନାରେ ଏତଲା ଦେଇଥିଲେ ତାଙ୍କ ବାପା ଅଭିରାମ ମହାପାତ୍ର । ଡିଏଫ୍ଓ ସଂଗ୍ରାମ କେଶରୀ ବେହେରା ଏବଂ ସୌମ୍ୟଙ୍କ ସ୍ତ୍ରୀ ବିଦ୍ୟାଭାରତୀଙ୍କ ମଧ୍ୟରେ ସମ୍ପର୍କ ରହିଥିଲା । ଜାଣିଶୁଣି ସୌମ୍ୟଙ୍କୁ ରାତ୍ର ଡୁ୍ୟଟି ବାହାନାରେ ବାହାରକୁ ପଠାଯାଉଥିଲା ବୋଲି ସେ ନିଜ ଏତତଲାରେ ଦର୍ଶାଇଛନ୍ତି । ଏହାକୁ ଆଧାର କରି ପାରଳାଖେମୁଣ୍ଡି ପୁଲିସ ଅପରାଧିକ ଷଡଯନ୍ତ୍ରମୂଳକ ହତ୍ୟା ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି । ଶୁକ୍ରବାର ଅଭିରାମ ଏବଂ ପରିବାରର ଅନ୍ୟ ସଦସ୍ୟମାନେ ପାରଳାଖେମୁଣ୍ଡିରେ ପହଞ୍ଚି ଏତଲାର ମୂଳ ଲେଖା ପୁଲିସକୁ ଦେବା ସହ ନିରପେକ୍ଷ ତଦନ୍ତ କରି ହତ୍ୟାକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁÂାନ ଗ୍ରହଣ କରିବାକୁ ଦାବି କରିଛନ୍ତି ।
ଏହି ଘଟଣାରେ ପୁଲିସର ତଦନ୍ତ ପ୍ରକ୍ରିୟା ନେଇ ପ୍ରଶ୍ନବାଚୀ ଉଠିଛି । ଥାନାରେ ମାମଲା ରୁଜୁ ହେବାର ୩ ଦିନ ପରେ ମଧ୍ୟ ପୁଲିସ ଏଯାଏଁ କେବଳ ରୋଷେୟାଙ୍କୁ ପଚରାଉଚୁରା କରିଛି । କିନ୍ତୁ ଡିଏଫ୍ଓ କିମ୍ବା ସୌମ୍ୟଙ୍କ ପନôୀଙ୍କ ନିକଟରେ ପହଞ୍ଚି ନାହିଁ । ଅପରପକ୍ଷରେ ଶୁକ୍ରବାର ସକାଳ ଯାଏଁ ସମ୍ପୃକ୍ତ ସରକାରୀ ବାସଭବନର ଚାବି ସୌମ୍ୟଙ୍କ ପନôୀ ବିଦ୍ୟାଭାରତୀଙ୍କ ନିକଟରେ ଥିବା ପୁଲିସ କହି ଆସୁଥିଲା । କିନ୍ତୁ ସନ୍ଧ୍ୟାରେ ଖୋଦ୍ ପୁଲିସ ସେହି ଘରର ଚାବି ଖୋଲିବା ଘଟଣା ମଧ୍ୟ ସମସ୍ତଙ୍କ ମନରେ ସନେ୍ଦହ ସୃଷ୍ଟି କରିଛି । ଏ ନେଇ ଗଜପତି ଜିଲ୍ଲା ଏଏସ୍ପି ବାମଦେବ ସିଂ କହିଛନ୍ତି ଯେ- ମୃତ ସୌମ୍ୟଙ୍କ ପନôୀଙ୍କୁ ଘରର ଚାବି ଦିଆଯାଇଥିଲା । କିନ୍ତୁ ସେ ଡିଏଫ୍ଓ କାର୍ଯ୍ୟାଳୟରେ ଦେଇ ଦେଇଥିଲେ । ତାହା ଜଣାପଡିବା ପରେ ଚାବି ଆଣି ଶୁକ୍ରବାର ସନ୍ଧ୍ୟାରେ କ୍ୱାର୍ଟର ତାଲା ଖୋଲାଯାଇଛି । ପରିବାର ଲୋକେ ଏହା ଘଟଣାସ୍ଥଳ ନୁହେଁ ବୋଲି କହୁଥିବା ବେଳେ ସାଇଣ୍ଟିଫିକ୍ ଟିମ୍ ରିପୋର୍ଟ ହିଁ ଏହା ସ୍ପଷ୍ଟ କରିବ ଏବଂ ସେହି ଅନୁସାରେ ତଦନ୍ତ କରାଯିବ ବୋଲି ଏଏସ୍ପି ସ୍ପଷ୍ଟ କରିଛନ୍ତି । ଡିଏଫ୍ଓଙ୍କୁ ଶୀଘ୍ର ଜେରା କରାଯିବ । ବିଦ୍ୟାଭାରତୀ ବର୍ତ୍ତମାନ ପାରଳାଖେମୁଣ୍ଡିରେ ନାହାନ୍ତି, ତେଣୁ ତଦନ୍ତ ପାଇଁ ଏକ ଟିମ୍ ତାଙ୍କ ବାପ ଘର (ମୟୁରଭଞ୍ଜ ଜିଲ୍ଲା କପ୍ତିପଦାର ଗୌଡଗାଁ)କୁ ଯିବ । ଘଟଣାର ସବୁ ଦିଗରୁ ତଦନ୍ତ କରାଯାଇ ଯିଏ ଦୋଷୀ ବୋଲି ଜଣାପଡିବେ ତାଙ୍କ ବିରୋଧରେ କାର୍ଯ୍ୟାନୁÂାନ ଗ୍ରହଣ କରାଯିବ ବୋଲି ଏଏସ୍ପି କହିଛନ୍ତି ।
ରିପୋର୍ଟ ବିଶ୍ୱବିଜୟୀ
Comments are closed, but trackbacks and pingbacks are open.