ଏକ୍ସପାୟାରୀ ଔଷଧରେ ନୂଆ ଲେବଲ୍

Get real time updates directly on you device, subscribe now.

ଫୁଲବାଣୀ: କନ୍ଧମାଳ ଜିଲ୍ଲା ମୁଖ୍ୟଚିକିତ୍ସାଳୟରେ ଏକ୍ସପାୟାରୀ ଔଷଧ ବୋତଲ୍ରେ ନୂଆ ଲେବଲ୍ ଲଗାଇ ରୋଗୀଙ୍କୁ ଦିଆଯାଉଥିବା ଅଭିଯୋଗ କରିଛନ୍ତି ଜଣେ ରୋଗୀଙ୍କ ସମ୍ପର୍କୀୟ । ଗତ ୧୭ତାରିଖରେ ସ୍ଥାନୀୟ ଫୁଲବାଣୀ ସାହିର ଶୁଭଦର୍ଶିନୀ ବେହେରା ଅସୁସ୍ଥ ଥିବାରୁ ତାଙ୍କ ସ୍ୱାମୀ ରଶ୍ମିରଞ୍ଜନଙ୍କ ସହ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟକୁ ଯାଇଥିଲେ । ଡାକ୍ତର ତାଙ୍କ ସ୍ୱାସ୍ଥ୍ୟ ଯାଞ୍ଚ କରିବା ପରେ ଔଷଧ ଲେଖିଥିଲେ । ଚିକିତ୍ସାଳୟର ଷ୍ଟୋର୍ରୁ ଔଷଧ ନେଇ ଖାଇବାକୁ କହିଥିଲେ । ଶୁଭଦର୍ଶିନୀ ପ୍ରେସ୍କ୍ରିପସନ ଦେଖାଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ୯ନଂ କାଉଣ୍ଟର୍ରୁ ମେଡିସିନ୍ ନେଇ ଯାଇଥିଲେ । ପ୍ରଥମ ଡୋଜ୍ ଖାଇବା ପରେ ମେଡିସିନରେ ଲାଗିଥିବା ଲେବଲ୍ ଉପରେ ତାଙ୍କର ନଜର ପଡ଼ିଥିଲା । ସେଥିରେ ପ୍ରସ୍ତୁତି ୨୦୧୯ ଏବଂ ବ୍ୟବହାର ଅବଧି ୨୦୨୧ ପର୍ଯ୍ୟନ୍ତ ରହିଥିବା ବେଳେ ଲେବଲ୍ ଖୋଲି ଦେଖିବା ବେଳକୁ ଭିତରେ ପ୍ରସ୍ତୁତି ନଭେମ୍ବର ୨୦୧୮ ଏବଂ ଏrପାୟାରୀ ତାରିଖ ଅକ୍ଟୋବର ୨୦୨୦ ଥିବା ଜଣାପଡ଼ିଥିଲା । ଏହାପରେ ମହିଳା ଜଣକ ଭୟଭୀତ ହୋଇ ଆଉ ଔଷଧ ଖାଇନଥିଲେ ।
ଏ ନେଇ କନ୍ଧମାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ଜଣାଇବାରୁ ସେ କହିଥିଲେ, ଏହି ମେଡିସିନର ଏrପାୟରୀ ପୂର୍ବରୁ ଆମେ ତାକୁ ପୁନର୍ବାର ଭୁବନେଶ୍ୱରକୁ ଟେଷ୍ଟ୍ ପାଇଁ ପଠାଇ ଥାଉ । ଯଦି ତାହା ବ୍ୟବହାର ଉପଯୋଗୀ ଥାଏ, ପୁଣି ସେମାନେ ନୂଆ ଲେବଲ ଲଗାଇ ପଠାଇ ଦିଅନ୍ତି । ତେବେ ଏମିତି ଅନେକ ଜୀବନ ରକ୍ଷାକାରୀ ମେଡିସିନର ଏrପାରି ପରେ କ’ଣ ପୁଣି ବର୍ଷେ ଦୁଇ ବର୍ଷ ସମୟ ବଢେଇ ଦିଆଯାଇ ପାରେ କି ବୋଲି ପ୍ରଶ୍ନ ଉଠୁଛି । ଏ ନେଇ ମେଡିକାଲ ଷ୍ଟୋର ଇନ୍ଚାର୍ଜ ସିମାଞ୍ଚଳ ସ୍ୱାଇଁଙ୍କୁ ପଚାରିବାରୁ, ଏଭଳି କିଛି ବ୍ୟବସ୍ଥା ନାହିଁ । ଥରେ ମେଡ଼ସିନର ଏସ୍କପାୟରୀ ହେଲେ ତାକୁ ନଷ୍ଟ କରାଯାଇଥାଏ । ସିଡିଏମ୍ଓ କ’ଣ କହିଛନ୍ତି ତାହା ଉପରେ ମୁଁ କିଛି କହିପାରିବି ନାହିଁ ବୋଲି ସେ କହିଛନ୍ତି । ଏହି ମେଡିସିନ ୨୦୧୯ରେ ଆସିଛି, ଆମେ ଉପରେ ଥିବା ଲେବଲ ଦେଖି ମେଡିସିନ ରିସିଭ୍ କରିବା ସହ ସବୁ ମେଡିକାଲକୁ ପଠାଇଥାଉ । କାହିଁକି ୨ଟି ଲେବଲ ଲଗାଯାଇଛି ସେ ବିଷୟରେ ଆମେ କିଛି କହିପାରିବୁ ନାହିଁ ବୋଲି ସେ କହିଛନ୍ତି ।

ରିପୋର୍ଟ ବିଶ୍ୱବିଜୟୀ

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons