ଭିଜିଲାନ୍ସ ଜାଲରେ ଭବାନୀପାଟଣା ପଲିଟେକନିକ୍ ଅଧ୍ୟାପକ

Get real time updates directly on you device, subscribe now.

ଭବାନୀପାଟଣା: କଟକ ଭିଜିଲାନ୍ସ୍ ନିଦେ୍ର୍ଧଶାଳୟର ନିଦେ୍ର୍ଧଶରେ ରାଉଲକେଲାରୁ ଏକ ଭିଜିଲାନ୍ସ ଟିମ୍ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କଳାହାଣ୍ଡି ଜିଲ୍ଲା ଭବାନୀପାଟଣାସ୍ଥିତ ସରକାରୀ ପଲିଟେକନିକ୍ ସ୍କୁଲର ଅଧ୍ୟାପକ ସୂର୍ଯ୍ୟନାରାୟଣ ରାୟଙ୍କ ସରକାରୀ କ୍ୱାଟର୍ରେ ମଙ୍ଗଳବାର ଚଢ଼ଉ କରିଛି । ଭୁବନେଶ୍ୱରର, ଝାରସୁଗୁଡ଼ା ବାସଭବନ ସମେତ ସୁନ୍ଦରଗଡ଼ରେ ତାଙ୍କ ସ୍ତ୍ରୀ କାର୍ଯ୍ୟ କରୁଥିବା ଏମଆଇ ଅଫିସ୍, କେନ୍ଦ୍ରାପଡ଼ା ବାସଭବନର ଏକକାଳୀନ ୫ଟି ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଚଢ଼ଉ କରଯାଇଥିଲା । ସୂର୍ଯ୍ୟ ନାରାୟଣ ରାୟଙ୍କ ୨କୋଟି ୪୫ଲକ୍ଷର ସମ୍ପତ୍ତି ଥିବା ଭିଜିଲାନ୍ସ୍ ପକ୍ଷରୁ ଜାରି ପ୍ରେସ୍ ବିବୃତିରେ ସୂଚନା ଦିଆଯାଇଛି । ଏଥିରେ ୩ଟି ଦୁଇ ମହଳା କୋଠା, ଗୋଟିଏ ଆରସିସି ରୁଫ ବିଲଡିଂ, ଝାରସୁଗୁଡ଼ାରେ ୮ଟି ପ୍ଲଟ୍ ବା ଜମି, ଗୋଟେ ଚାରି ଚକିଆ ଯାନ, ଗୋଟିଏ ଦୁଇଚକିଆ, ୩୦ଲକ୍ଷର ବ୍ୟାଙ୍କ ଓ ପୋଷ୍ଟାଲ୍ ଜମା, ୪୧ଲକ୍ଷର ବୀମା ଥିବା ବିଭାଗ ପକ୍ଷରୁ ପ୍ରକାଶ । ରାଉଲକେଲା ଭଜିଲାନ୍ସ ଡିଭିଜନ୍ର ୫ଜଣିଆ ଡିଏସ୍ଏସପି, ୩ଜଣ ଇନ୍ସପେକ୍ଟର ଓ ଅନ୍ୟ କର୍ମଚାରୀଙ୍କୁ ନେଇ ଏକକାଳୀନ ଭିଜିଲାନ୍ସ ଚଢଉ କରିଥିଲା ।

ରିପୋର୍ଟ ବିଶ୍ୱବିଜୟୀ

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons