ବଲାଙ୍ଗିର: ବଲାଙ୍ଗିର ଜିଲ୍ଲା ପୁଇଁନ୍ତଳା ଥାନା ଅନ୍ତର୍ଗତ ଅଏଁଲାସାରି ଗାଁ ପୁଣିଥରେ ଅଶାନ୍ତ ହୋଇପିଡିଛି । ହେଲେ ଏଥର ସବର୍ଣ୍ଣ-ଅସବର୍ଣ୍ଣ ବିବାଦ ପାଇଁ ନୁହେଁ । ଗାଁର ପୋଖରୀ ଠିକାକୁ କେନ୍ଦ୍ର କରି ଅସନ୍ତୋଷର ସୂତ୍ରପାତ ହୋଇଛି । ଦୀର୍ଘ ୩ମାସ ଧରି ଚାଲିଥିବା ସେଠାରେ ବିବାଦ ଲାଗି ରହିଥିଲା । ଗାଁଯାକ ଗୋଟିଏପଟେ ରହିଥିବା ବେଳେ ପୂର୍ବରୁ ପୋଖରୀରେ ମାଛଚାଷ କଥା ବୁଝୁଥିବା ୪ ପରିବାର ଆଉ ଗୋଟିଏ ପଟେ ରହିଛନ୍ତି । କିନ୍ତୁ ଗତକାଲି ଗାଁର ଜଣେ ଶିକ୍ଷକଙ୍କୁ ମରଣାନ୍ତକ ଆକ୍ରମଣ ପରେ ଗ୍ରାମବାସୀ ଉତ୍ତେଜିତ ହୋଇ ଉଠିଥିଲେ । ଗାଁର ବନଛୋର ଏବଂ ଚନ୍ଦନ ପରିବାର ଗାଁ ବିରୋଧୀ କାର୍ଯ୍ୟ କରୁଥିବା ଅଭିଯୋଗ କରି ଗ୍ରାମବାସୀ ସେମାନଙ୍କ ପରିବାରବର୍ଗଙ୍କୁ ଆକ୍ରମଣ କରିଥିଲେ । ସେମାନଙ୍କ ଖାଦ୍ୟ ସାମଗ୍ରୀ, ଆସବାବପତ୍ର ଲୁଟ କରିବା ପରେ ଘର ପୋଡିଦେଇଥିଲେ ।
ଗଣ୍ଡଗୋଳ ଖବର ପାଇବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଦମକଳବାହିନୀ ସହାୟତାରେ ନିଆଁକୁ ଆୟତ୍ତ କରିଥିଲା । ଅଭିଯୋଗ ଆଧାରରେ ପୁଲିସ ପ୍ରାଥମିକ ଭାବେ ୩୨ଜଣକୁ ଅଟକ ରଖିଛି । ଗାଁରେ ଉତ୍ତେଜନା ଆଶଙ୍କା ଥିବାରୁ ୩ପ୍ଲାଟୁନ ଫୋର୍ସ ମୁତୟନ ରହିଛନ୍ତି । ଅପରପକ୍ଷେ ଥାନାରୁ ଅଟକମାନଙ୍କୁ ଛାଡ଼ିଦେବା ଦାବିରେ ଗ୍ରାମବାସୀ ଆଜି ଅପରାହ୍ନରେ ଏସପି କାର୍ଯ୍ୟାଳୟ ସମ୍ମୁଖରେ ରାସ୍ତାରୋକ କରିଥିଲେ । ଦୀର୍ଘ ୩ଘଣ୍ଟାର ଆନେ୍ଦାଳନ ପରେ ଗ୍ରାମବାସୀଙ୍କ ଏକ ପ୍ରତିନିଧିଦଳ ଏସପି ନୀତିନ କୁଶଲକରଙ୍କ ସହ ଆଲୋଚନା କରି ଆନେ୍ଦାଳନରୁ ଓହରିଥିଲେ । ଅପରପକ୍ଷେ, ୪ କ୍ଷତିଗ୍ରସ୍ତ ପରିବାର ନିଜକୁ ନିଦେ୍ର୍ଧାଶ କହିବା ସହ କାର୍ଯ୍ୟାନୁÂାନ ଦାବି କରିଛନ୍ତି ।
ସୂଚନାଯୋଗ୍ୟ ଯେ, ଅଏଁଲାସାରି ଗାଁରେ ଥିବା ମାଉଲି କଟା ଠିକାକୁ ନେଇ ଗତ ପ୍ରାୟ ତିନିମାସ ହେଲା ଅଶାନ୍ତି ଲାଗିରହିଛି । ପୂର୍ବରୁ ପଡୋଶୀ ଗାଁ ଉମୁରିଆର ଜଣେ ବେପାରୀ ଉକ୍ତ ପୋଖରୀର ଠିକା ନେଇଥିଲେ । କିନ୍ତୁ ତାଙ୍କ ତରଫରୁ ଅଏଁଲାସାରି ଗାଁର ଡାକ୍ତର ଚନ୍ଦନ ଏବଂ କମ୍ପାଉଣ୍ଡର ଚନ୍ଦନ ତାହାର ପରିଚାଳନା କରୁଥିଲେ । ଚଳିତ ବର୍ଷ ଠିକା ଅବଧି ଶେଷ ହେବାରୁ ପରବର୍ତ୍ତି ଠିକା ପାଇଁ ଗତ ଜୁନ ମାସରେ ଗ୍ରାମ୍ୟ କମିଟି ବୈଠକ ବସିଥିଲା । ବୈଠକର ନିଷ୍ପତ୍ତି ଅନୁସାରେ ଏଥର ଗାଁର କ୍ରୀଷ୍ଣା ଏସଏଚଜି ଏବଂ ଓମକାର ଏସଏଚଜିକୁ ପୋଖରୀ ଠିକା ଦିଆଗଲା । ତାହା ପରଠୁ ଗାଁରେ ନିୟମିତ ବ୍ୟବଧାନରେ ଚନ୍ଦନ ପରିବାର ଏବଂ ସମ୍ପର୍କିୟ ନିରଞ୍ଜନ ବନଛୋର, କୃଷ୍ଣ ବନଛୋର ଲୋକ ଲଗାଇ ଗଣ୍ଡଗୋଳ, ମାରପିଟ କରାଉଥିଲେ ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଏନେଇ ଥାନାକୁ ମଧ୍ୟ ମାମଲା ଯାଇଥିଲା । ତେବେ ଗତକାଲି ସଂଧ୍ୟାରେ ଗାଁର ଜଣେ ଶିକ୍ଷକ ଉକାଲୁ ସାଙ୍କୁ ମାଧିଆପାଲି ରେଳ ଓଭରବ୍ରିଜ ନିକଟରେ କେତେକ ଦୁବୃର୍ତ୍ତ ମରଣାନ୍ତକ ଆକ୍ରମଣ କରି ଲୁଟ କରିଥିଲେ । ସେହି ଘଟଣାରେ ମଧ୍ୟ ଉଭୟ ବନଛୋର ଏବଂ ଚନ୍ଦନ ପରିବାରର ସଂପୃକ୍ତି ଥିବା ଅଭିଯୋଗ କରି ଗାଁରେ ଉତ୍ତେଜନା ପ୍ରକାଶ ପାଇଥିଲା । ଶିକ୍ଷକ ଉକାଲୁଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ଗ୍ରାମବାସୀ ଉତ୍ତେଜିତ ହୋଇ ପ୍ରଥମେ ବନଛୋର ପରିବାର ଉପରେ ଅତର୍କିତ ଆକ୍ରମଣ କରିଥିଲେ । ଘରୁ ଖାଦ୍ୟ ସାମଗ୍ରୀ, ଆସବାବପତ୍ର ଫିଙ୍କା ଫୋପଡ଼ା କରିବା ସହିତ ପରିବାରବର୍ଗଙ୍କୁ ମାଡ଼ ମାରି ଘରେ ନିଆଁ ଲଗାଇଥିଲେ । ପରେ କିଛିଦୂରରେ ଥିବା ଚନ୍ଦନ ପରିବାର ଉପରକୁ ମଧ୍ୟ ଆକ୍ରମଣକାରୀ ଢେ଼ଲା ମାଡ଼ କରିଥିଲେ । ଘର ଭିତରକୁ ପଶି ପରିବାର ସଦସ୍ୟଙ୍କୁ ମାରପିଟ କରି ବିଭିନ୍ନ ସାମଗ୍ରୀ ଭାଙ୍ଗିଦେବା ପରେ ନିଆଁ ଲଗାଇଦେଇଥିଲେ । ଆକ୍ରମଣ ଦେଖି ବନଛୋର ଏବଂ ଚନ୍ଦନ ପରିବାରବର୍ଗ ଲୁଚି ଅନ୍ୟ ଗାଁରେ ରହୁଥିବା ସମ୍ପର୍କିୟମାନଙ୍କ ନିକଟକୁ ଚାଲିଯାଇଥିଲେ । ଘଟଣା ସମ୍ପର୍କରେ ଖବର ପାଇ ସଦର ଏସଡ଼ିପିଓ ତୁଫାନ ବାଗଙ୍କ ନେତୃତ୍ୱରେ ପୁଲିସ ଫୋର୍ସ ଏବଂ ଦମକଳ ବାହିନୀ ଗାଁରେ ପହଞ୍ଚି ସ୍ଥିତିକୁ ନିୟନ୍ତ୍ରଣ କରିବା ସହିତ କ୍ଷତିଗ୍ରସ୍ତଙ୍କ ଅଭିଯୋଗ ଆଧାରରେ ୩୨ଜଣଙ୍କୁ କାବୁ କରିଥିଲା । ତଥାପି ସ୍ଥିତି ନିୟନ୍ତ୍ରଣ ନହେବାରୁ ସେଠାରେ ୩ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି । ଆଜି ସକାଳୁ ଆଡ଼ିସିନାଲ ଏସପି ଦିଲ୍ଲିପ ପଟେଲ ସେଠାକୁ ଯାଇ ତଦନ୍ତ କରିଥିଲେ । ଏଣେ ଥାନାରେ ଅଟକ ଥିବା ଗ୍ରାମବାସୀଙ୍କ ସମ୍ପର୍କିୟଙ୍କୁ ଛାଡ଼ିବାକୁ ଦାବି କରି ଗ୍ରାମର ମହିଳାମାନେ ପ୍ରଥମେ ପୁଇଁନ୍ତଳା ଥାନା ଏବଂ ପରେ ଏସପିଙ୍କ କାର୍ଯ୍ୟାଳୟକୁ ଯାଇଥିଲେ । ଦୀର୍ଘ ୩ଘଣ୍ଟା ଧରି କାର୍ଯ୍ୟାଳୟ ସମ୍ମୁଖରେ ରାଜପଥ ଅବରୋଧ କରିଥିଲେ । ପରେ ଏକ ପ୍ରତିନିଧିଦଳ ଏସପିଙ୍କୁ ସାକ୍ଷାତ କରି ଆଲୋଚନା କରିଥିଲେ । ତଦନ୍ତ ପରେ ସଂପୃକ୍ତ ନଥିବା ବ୍ୟକ୍ତିଙ୍କୁ ଛାଡିଦିଆଯିବ ବୋଲି କହିବାରୁ ସେମାନେ ରାସ୍ତାରୋକରୁ ହଟିଥିଲେ । ଅପରପକ୍ଷେ କ୍ଷତିଗ୍ରସ୍ତ ପରିବାର କୌଣସି ଆକ୍ରମଣ ଘଟଣା ସମ୍ପର୍କରେ ଜାଣିନାହାନ୍ତି ବୋଲି କହିଛନ୍ତି । ଜାଣିଶୁଣି ତାଙ୍କ ପରିବାରକୁ ଅପବାଦ ଦେଇ ହଇରାଣ କରିବା ପରେ ଏଭଳି କାଣ୍ଡ ଭିଆଇଛନ୍ତି । ତେଣୁ ସେମାନଙ୍କ ବିରୋଧରେ କାର୍ଯ୍ୟାନୁÂାନ ଗ୍ରହଣ କରିବାକୁ ପଙ୍କଜିନୀ ହାରୀ, ଷÂୀ ବନଛୋର, ରାଜାରାଜ ଚନ୍ଦନ, ଅଏଁଲା ଚନ୍ଦନ, ଚନ୍ଦ୍ରକାନ୍ତି ଚନ୍ଦନ, ସୂର୍ଯ୍ୟକାନ୍ତି ଚନ୍ଦନ ପ୍ରମୁଖ ଦାବି କରିଛନ୍ତି । ତେବେ ଗାଁରେ ଉତ୍ତେଜାନ ଆଶଙ୍କା ଥିବାରୁ ପୁଲିସ ଫୋର୍ସ ମୁତୟନ ରହିଛନ୍ତି ।
ରିପୋର୍ଟ ଗୁପ୍ତେଶ୍ୱର ପୁଷ୍ଟିଙ୍କଠାରୁ


Comments are closed, but trackbacks and pingbacks are open.