ତପନ ଚାନ୍ଦ ବେଦାନ୍ତ ଓଡ଼ିଶା, ଛତିଶଗଡ଼ ରେସିଡେଣ୍ଟ ଡାଇରେକ୍ଟର

Get real time updates directly on you device, subscribe now.

ଭୁବନେଶ୍ୱର: ନାଲ୍କୋର ପୂର୍ବତନ ସିଏମ୍ଡି ତଥା ବାଲ୍କୋର ସ୍ୱାଧୀନ ନିଦେ୍ର୍ଧଶକ ଡ. ତପନ କୁମାର ଚାନ୍ଦଙ୍କୁ ବେଦାନ୍ତ ଏହାର ଓଡ଼ିଶା ଏବଂ ଛତିଶଗଡ଼ କାରବାର ପାଇଁ ରେସିଡେଣ୍ଟ ଡାଇରେକ୍ଟର ଭାବେ ନିଯୁକ୍ତି ଦେଇଛି । ଶୁକ୍ରବାର ଡ. ଚାନ୍ଦ ଏହି କାର୍ଯ୍ୟଭାର ସମ୍ଭାଳିଛନ୍ତି ।
ସୂଚନାଯୋଗ୍ୟ, ଖଣି ଏବଂ ଧାତବ ଶିଳ୍ପରେ ଚାନ୍ଦଙ୍କର ସଫଳ ଟ୍ରାକ୍ ରେକର୍ଡ ରହିଛି । କୋଇଲା, ଇସ୍ପାତ ଏବଂ ଆଲୁମିନିୟମ ଶିଳ୍ପ କ୍ଷେତ୍ରରେ ସେ ନିଜର ପାରଦର୍ଶିତା ଦେଖାଇଛନ୍ତି । ୩ ନିୟୁତ ଟନ ଆଲୁମିନିୟମ୍ ଏବଂ ୬ ନିୟୁତ ଟନ ଆଲୁମିନା ଉପôାଦନ କ୍ଷମତା ସହ ବିଶ୍ୱର ଦ୍ୱିତୀୟ ବୃହତ୍ ଆଲୁମିନିୟମ୍ ଉପôାଦନକାରୀ ଭାବେ ନିଜକୁ ଛିଡ଼ା କରିବା ଦିଗରେ ବେଦାନ୍ତ ଅଗ୍ରସର ହେଉଥିବାବେଳେ ଚାନ୍ଦଙ୍କ ନିଯୁକ୍ତି ଗୁରୁତ୍ୱ ବହନ କରୁଛି । ସମ୍ପ୍ରତି ବେଦାନ୍ତ ହେଉଛି ଦେଶର ସର୍ବବୃହତ୍ ଆଲୁମିନିୟମ୍ ଉପôାଦନକାରୀ । ଆଗାମୀ ୫ ବର୍ଷରେ ଆଲୁମିନିୟମ୍ ଚାହିଦା ଦୁଇ ଗୁଣା ହେବାର ଅନୁମାନ ରହିଛି । ଏଭଳି କ୍ଷେତ୍ରରେ ବେଦାନ୍ତ ଉକ୍ତ ଚାହିଦା ପୂରଣ କରିବା ପାଇଁ ନିଜକୁ ପ୍ରସ୍ତୁତ କରୁଛି । ଆତ୍ମନିର୍ଭର ଭାରତ ଅଭିଯାନକୁ ସଫଳ କରିବା ପାଇଁ ଏହା ଶତପ୍ରତିଶତ ଉଦ୍ୟମ ଦେଉଛି ।
ବେଦାନ୍ତରେ ଡ. ଚାନ୍ଦଙ୍କର ବଡ଼ ଭୂମିକା ରହିବ । ବେଦାନ୍ତ ଓଡ଼ିଶାରେ ହାସଲ କରିଥିବା ୩ଟି କୋଇଲା ଖଣିକୁ ସକ୍ରିୟ କରାଇବାରେ ତାଙ୍କର ଉଲ୍ଲେଖନୀୟ ଯୋଗଦାନ ରହିବ । ଓଡ଼ିଶାର ଝାରସୁଗୁଡା ଆଲୁମିନିୟମ ପାର୍କ ଏବଂ ଛତିଶଗଡରେ ଆଲୁମିନିୟମ୍ ପାର୍କ ସ୍ଥାପନ ମଧ୍ୟ ତାଙ୍କ ଏଜେଣ୍ଡାରେ ରହିଛି । ଏହି ଆଲୁମିନିୟମ୍ ପାର୍କଗୁଡ଼ିକରୁ ସ୍ଥାନୀୟ ଏମ୍ଏସ୍ଏମ୍ଇଗୁଡ଼ିକ ଉପକୃତ ହେବେ । ଓଡ଼ିଶା ଏବଂ ଛତିଶଗଡ଼ରେ ଗୋÂୀ ଉନ୍ନୟନ କାର୍ଯ୍ୟକୁ ଶ୍ରୀ ଚାନ୍ଦ ତ୍ୱରାନ୍ୱିତ କରିବେ । ତାଙ୍କ ନେତୃତ୍ୱରେ ପୂର୍ବରୁ ସେ ଅନେକ ସିଏସ୍ଆର୍ ସ୍କିମ୍ଗୁଡ଼ିକୁ ସଫଳ କରିଛନ୍ତି ।

ରିପୋର୍ଟ ବିଶ୍ୱବିଜୟୀ

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons