ବଲାଙ୍ଗୀର ଗଲା ପାରଳା ପୁଲିସ ଟିମ୍

Get real time updates directly on you device, subscribe now.

ପାରଳାଖେମୁଣ୍ଡି: ପାରଳାଖେମୁଣ୍ଡି ଏସିଏଫ ସୌମ୍ୟରଞ୍ଜନ ମହାପାତ୍ରଙ୍କ ରହସ୍ୟଜନକ ମୃତୁ୍ୟ ଘଟଣାର ୧୩ ଦିନ ବିତିଛି । ହେଲେ ଏହି ଘଟଣା ଦୁର୍ଘଟଣାଜନିତ ନା ଆତ୍ମହତ୍ୟା ନା ଯୋଜନାବଦ୍ଧ ହତ୍ୟାକାଣ୍ଡ ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ । ଏନେଇ ତଦନ୍ତ ଜାରି ରହିଥିବା ବେଳେ ଅଧିକ ଯାଞ୍ଚ ପାଇଁ ଶନିବାର ପାରଳାଖେମୁଣ୍ଡି ପୁଲିସର ୫ ଜଣିଆ ଟିମ୍ ବଲାଙ୍ଗୀର ଯାଇଛି । ସେଠି ସୌମ୍ୟଙ୍କ ପତ୍ନୀ ବିଦ୍ୟାଭାରତୀଙ୍କ ତଥାକଥିତ ସହପାଠୀଙ୍କୁ ପାର୍ଟି ଓ ଅନ୍ୟାନ୍ୟ ଘଟଣା ନେଇ ଅଧିକ ତନାଘନା କରିବ ପାରଳା ପୁଲିସ । ସେପଟେ ଶନିବାର ଗଣମାଧ୍ୟମକୁ ଗଜପତି ଏସ୍ପି କହିଛନ୍ତି ଯେ- ତଦନ୍ତ ପ୍ରକ୍ରିୟା ଜାରି ରହିଛି । ଆବଶ୍ୟକ ମନେ ହେଲେ ଯେଉଁମାନଙ୍କ ବିରୋଧରେ ସନେ୍ଦହ ଉପୁଜିବ, ସେମାନଙ୍କୁ ପୁଣି ଜେରା କରାଯାଇ ପାରେ ।
ସୌମ୍ୟଙ୍କ ବାପା ଅଭିରାମ ମହାପାତ୍ର ପୁଅର ମୃତୁ୍ୟ ପାଇଁ ଯେଉଁ ୩ ଜଣଙ୍କ ବିରୋଧରେ ଅଭିଯୋଗ ଆଣିଥିଲେ ସେମାନଙ୍କ ମଧ୍ୟରୁ ଡିଏଫ୍ଓ ସଂଗ୍ରାମ କେଶରୀ ବେହେରା ଏବଂ ରୋଷେୟା ମନ୍ମଥ କୁମ୍ଭଙ୍କୁ ଏକପ୍ରକାର କ୍ଲିନ୍ଚିଟ୍ ଦେଇଛି ପୁଲିସ । ବିଦ୍ୟାଙ୍କ ସହ ସେମାନଙ୍କ କୌଣସି ସମ୍ପୃକ୍ତି ନଥିବା କହିଛନ୍ତି ଗଜପତି ଏସ୍ପି ତପନ ପ;ନାୟକ । ସେହିପରି ଗୁରାଣ୍ଡି ଥାନାଧିକାରୀ ମମତା ପଣ୍ଡା କେବଳ ମାନବିକତା ଦୃଷ୍ଟିରୁ ସେଦିନ ହସ୍ପିଟାଲକୁ ଆସିଥିଲେ ଏବଂ ଗୁରୁତରଙ୍କୁ ଏଠାରୁ ସ୍ଥାନାନ୍ତର ଯାଏଁ ସହଯୋଗ କରିଥିଲେ ବୋଲି କହିଛନ୍ତି ଏସପି । ତଦନ୍ତ ସରିବା ପୂର୍ବରୁ ମୂଳ ଏତଲାରେ ଯେଉଁମାନଙ୍କ ବିରୋଧରେ ଅଭିଯୋଗ ରହିଥିଲା ସେମାନଙ୍କ ମଧ୍ୟରୁ ଦୁଇ ଜଣଙ୍କୁ କ୍ଲିନ୍ଚିଟ୍ ଦେବା ଘଟଣାକୁ ଆଇନଜ୍ଞମାନେ ଭିନ୍ନ ଦୃଷ୍ଟିରେ ଦେଖିଛନ୍ତି । ସେମାନଙ୍କ କହିବା ଅନୁସାରେ ପ୍ରଥମେ ଏହି ଘଟଣା ଦୁର୍ଘଟଣାଜନିତ ନା ଆତ୍ମହତ୍ୟା ନା ଯୋଜନାବଦ୍ଧ ହତ୍ୟାକାଣ୍ଡ ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ । ତଦନ୍ତ ପ୍ରାଥମିକ ପର୍ଯ୍ୟାୟରେ ଥିବା ବେଳେ ଡିଏଫ୍ଓଙ୍କୁ ମାତ୍ର ୩ ଘଣ୍ଟାର ଜେରା କରି କ୍ଲିନ୍ଚିଟ ଦେବା ତଦନ୍ତକୁ ବାଟବଣା ପ୍ରୟାସ ବୋଲି ଅଭିଯୋଗ କରିଛନ୍ତି ଆଇନଜ୍ଞ ।
ଏସ୍ପିଙ୍କ ବୟାନ ପରେ ତଦନ୍ତର ଦିଗ ମଧ୍ୟ ବଦଳିଛି । ବର୍ତ୍ତମାନ ଏହି ଘଟଣାରେ ତଦନ୍ତ ବିଦ୍ୟାଭାରତୀଙ୍କ ଉପରେ ଏକରକମ କେନ୍ଦ୍ରୀଭୂତ ହୋଇଛି । ତଦନ୍ତ ସମୟରେ ଅନେକ ନୂଆ ନୂଆ ତଥ୍ୟ ଏବଂ ସନ୍ଦିଗ୍ଧ ଚରିତ୍ର ସାମ୍ନାକୁ ଆସିଥିଲେ । ବିଦ୍ୟାଭାରତୀ ବାହାଘର ପରେ ଗତ ଏପ୍ରିଲ ମାସରେ ବଲାଙ୍ଗୀର ଠାରେ ଏକ ପାର୍ଟି ଦେଇଥିବା କଥା ସମ୍ନାକୁ ଆସିଥିଲା । ଏଥିରେ ତାଙ୍କର ପ୍ରାୟ ୮୦ ଜଣ ସହପାଠୀ ସାମିଲ ହୋଇଥିଲେ । ଏହି ପାର୍ଟି ସହ ସୌମ୍ୟଙ୍କ ରହସ୍ୟଜନକ ମୃତୁ୍ୟର କୌଣସି ସମ୍ପର୍କ ଅଛି କି ନାହିଁ ତାହାର ତଦନ୍ତ କରିବା ପାଇଁ ଶନିବାର ବଲାଙ୍ଗୀର ଯାଇଛି ୫ ଜଣିଆ ତଦନ୍ତକାରୀ ଦଳ । ସେଠାରେ ବିଦ୍ୟାଭାରତୀ ତାଲିମ ଗ୍ରହଣ କରୁଥିବା ଅନୁÂାନକୁ ଯାଇ ବିଭିନ୍ନ ଦିଗରୁ ତଦନ୍ତ କରାଯିବ ବୋଲି କହିଛନ୍ତି ଟିମ୍ର ନେତୃତ୍ୱ ନେଉଥିବା ପାରଳାଖେମୁଣ୍ଡି ଥାନା ଅଧିକାରୀ ବିବେକାନନ୍ଦ ସ୍ୱାଇଁ । ପୂର୍ବରୁ ଏକ ଟିମ୍ ସୌମ୍ୟଙ୍କ ପୈତୃକ ଘର ବାଲେଶ୍ୱର ଜିଲ୍ଲା ଖଇରା ଓ ପତ୍ନୀ ବିଦ୍ୟାଙ୍କ ପୈତୃକ ଘର ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ଯାଇଥିଲା ।

ରିପୋର୍ଟ ବିଶ୍ୱବିଜୟୀ

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons