ପାଟକୁରାରୁ ସାବିତ୍ରୀ ବିଜୟୀ

Get real time updates directly on you device, subscribe now.

ପାଟକୁରା, (ବି.ବି.ନ୍ୟୁଜ୍):ପାଟକୁରା ବିଧାନସଭା ଆସନରେ ବିଜେଡିରୁ ସାବିତ୍ରୀଙ୍କ ବିଜୟ । ୧୮ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ପାଇଛି ୯୫ହଜାର ୧୨ ୬ ଖଣ୍ଡ ଭୋଗଟ, ବିଜେପି ୭୭ହଜାର ୫୦୬, କଂଗ୍ରେସ ପାଇଛି ୨୦୯୦ ଖଣ୍ଡ ଭୋଟ୍ । ଏହି ୧୮ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ୧୭ହଜାର ୬୫୫ ଖଣ୍ଡ ଭୋଟ୍ରେ ବିଜୟୀ ହୋଇଛି । ଏହି ରଣନୀତିରେ ସାବିତ୍ରୀଙ୍କ ବିଜୟ ହୋଇଛି । ୧୭ରାଉଣ୍ଡ ସୁଦ୍ଧା ବିଜେଡି ୧୭ହଜାର ୫୩୬ ଭୋଗଟରେ ଆଗୁଆ ରହିଛି । ୧୬ ରାଉଣ୍ଡ ସୁଦ୍ଧା ୧୭, ୨୩୪ ଭୋଟରେ ବିଜେଡି ଆଗୁଆ ରହିଛି । ବିଜେଡିର ସାବିତ୍ରୀ ଅଗ୍ରୱାଲଙ୍କୁ ୮୯, ୩୮୯ ଖଣ୍ଡ ଭୋଟ ମିଳିଥିବା ବେଳେ ବିଜେପିର ବିଜୟ ମହାପାତ୍ରଙ୍କ ଖାତାକୁ ଯାଇଛି ୭୨, ୧୫୫ ଖଣ୍ଡ ଭୋଟ। କଂଗ୍ରେସ ପ୍ରାର୍ଥୀ ଜୟନ୍ତ ମହାନ୍ତି଼ ପାଇଛନ୍ତି ୨୦୧୬ ଖଣ୍ଡ ଭୋଟ । ୧୫ ରାଉଣ୍ଡ ସୁଦ୍ଧା ବିଜେଡି ୧୭, ୦୮୭ ଭୋଟରେ ଆଗୁଆ ଥିଲା ଜ୍ଝବିଜେଡିର ସାବିତ୍ରୀ ଅଗ୍ରୱାଲଙ୍କୁ ୮୪, ୩୭୧ ଖଣ୍ଡ ଭୋଟ ମିଳିଥିବା ବେଳେ ବିଜେପିର ବିଜୟ ମହାପାତ୍ର ପାଇଥିଲେ ୬୭, ୨୮୪ ଖଣ୍ଡ ଭୋଟ । ୧୩ ରାଉଣ୍ଡ ସୁଦ୍ଧା ବିଜେଡି ୧୬, ୫୨୫ ଭୋଟରେ ଆଗୁଆ ଥିଲା। ଦଳର ସାବିତ୍ରୀ ଅଗ୍ରୱାଲଙ୍କ ଖାତାରେ ୭୪, ୭୪୫ ଭୋଟ ପଡ଼ିଥିବା ବେଳେ , ବିଜେପିର ବିଜୟ ମହାପାତ୍ରଙ୍କ ଖାତାକୁ ଯାଇଥିଲା ୫୮, ୨୨୦ ଭୋଟ। କଂଗ୍ରେସ ପ୍ରାର୍ଥୀ ଜୟନ୍ତ ମହାନ୍ତିଙ୍କୁ ୧୭୯୧ ଖଣ୍ଡ ଭୋଟ ମିଳିଥିଲା । ୧୨ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ପ୍ରାର୍ଥୀ ସାବିତ୍ରୀ ଅଗ୍ରୱାଲ୍‌ ଆଗୁଆ ରହିଥିଲେ। ଏହି ରାଉଣ୍ଡ ସୁଦ୍ଧା ସେ ବିଜେପି ପ୍ରାଥୀ ବିଜୟ ମହାପାତ୍ରଙ୍କଠାରୁ ୧୬,୧୪୪ ଭୋଟ୍‌ରେ ଆଗୁଆ ରହିଥିଲେ । ୧୨ତମ ରାଉଣ୍ଡରେ ବିଜେଡି ପ୍ରାର୍ଥୀ ସାବିତ୍ରୀ ଅଗ୍ରୱାଲ ୬୯,୬୯୬ ଭୋଟ ପାଇଥିଲେ। ତାଙ୍କ ମୁଖ୍ୟ ପ୍ରତିଦ୍ୱନ୍ଦୀ ବିଜେପିର ବିଜୟ ମହାପାତ୍ର ୫୩, ୫୫୨ ଭୋଟ ପାଇ ତାଙ୍କଠୁ ପଛରେ ରହିଥିଲେ। କଂଗ୍ରେସ ପ୍ରାର୍ଥୀ ୧୬୯୩ ଭୋଟ ପାଇଥିଲେ । ୧୦ମ ରାଉଣ୍ଡ ସୁଦ୍ଧା ବିଜେଡି ୧୪, ୯୫୮ ଭୋଟରେ ଆଗୁଆ ଥିଲା । ବିଜେଡିର ସାବିତ୍ରୀ ଅଗ୍ରୱାଲଙ୍କୁ ୧୦ମ ରାଉଣ୍ଡ ସୁଦ୍ଧା ୫୮, ୯୧୯ ଖଣ୍ଡ ଭୋଟ ମିଳିଥିଲା। ତାଙ୍କ ପ୍ରତିଦ୍ୱନ୍ଦି ବିଜେପିର ବିଜୟ ମହାପାତ୍ର ୪୩, ୯୬୧ ଖଣ୍ଡ ଭୋଟ ପାଇ ରେସ୍‌ରେ ଦ୍ୱିତୀୟ ସ୍ଥାନରେ ଥିଲେ। କଂଗ୍ରେସ ପ୍ରାର୍ଥୀ ଜୟନ୍ତ ମହାନ୍ତି ମାତ୍ର ୧୫୩୯ ଖଣ୍ଡ ଭୋଟ ପାଇଥିଲେ । ସେହିପରି ଅଷ୍ଠମ ରାଉଣ୍ଡ ଗଣନା ଶେଷ ସୁଦ୍ଧା ୧୩, ୬୮୧ ଭୋଟ୍‌ରେ ବିଜେଡି ଆଗୁଆ ରହିଥିଲା । ଏହି ରାଉଣ୍ଡରେ ବିଜେଡିର ସାବିତ୍ରୀ ଅଗ୍ରୱାଲଙ୍କୁ ୪୭, ୯୮୪ ଖଣ୍ଡ ଭୋଟ ମିଳିଥିଲା ବେଳେ ବିଜେପିର ବିଜୟ ମହାପାତ୍ରଙ୍କୁ ୩୪, ୩୦୩ ଖଣ୍ଡ ଭୋଟ ପାଇଥିଲେ । ଅପରପକ୍ଷେ କଂଗ୍ରେସ ପ୍ରାର୍ଥୀ ଜୟନ୍ତ ମହାନ୍ତି ଅଷ୍ଠମ ରାଉଣ୍ଡ ଶେଷ ସୁଦ୍ଧା ୧୨୮୮ ଖଣ୍ଡ ଭୋଟ ପାଇଥିଲେ । ପ୍ରଥମ ରାଉଣ୍ଡରେ ବିଜେଡି ୨୯୨୭ ଭୋଟରେ ଆଗୁଆ ଥିବା ବେଳେ ଦ୍ୱିତୀୟ ରାଉଣ୍ଡରେ ୩,୪୨୬, ତୃତୀୟ ରାଉଣ୍ଡରେ ୬୩୩୭, ଚତୁର୍ଥ ରାଉଣ୍ଡରେ ୭୪୩୧, ପଞ୍ଚମ ରାଉଣ୍ଡରେ ୮୬୭୩ଭୋଟ୍‌ ରେ ଆଗୁଆ ଥିବା ବେଳେ ଷଷ୍ଠ ରାଉଣ୍ଡରେ ୧୦, ୫୩୨ଭୋଟ୍‌ରେ ଆଗରେ ଥିଲା ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons