ବାପାକୁ ଠେଲି ହତ୍ୟା କଲା ପୁଅ

Get real time updates directly on you device, subscribe now.

ନବରଙ୍ଗପୁର: ଅନ୍ୟଜାତିର ବୋହୂ ଆଣିଲା ପୁଅ । ବିବାହକୁ ସମାଜ ସ୍ୱୀକୃତି ଦେଇ ନଥିଲା । ଓଲଟା ପୁରା ପରିବାରକୁ ବାସନ୍ଦ କରିଦେଇଥିଲା ସମାଜ । ପୁଅ ପାଇଁ ସମାଜରୁ ବାସନ୍ଦ ହୋଇଥିବା ଦୁଃଖକୁ ସହ୍ୟ କରି ପାରିଲାନି ବାପା । ଦୀର୍ଘ ଦିନ ପରେ ପନôୀକୁ ଶ୍ୱଶୁର ଘରେ ଛାଡ଼ି ଏକୁଟିଆ ପୁଅ ଘରକୁ ଫେରିଥିଲା । ପୁଅକୁ ଦେଖି ବାପାର ରାଗ ପଞ୍ଚମକୁ ଉଠିଥିଲା । ପରେ ପୁଅ ସହ ବାପାର ଗଣ୍ଡଗୋଳ ହୋଇଥିଲା । ବାପା ଓ ପୁଅର ମାରପିଟ ଓ ଠେଲାପେଲାରେ ଝରକାରେ ମୁଣ୍ଡ ପିଟି ହୋଇ ବାପାର ମୃତୁ୍ୟ ହୋଇଛି । ଏଭଳି ଅଭାବନୀୟ ଘଟଣା ଘଟିଛି ନବରଙ୍ଗପୁର ଥାନା ବାଘସିଉନି ଗାଁରେ ।
ମୃତକ ବାପା ହେଉଛନ୍ତି କମଲୋଚନ ଅମାନାତ୍ୟ । ହତ୍ୟାକାରୀ ପୁଅ କେଶବ ଅମାନାତ୍ୟ । ପୁଲିସ୍ ଘଟଣାସ୍ଥଳରେ ପହଞ୍ଚô ପୁଅକୁ ଗିରଫ କରିବା ସହ ଶବ ବ୍ୟବଚ୍ଛେଦ ପାଇଁ ଡାକ୍ତରଖାନାକୁ ପଠାଇ ଦେଇଛି । ପୁଲିସ୍ ମାମଲା ରୁଜୁ କରି ଅଧିକ ତଦନ୍ତ ଆରମ୍ଭ ଚଳାଇଛି । ଏନେଇ ନବରଙ୍ଗପୁର ଥାନା ଅଧିକାରୀ ତାରେକ ଅହମ୍ମଦ ସୂଚନା ଦେଇଛନ୍ତି । ପୁଅ ଅନ୍ୟଜାତିର ବୋହୁ ଆଣିବାକୁ ନେଇ ବାପା ଓ ପୁଅ ମଧ୍ୟରେ ଗଣ୍ଡଗୋଳରୁ ହତ୍ୟାକାଣ୍ଡ ଘଟିଥିବା ସେ କହିଛନ୍ତି ।
ସୂଚନା ଅନୁଯାୟୀ, ୩ରୁ ୪ମାସ ତଳେ ମୃତ କମଲୋଚନ ଅମାନାତ୍ୟଙ୍କ ପୁଅ କେଶବ ଅମାନାତ୍ୟ ଅନ୍ୟ ଜାତିର ଜଣେ ଯୁବତୀଙ୍କୁ ଭଲ ପାଇ ବିବାହ କରିଥିଲା । ହେଲେ ଅନ୍ୟଜାତିର ଯୁବତୀଙ୍କୁ ଘରକୁ ବୋହୂ କରି ଆଣିଥିବା କାରଣରୁ ସେମାନଙ୍କ ସମାଜ ପୁରା ପରିବାରକୁ ବାସନ୍ଦ କରି ଦେଇଥିଲା । ଶେଷକୁ କେଶବ ନିଜ ପନôୀକୁ ନେଇ କୋଷାଗୁମଡା ବ୍ଲକ ହଳଦୀପଖନା ଗାଁ ଶ୍ୱଶୂର ଘରକୁ ଚାଲି ଯାଇଥିଲା । ଗତ କିଛି ଦିନ ତଳେ ପନôୀକୁ ଶ୍ୱଶୁର ଘରେ ଛାଡ଼ି କେଶବ ଘରକୁ ଫେରିଥିଲା । ଶୁକ୍ରବାର ରାତି ପ୍ରାୟ ୧୦ଟାରେ କେଶବ ଘରେ ଶୋଇଥିବା ବେଳେ ବାପା କମଲୋଚନ ମଦ୍ୟପାନ କରି ନିଦରୁ ଉଠାଇଥିଲା । ଘରକୁ ପୁଣି କାହିଁକି ଫେରିଲୁ ବୋଲି ପୁଅକୁ ତାଗିଦ୍ କରିଥିଲା କମଲୋଚନ । ପରେ ଉଭୟ ବାପା ଓ ପୁଅ ମଧ୍ୟରେ ଗଣ୍ଡଗୋଳରୁ ହାତାହାତି ପର୍ଯ୍ୟନ୍ତ କଥା ଯାଇଥିଲା । ଏଭଳି ପରିସ୍ଥିତିରେ ପିଟାପିଟି ଓ ଠେଲାପେଲାରେ କମଲୋଚନର ମୁଣ୍ଡ ଝରକାରେ ପିଟି ହେବାରୁ ମୃତୁ୍ୟ ହୋଇ ଯାଇଥିଲା ।

ରିପୋର୍ଟ ଗଗନ ଗନ୍ତାୟତଙ୍କଠାରୁ

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons