ପଟ୍ଟଙ୍ଗି: ଗଞ୍ଜେଇ ଧରପଗଡରେ କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ପୁଲିସକୁ ମିଳିଛି ସଫଳତା । ଆଜି ମାଳିଗୁଞ୍ଜା ଛକ ନିକଟରେ ଗାଡ଼ିମୋଟର ଯାଞ୍ଚ ବେଳେ କୋଟିଏ ଟଙ୍କାରୁ ଅଧିକ ଗଞ୍ଜେଇ ଜବତ କରାଯାଇଛି । ଏଥିରେ ଗୋଟିଏ ୧୪ଚକିଆ ଟ୍ରକ୍(ଏମଏଚ୍ ୧୭ବିୱାଇ ୨୮୨୮) ଓ ଏକ ବୋଲେରୋଭ୍ୟାନ୍(ଏପି ୩୯ଟିଏମ୍ ୫୯୫୯)କୁ ଜବତ କରାଯାଇଥିବା ପୁଲିସ କହିଛି ।
ପୁଲିସ ସୂତ୍ରରୁ ପ୍ରକାଶ, ଆଜି ସକାଳ ସାଢେ ୬ଟାରେ ଆଇଆଇସି କୈବଲ୍ୟ ସେଠଙ୍କ ନେତୃତ୍ୱରେ ଏଏସଆଇ ସୁବାସ ନାୟକ, ହାବିଲଦାର ଆର.ସିଏଚ୍ ନାୟକ, ଜି.ସିଏଚ.ମୁଣ୍ଡାଗାଡିଆ, ଆର.ଖିଲ, ହୋମଗାର୍ଡ ନାରାୟଣ ପଟ୍ଟନାୟକଙ୍କ ସମେତ ଆଇଆରବି ଯବାନଙ୍କ ଏକ ଟିମ୍ ମାଳିଗୁଞ୍ଜା ଛକରେ ପାଟ୍ରୋଲିଂ କରି ଯାନବାହାନ ଯାଞ୍ଚ କରୁଥିଲେ । ସେତେବେଳେ କୁଣ୍ଡାବୋଝେଇ ଟ୍ରକ ଓ ଗୋଟିଏ ଭ୍ୟାନ୍ ଆସୁଥିଲା । ପୁଲିସକୁ ଦେଖି ଛକର ସ୍ୱଳ୍ପଦୂରରେ ଗାଡିଗୁଡିକୁ ରଖି ଡ୍ରାଇଭର ଫେରାର୍ ହୋଇଯାଇଥିଲେ । ସନେ୍ଦହ ହେବାରୁ ଗାଡିଗୁଡିକୁ ପୁଲିସ ଯାଞ୍ଚ କରିଥିଲା । କୁଣ୍ଡା ବୋଝେଇ ଟ୍ରକ୍ ଓ ଭ୍ୟାନ୍ରେ ୪୫ଟି ଜରି ବ୍ୟାଗରେ ଗଞ୍ଜେଇ ରହିଥିବା ଜଣାପଡିଥିଲା । ଗାଡି ସହ ଗଞ୍ଜେଇକୁ ପୁଲିସ ଜବତ କରି ଥାନାକୁ ଆଣିଥିଲା । ଓଜନ ପରେ ସେଥିରେ ୧୩କୁଇଣ୍ଟାଲ ୪୫ କେଜି ଗଞ୍ଜେଇ ଥିବା ଜଣାପଡିଥିଲା । ତେବେ ଏସବୁ ଗଞ୍ଜେଇ କେଉଁଠୁ ଆସି କେଉଁଠାକୁ ଯାଉଥିଲା ତାହା ସ୍ପଷ୍ଟ ହୋଇପାରିନି । ଏନେଇ ଥାନାରେ ୫୮/୨୧ରେ ଏକ ମାମଲା ରୁଜୁ କରାଯାଇଛି । ତଦନ୍ତ ପରେ ସତ୍ୟସତ୍ୟା ଜଣାପଡିବ ବୋଲି ଥାନା ଅଧିକାରୀ ଶ୍ରୀ ସେଠ କହିଛନ୍ତି ।
ରିପୋର୍ଟ ସତ୍ୟ ନାରାୟଣ ସାହୁଙ୍କଠାରୁ
Comments are closed, but trackbacks and pingbacks are open.