ଖସିପଡ଼ିଲା ସିଲିଂ ଫ୍ୟାନ୍: ଅଳ୍ପକେ ବର୍ତ୍ତିଲେ ରୋଗୀ, ଡାକ୍ତର

Get real time updates directly on you device, subscribe now.

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଗୁରୁବାର ଦିନ ଏକ ଅଭାବନୀୟ ଘଟଣା ଘଟିିଛି । ମେଡିକାଲରେ ରୋଗୀ ଚିକିତ୍ସା ଚାଲିଥିବା ବେଳେ ସିଲିଂ ଫ୍ୟାନ୍ ଛିଣ୍ଡି ରୋଗୀଙ୍କ ବେଡ୍ ଉପରେ ପଡ଼ିଥିଲା । ତେବେ ଅଳ୍ପକେ ରୋଗୀ ଓ ଡାକ୍ତର ବର୍ତ୍ତି ଯାଇଛନ୍ତି । ଏନେଇ ରୋଗୀ ଓ ସମ୍ପର୍କୀୟଙ୍କ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି ।
ସୂଚନା ଅନୁସାରେ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଗତକାଲି ମେଡିସିନ(ମହିଳା) ୱାର୍ଡରେ ରୋଗୀ ଚିକିତ୍ସା ଚାଲିଥିଲା । ବିଭାଗୀୟ ଡାକ୍ତର ସଂଜିତ ସେଠୀ ୱାର୍ଡ ପରିଦର୍ଶନରେ ଆସି ରୋଗୀମାନଙ୍କ ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ୍ କରୁଥିଲେ । ଏହି ସମୟରେ ହଠାତ୍ ଏକ ସିଲିଂ ଫ୍ୟାନ ଛିଣ୍ଡି ଯାଇ ଜଣେ ରୋଗୀଙ୍କ ବେଡ୍ରେ ପଡ଼ିଥିଲା । ଏଥିଯୋଗୁଁ ସମ୍ପୃକ୍ତ ରୋଗୀଙ୍କ ଗୋଡ଼ରେ ଆଘାତ ଲାଗିଥିବା ବେଳେ ସେ ଓ ତାଙ୍କର ସମ୍ପର୍କୀୟ ଭୟଭୀତ ହୋଇପଡ଼ିଥିଲେ । ୱାର୍ଡରେ ପ୍ରାୟ ୨୧ଟି ଶଯ୍ୟା ଥିବା ବେଳେ ସେଠାରେ ଉପସ୍ଥିତ ଅନ୍ୟ ରୋଗୀ ଓ ସେମାନଙ୍କ ସମ୍ପର୍କୀୟ ମଧ୍ୟ ଏହି ଘଟଣାକୁ ନେଇ ଭୟଭୀତ ହୋଇ ପଡ଼ିଛନ୍ତି । ଡାକ୍ତର ସେଠୀ ଉକ୍ତ ବେଡ୍ ନିକଟରେ ଥିଲେ । ମେଡିକାଲରେ ରକ୍ଷଣାବେକ୍ଷଣ ଓ ମରାମତି ବାବଦକୁ ବର୍ଷକୁ ଲକ୍ଷାଧିକ ଟଙ୍କା ଆସୁଥିବା ବେଳେ ତାହାର ସଦୁପଯୋଗ ହେଉନଥିବା ଅଭିଯୋଗ ହେଉଛି । କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ(ସିଡିଏମ୍ଓ) ଡାକ୍ତର ଅନିତା ପଟ୍ଟନାୟକଙ୍କୁ ପଚାରିବାରୁ ସେ କହିଥିଲେ, ଏଡିଏମ୍ଓ ମେଡିକାଲଙ୍କୁ ତଦନ୍ତ ପାଇଁ କୁହାଯାଇଛି । ସେଠାରେ ନୂଆ ପଙ୍ଖା ଲାଗିଯାଇଥିବା ସେ ସୂଚନା ଦେଇଛନ୍ତି ।

ରିପୋର୍ଟ ବିଶ୍ୱବିଜୟୀ

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons