ଶାବର ଶ୍ରୀକ୍ଷେତ୍ରରେ ମନ୍ତ୍ରୀଙ୍କ ଆଳତି

Get real time updates directly on you device, subscribe now.

କୋରାପୁଟ,(ସତ୍ୟ ନାରାୟଣ ସାହୁଙ୍କଠାରୁ): କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି ସକାଳେ ଶାବର ଶ୍ରୀକ୍ଷେତ୍ର ପରିଦର୍ଶନ କରି ମନ୍ଦିରରେ ଶ୍ରୀ ଜଗନ୍ନାଥଙ୍କ ଦର୍ଶନ କରିଛନ୍ତି । ଏଥିସହ ସ୍ୱତନ୍ତ୍ର ଆଳତି କରିଥିଲେ । ମହାପ୍ରଭୁଙ୍କ ସକାଳ ଆଳତି ପରେ ମନ୍ତ୍ରୀ ମନ୍ଦିରରେ ସ୍ୱତନ୍ତ୍ର ଆଳତିରେ ଯୋଗ ଦେଇଥିଲେ । ପରେ ମନ୍ଦିର ବେଢ଼ାରେ ସ୍ଥାନ ପାଇଥିବା ବିଭିନ୍ନ ଦେବାଦେବୀଙ୍କୁ ଦର୍ଶନ କରିଥିଲେ । ଜଗନ୍ନାଥ ମନ୍ଦିର ପରିଚାଳନା ସମ୍ପାଦକ ଗଦାଧର ପରିଡ଼ା କହିଛନ୍ତି, କେନ୍ଦ୍ର ରେଳମନ୍ତ୍ରୀଙ୍କ ମନ୍ଦିର ଗସ୍ତ କାର୍ଯ୍ୟକ୍ରମକୁ ଦୃଷ୍ଟିରେ ରଖି ମନ୍ଦିର ପରିସରକୁ ବିଶୋଧନ କରାଯିବା ସହିତ ଆଳତି ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିଲା । ମନ୍ତ୍ରୀଙ୍କ ସହିତ ଏହି ଅବସରରେ ବିଜେପି ନେତା ଗୋଲଖ ମହାପାତ୍ର, ବିଜେପି ରାଜ୍ୟ ଉପସଭାପତି ଭୃଗୁ ବrିପାତ୍ର, ଜିଲ୍ଲା ସଭାପତି ସୁମନ୍ତ ପ୍ରଧାନ, ତ୍ରିପୁରାରୀ ଗରଡ଼ା ପ୍ରମୁଖ ଉପସ୍ଥିତ ଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons