ନବରଙ୍ଗପୁର,(ଗଗନ ଗନ୍ତାୟତଙ୍କଠାରୁ):କେନ୍ଦ୍ର ରେଳମନ୍ତ୍ରୀ ଖାଇଲେ ପୋଡା ମକା । ଆଦିବାସୀ ମହିଳାଙ୍କ କୁଡିଆରେ ବସି ଲଙ୍କା ଓ ଲୁଣ ସହ ଏହାର ମଜା ଉଠାଇଲେ । କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଶନିବାର ନବରଙ୍ଗପୁର ଜିଲ୍ଲା ଗସ୍ତବେଳେ ଜିଲ୍ଲାରେ ପ୍ରବେଶ ଦ୍ୱାରରେ ଏ ଦୃଶ୍ୟ ଦେଖିବାକୁ ମିଳିଛି । ମନ୍ତ୍ରୀ ଶ୍ରୀ ବୈଷ୍ଣବ ମକା ଖାଇବା ସହ ଏହାର ଖୁସିକୁ ବଖାଣିଛନ୍ତି । ଆଦିବାସୀ ମହିଳା ସନମତୀ ମନ୍ତ୍ରୀ ଓ ଅନ୍ୟମାନଙ୍କୁ ସୁଆଦିଆ ମିଠା ମକା ଖୁଆଇଛନ୍ତି ।
ଜିଲ୍ଲାର ପ୍ରବେଶ ଦ୍ୱାର ଇନ୍ଦ୍ରାବତୀ ପୋଲ ନିକଟ ୨୬ ନମ୍ବର ଜାତୀୟ ରାଜପଥ ପାଶ୍ୱର୍ରେ ଆଦିବାସୀ ମହିଳାମାନେ ଛୋଟଛୋଟ କୁଡିଆ କରି ମକା ବିକ୍ରି କରିଥାନ୍ତି । ଅଙ୍ଗାର ନିଆଁରେ ମକା ପୋଡି ଏହା ଉପରେ ଲୁଣ, ଲଙ୍କା ଓ ଲେମ୍ବୁ ରସ ଲଗାଇ ଗ୍ରାହକଙ୍କୁ ଦେଇଥାନ୍ତି । ଏଠାରେ ମକା ଖାଇବାର ନିଆରା ସ୍ୱାଦ ରହିଛି । ମହିଳାମାନେ ମକାବିକି ଜୀବିକା ନିର୍ବାହ କରନ୍ତି । ଏଠାରେ ମକା ଖାଇବାକୁ ପର୍ଯ୍ୟଟକ ଅନେକ ସମୟରେ ଅଟକିଯାନ୍ତି । ମକା ଉତ୍ପାଦନରେ ଜିଲ୍ଲାର ରେକର୍ଡ ରହିଛି । ରେଳମନ୍ତ୍ରୀ ଅଶ୍ୱିନୀଙ୍କ ସହ ରାଜ୍ୟ ବିଜେପିର ଗୋଲକ ମହାପାତ୍ର, ଭୃଗୁ ବrିପାତ୍ର, ସ୍ଥାନୀୟ ନେତା ଓ କର୍ମୀ ମକାର ମଜା ନେଇଛନ୍ତି ।


Comments are closed, but trackbacks and pingbacks are open.