୫୩ ଲକ୍ଷ ଟଙ୍କାର ବ୍ରାଉନସୁଗର ଜବତ: ୨ ଗିରଫ

Get real time updates directly on you device, subscribe now.

ବସ୍ତା,(ବି.ବି.ନୁ୍ୟଜ): ପୁଣି ବାଲେଶ୍ୱର ଜିଲ୍ଲାରୁ ୫୩ ଲକ୍ଷରୁ ଊଦ୍ଧ୍ୱର୍ ଟଙ୍କାର ବ୍ରାଉନସୁଗର ଜବତ ହୋଇଛି । ବସ୍ତା ଥାନା ଅନ୍ତର୍ଗତ ଭେଲୋରା ଛକ ନିକଟରେ ଶୁକ୍ରବାର ପୁଲିସ ଚଢ଼ଉ କରି ୫୩୨ ଗ୍ରାମ ବ୍ରାଉନସୁଗର ଜବତ କରିଛି । ଯାହାର ମୂଲ୍ୟ ୫୩ ଲକ୍ଷ ଟଙ୍କାରୁ ଊଦ୍ଧ୍ୱର୍ ହେବ ବୋଲି ଜଣାପଡ଼ିଛି । ଏହା ସହିତ କାରବାରରେ ସମ୍ପୃକ୍ତ ୨ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିବାରେ ସଫଳ ହୋଇଛି ।
ପୁଲିସ ସୂତ୍ରରୁ ପ୍ରକାଶ ଉଜୁଡା ଗ୍ରାମର ବ୍ରାଉନସୁଗର ବେପାରୀ ରଞ୍ଜୁ ଜ୍ୟୋତି (୬୫) ଏବଂ ଦରଡ଼ା ଗ୍ରାମର ବିକାଶ ଜେନା (୨୪) ବ୍ରାଉନସୁଗର ନେଇ ଯାଉଥିଲେ । ବିଶେଷ ସୂତ୍ରରୁ ଖବର ପାଇ ବସ୍ତା ଏସଡିପିଓ ଜଳନ୍ଧର ଜାଲିଙ୍କ ନିଦେ୍ର୍ଧଶରେ ଆଇଆଇସି ସୁବ୍ରତ କୁମାର ବେହେରା ଓ ଫାଣ୍ଡି ଅଧିକାରୀ ପ୍ରଶାନ୍ତ କୁମାର ପାଣି ୬୦ ନଂ ଜାତୀୟ ରାଜପଥର ଭେଲୋରା ନିକଟରେ ୨ ବ୍ରାଉନସୁଗର ବେପାରୀଙ୍କୁ ଗିରଫ କରିଥିଲେ । ସେମାନଙ୍କ ନିକଟରୁ ୫୩୨ ଗ୍ରାମ ବ୍ରାଉନସୁଗର ଜବତ ହୋଇଛି । ଏହାର ଆନୁମାନିକ ମୂଲ୍ୟ ୫୩ ଲକ୍ଷ ଟଙ୍କାରୁ ଉଦ୍ଧ୍ୱର୍ ହେବ ବୋଲି ପୁଲିସ ସୂଚନା ଦେଇଛି । ଅଭିଯୁକ୍ତମାନେ ଜଳେଶ୍ୱର ଥାନା ଅନ୍ତର୍ଗତ ଝାଡେ଼ଶ୍ୱରପୁରରୁ ବ୍ରାଉନସୁଗର ଆଣି ଭେଲୋରା ଛକ ଦେଇ ସିଂଲା ଥାନା ଉଜୁଡା ଗ୍ରାମକୁ ଯାଉଥିବା ବେଳେ ପୁଲିସ ହାତରେ ଧରାପଡ଼ିଥିଲେ । ଶନିବାର ୨ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons