କାନ୍ଥ ପଡି ବାପପୁଅ ଗୁରୁତର

Get real time updates directly on you device, subscribe now.

କୋରୁକୋଣ୍ଡା,(ବି.ବି.ନୁ୍ୟଜ): ଲଗାଣ ବର୍ଷାରେ ଘରକାନ୍ଥ ଭୁଶୁଡି ନାକାମାମୁଡି ପଞ୍ଚାୟତ ସଦର ଗାଁରେ ବୁଧବାର ଅଭାବନୀୟ ଘଟଣା ଘଟିଛି । ଜଣେ ବ୍ୟକ୍ତି ଏବଂ ତାଙ୍କ ପୁଅ ଗୁରୁତର ହୋଇଛନ୍ତି । ଏମାନେ ହେଲେ ପଦୁ ପାଙ୍ଗି ଓ ପୁଅ ମୋହନ । ଉଭୟଙ୍କୁ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।
ପ୍ରବଳ ବର୍ଷା ଯୋଗୁ ପଦୁଙ୍କ ଘରକାନ୍ଥ ଓଦା ହୋଇ ରହିଥିଲା । ଆଜି ସେ ଘରେ ବସି କାମ କରୁଥିବା ବେଳେ ହଠାତ୍ କାନ୍ଥଟି ଭୁଶୁଡ଼ି ପଡିଥିଲା । ସେହି ସମୟରେ ପୁଅ ମୋହନ ମଧ୍ୟ ଉପସ୍ଥିତ ଥିଲେ । କାନ୍ଥଟି ଉଭୟଙ୍କ ଉପରେ ପଡିଯାଇଥିଲା । ପରିବାର ଓ ଗ୍ରାମବାସୀ ଉଭୟଙ୍କୁ ଉଦ୍ଧାର କରି ଏକ ଅଟୋରେ ପ୍ରଥମେ ବାଲିମେଳା ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ । କିନ୍ତୁ ଅବସ୍ଥା ଗମ୍ଭୀର ଥିବାରୁ ମାଲକାନଗିରି ସ୍ଥାନାନ୍ତର କରିବାକୁ ଡାକ୍ତର ପରାମର୍ଶ ଦେଇଥିଲେ । ତୁରନ୍ତ ଆମ୍ବୁଲାନ୍ସ ନମିଳିବାରୁ ପରିବାର ଲୋକେ ଦୀର୍ଘ ସମୟ ପର୍ଯ୍ୟନ୍ତ ଅପେକ୍ଷା କରିଥିଲେ । ଚିତ୍ରକୋଣ୍ଡାରୁ ଏକ ଆମ୍ବୁଲାନ୍ସ ଆସିବା ପରେ ଦୁହିଁଙ୍କୁ ମାଲକାନଗିରି ନିଆଯାଇଥିଲା ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons