ବୃଦ୍ଧଙ୍କୁ ଟାଙ୍ଗିଆରେ ହାଣିଲେ ଯୁବକ

Get real time updates directly on you device, subscribe now.

;ନନ୍ଦପୁର,(ବି.ବି.ନୁ୍ୟଜ): ଟଙ୍କା ଧାର ଦେଲେନାହିଁ । ଏଥିରେ ଉତ୍ତ୍ୟକ୍ତ ହୋଇ ବୃଦ୍ଧଙ୍କୁ ଟାଙ୍ଗିଆରେ ଆକ୍ରମଣ କରି ଗୁରୁତର କଲା ଦୁର୍ବୃତ୍ତ । ଏଭଳି ଏକ ଘଟଣା ଘଟିଛି କୋରାପୁଟ ଜିଲ୍ଲା ପାଡୁଆ ଥାନା ସଦରଆମ୍ବ ଗାଁରେ । ବୃଦ୍ଧ ହେଲେ ଗାଁର ଚିତ୍ରା ଖେମୁଣ୍ଡୁ(୬୦) । ଆକ୍ରମଣକାରୀ ସେହି ଗାଁର ବିଜୟ ପାଙ୍ଗି(୪୫) । ଚିତ୍ରାଙ୍କୁ କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏହାକୁ ନେଇ ଚିତ୍ରାଙ୍କ ସାନଭାଇ ପାଡୁଆ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।
ୁଧବାର ପୂର୍ବାହ୍ନ ୧୧ ଟାରେ ଚିତ୍ରା ନିଜ ଲଙ୍କା ବାଡରେ ଘାସ ବାଛୁଥିଲେ । ଏତିକିବେଳେ ବିଜୟ ଆସି ତାଙ୍କୁ କିଛି ଟଙ୍କା ଧାର ମାଗିଥିଲା । ଚିତ୍ରା ଟଙ୍କା ଦେବାକୁ ମନା କରିଦେଇଥିଲେ । ଏହାକୁ ନେଇ ବିଜୟ ଉତ୍ତ୍ୟକ୍ତ ହୋଇପଡିଥିଲା । ଧରିଥିବା ଏକ ଟାଙ୍ଗିଆରେ ସେ ଚିତ୍ରାଙ୍କ ପିଠିକୁ ଜୋର୍କରି ଆଘାତ ଦେଇଥିଲା । ମାଡ ଏତେ ଜୋର୍ ଥିଲା ଯେ, ଟାଙ୍ଗିଆଟି ଚିତ୍ରାଙ୍କ ପିଠିରେ ପଶି ରହି ଯାଇଥିଲା । ତୁରନ୍ତ ବିଜୟ ଟାଙ୍ଗିଆକୁ ସେପରି ଛାଡି ଘଟଣାସ୍ଥଳରୁ ଦୌଡି ପଳାଇ ଯାଇଥିଲା । ଚିତ୍ରାଙ୍କ ପାଟି ଶୁଣି ପାଖରେ ଥିବା ତାଙ୍କ ସ୍ତ୍ରୀ ସୁମିତ୍ରା ଓ ସାନଭାଇ ଜୟସେନ ଘଟଣାସ୍ଥଳରେ ପହଞ୍ଚି ଥିଲେ । ଗୁରୁତର ଅବସ୍ଥାରେ ଚିତ୍ରାଙ୍କୁ ଏମାନେ ଉଦ୍ଧାରକରି ପାଡୁଆ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ । କିନ୍ତୁ ଅବସ୍ଥା ଗମ୍ଭୀର ଥିବାରୁ ପରେ ତାଙ୍କୁ କୋରାପୁଟ ସ୍ଥାନାନ୍ତର କରାଯାଇଥିଲା । ସ୍ଥାନୀୟ ସରପଞ୍ଚ ନବୀନ ଖରା, ପୂର୍ବତନ ସରପଞ୍ଚ ସହଦେବ ଖରା, ଶେକ୍ ବାଜି ପ୍ରମୁଖ ପାଡୁଆ ଡାକ୍ତରଖାନାରେ ପହଞ୍ଚି ଚିତ୍ରାଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons