୪୩ ଷ୍ଟଲ୍ ଅକ୍ତିଆରକୁ ନେଲା ପ୍ରଶାସନ

Get real time updates directly on you device, subscribe now.

ଜୟପୁର,(ବି.ବି.ବୁ୍ୟରୋ): ବର୍ଷ ବର୍ଷ ଦୋକାନ ଭଡ଼ା ନଦେବା ବ୍ୟବସାୟୀଙ୍କୁ ମହଙ୍ଗା ପଡ଼ିଛି । ବିଜୁ ଭେଣ୍ଡିଂ ଜୋନ୍ରେ ଥିବା ୪୩ଟି ଦୋକାନକୁ ନିଜ କବ୍ଜାକୁ ନେଇଛି ପୌର ପ୍ରଶାସନ । ଦୋକାନ ଖାଲି କରାଇ ତାଲା ପକାଇଛି । ଭଡ଼ା ଦାଖଲ କରିନଥିବା ଦେକାନୀଙ୍କ ବିରୋଧରେ ମାମଲା ରୁଜୁ କରାଯାଇ ବକେୟା ଟଙ୍କା ଆଦାୟ କରାଯିବ । ଆସନ୍ତା କିଛିଦିନ ମଧ୍ୟରେ ଏହି ଜୋନ୍ର ଉନ୍ନତିକରଣ କରାଯାଇ ଟେଣ୍ଡର ଡକାଯିବ ବୋଲି ଜଣେ ପୌର ଅଧିକାରୀ କହିଛନ୍ତି ।
ବାରମ୍ବାର ନୋଟିସ୍ ପରେ ବି ୪୩ଟି ଷ୍ଟଲର ମାଲିକ ଭଡ଼ା ଟଙ୍କା ଦାଖଲ କରିନଥିଲେ । ସେମାନଙ୍କୁ ବାରମ୍ବାର ନୋଟିସ୍ ପରେ ବି କିଛି ଶୁଣିନଥିଲେ । କିଛିଦିନ ତଳେ ଖିଲାପକାରୀଙ୍କ ଲାଇସେନ୍ସ ରଦ୍ଧ କରାଯାଇଥିଲା । ଘର ଖାଲି କରି ଚାବି ହସ୍ତାନ୍ତର କରିବାକୁ ପରାମର୍ଶ ଦିଆଯାଇଥିଲା । ମାଜିଷ୍ଟେ୍ରଟ ତଥା ଅତିରିକ୍ତ ତହସିଲଦାର ଅଶ୍ୱିନୀକୁମାର ମହାପାତ୍ର, ପରିମଳ ନିରୀକ୍ଷକ ନୀଳକଣ୍ଠ ହାଲବା, କନିÂ ସହାୟକ ଓଁକାର ସିଂ, ସୀମାଦ୍ରୀ ପଣ୍ଡା, ପୁଲିସ ଏବଂ ଅନ୍ୟ ପୌର କର୍ମଚାରୀ ବିଜୁ ଭେଣ୍ଡିଂ ଜୋନ୍ରେ ପହଞ୍ଚିଥିଲେ । ଖିଲାପକାରୀଙ୍କ ମଧ୍ୟରୁ କେହି ଆସିନଥିବାରୁ ମାଜିଷ୍ଟେ୍ରଟଙ୍କ ଉପସ୍ଥିତିରେ ଦୋକାନ ତାଲା ଭଙ୍ଗାଯାଇଥିଲା । ଭିତରେ ଥିବା ସମାଗ୍ରୀ ବାହାରକୁ ବାହାର କରାଯିବା ପରେ ପୌର ପ୍ରଶାସନ ଷ୍ଟଲ ଗୁଡ଼ିକରେ ତାଲା ପକାଇ ନିଜ ଅକ୍ତିଆରକୁ ନେଇଥିଲା । ଷ୍ଟଲ ଗୁଡ଼ିକ ହେଉଛି ୧,୨, ୩,୫, ୬, ୭, ୮, ୧୬, ୧୭, ୧୮, ୧୯, ୨୧, ୨୨, ୨୩, ୨୪, ୨୫, ୨୭, ୨୮, ୨୯, ୩୦, ୩୧, ୩୩, ୩୪, ୩୫, ୩୬, ୩୭, ୩୮, ୩୯, ୪୦, ୪୧, ୪୨, ୪୩, ୪୪, ୪୫, ୪୬, ୪୭, ୪୮, ୫୩, ୫୬, ୫୮, ୫୯, ୬୦ ଏବଂ ୬୧ । ଅକ୍ତିଆରକୁ ନିଆଯାଇଥିବା ଷ୍ଟଲ ଗୁଡ଼ିକ ଠାରୁ ଭଡ଼ା ବାବଦରେ ପୌରସଂସ୍ଥା ପ୍ରାୟ ୧୧ ଲକ୍ଷ ଟଙ୍କା ପାଇବାକୁ ଅଛି ।
ଅଧିକାରୀ ଜଣଙ୍କ କହିଛନ୍ତି, ଭେଣ୍ଡିଂ ଜୋନ୍ରେ ରହିଛି ୬୧ଟି ଷ୍ଟଲ । ସେଥିରୁ ୭ ଜଣ ଦୋକାନୀ ଠିକ୍ରେ ଭଡ଼ା ଦେଇ ବ୍ୟବସାୟ କରୁଛନ୍ତି । ୯ ଜଣ ଦୋକାନୀ ଦୋକାନ ଖୋଲୁନଥିଲେ ବି କିଛି କିଛି ଭଡ଼ା ଟଙ୍କା ଦାଖଲ କରିଛନ୍ତି । ସେମାନଙ୍କ ଉପରେ ପ୍ରାୟ ୫୦ ହଜାର ଟଙ୍କା ବକେୟା ରହିଛି । ଗୋଟିଏ ଷ୍ଟଲ କାହାରିକୁ ଦିଆଯାଇନି । ବଳକା ୪୩ଟି ଷ୍ଟଲର ମାଲିକମାନଙ୍କ ଉପରେ ମୁଣ୍ଡ ପିଛା ୨୫ ହଜାର ଟଙ୍କାରୁ ଅଧିକ ଥିଲା । ଏତେ ଟଙ୍କା ଭଡ଼ା ବାବଦରେ ବାକି ଥାଇବି ପ୍ରଶାସନର ତାଗିଦ୍ ଶୁଣୁନଥିଲେ । କେତେକ ଅଦାଲତଙ୍କ ଆଶ୍ରୟ ନେଇଥିଲେ । ୨୦୧୪ ବଦଳରେ ୨୦୧୭ରୁ ଦୋକାନ ଭଡ଼ା ପୈଠ ଲାଗି କୋର୍ଟ ନିଦେ୍ର୍ଧଶ ଦେଇଥିଲେ । ତଥାପି ୪୩ଟି ଷ୍ଟଲର ମାଲିକ ନିଦେ୍ର୍ଧଶକୁ ଅବମାନନା କରିଥିଲେ । ୨୦୨୦ ଜୁଲାଇ ୧୪ରେ ୭ ଦିନିଆ ଶେଷ ନୋଟିସ୍ ଜାରି କରାଯାଇଥିଲା । କେତେକଙ୍କୁ ହାତରେ ଦିଆଯାଇଥିବା ବେଳେ ଯେଉଁମାନେ ଗ୍ରହଣ କରିନଥିଲେ ସେମାନଙ୍କ ଷ୍ଟଲରେ ନୋଟିସ୍ ଲଗାଯାଇଥିଲା । ନୋଟିସ ପାଇବା ପରେ କେତେକ ଦୋକାନୀ ଟଙ୍କା ଦାଖଲ କରିଥିଲେ । ହାଇକୋର୍ଟଙ୍କ ନିଦେ୍ର୍ଧଶ ମୁତାବକ ଖିଲାପି ଷ୍ଟଲ ଗୁଡ଼ିକୁ ଅକ୍ତିଆରକୁ ନିଆଯାଇଛି । ଆଗାମୀ ଦିନରେ ଏହି ଭେଣ୍ଡିଂ ଜୋନ୍ର ଉନ୍ନତି କରାଯିବ । ବ୍ୟବସାୟ ଲାଗି ଆବଶ୍ୟକ ଭିତ୍ତିଭୂମି ପ୍ରସ୍ତୁତ କରାଯାଇ ବ୍ୟବସାୟୀମାନଙ୍କୁ ଉତ୍ସାହିତ କରାଯିବ । ପରେ ଟେଣ୍ଡର ଡକାଯାଇ ଷ୍ଟଲ ଆବଣ୍ଟନ ହେବ ।
ସୂଚନାଥାଉକି, ୨୦୧୪ରେ ଏହି ଭେଣ୍ଡିଂ ଜୋନ ତିଆରି ହୋଇଥିଲା । ସେତେବେଳେ ପ୍ରତ୍ୟେକ ଯୋଗ୍ୟ ଆବେଦନକାରୀଙ୍କ ପାଖରୁ ସର୍ବନିମ୍ନ ୧୦ ହଜାର ଟଙ୍କା ଲେଖାଏଁ ଡୋନେସନ୍ ବାବଦରେ ନିଆଯାଇଥିଲା । ଷ୍ଟଲ ଭଡା ବାବଦକୁ ଭଡା ରଖାଯାଇଥିଲା ୧୫୦ ଟଙ୍କାରୁ କମ୍ । ୩ ମାସର ଭଡା ସିକୁ୍ୟରିଟି ବାବଦରେ ଅଗ୍ରୀମ ରଖାଯାଇଥିଲା । ପରେ ଦୋକାନ ଭଡା ମାସିକ ୩୪୩ ଟଙ୍କାକୁ ବଢାଯାଇଥିଲା ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons