ଯୁକ୍ତ ୩ ପ୍ରଥମ ବର୍ଷ ନାମଲେଖା୧୮ ପର୍ଯ୍ୟନ୍ତ ବଢିଲା ଅବଧି

Get real time updates directly on you device, subscribe now.

ଜୟପୁର,(ବି.ବି.ବୁ୍ୟରୋ): ଯୁକ୍ତ ୩ ପ୍ରଥମ ବର୍ଷ ନାଁ ଲେଖାର ଅବଧି ବଢାଇଛନ୍ତି ରାଜ୍ୟ ସରକାର । ଲଗାଣ ବର୍ଷା, ନାଁ ଲେଖା ଫି’ ଦାଖଲରେ ବିଳମ୍ବ ସହ ଅନ୍ୟ କେତେକ କାରଣରୁ ପ୍ରଥମ ପର୍ଯ୍ୟାୟ ନାଁ ଲେଖା ଅବଧି ୧୮ ତାରିଖ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ବଢାଇ ଦିଆଯାଇଛି । ଆସନ୍ତା ୨୧ ବଦଳରେ ୨୩ ତାରିଖରେ ଦ୍ୱିତୀୟ ମେରିଟ୍ ଲିଷ୍ଟ ପ୍ରକାଶ ପାଇବ । ଦ୍ୱିତୀୟ ପର୍ଯ୍ୟାୟ ନାଁ ଲେଖା ଲାଗି ଅନଲାଇନ୍ ଫି ଦାଖଲ ୨୧ରୁ ୨୪ ତାରିଖ ରାତି ୧୧ଟା ୪୫ ପର୍ଯ୍ୟନ୍ତ ରଖାଯାଇଛି । ୧୬ ତାରିଖ ରାତି ସୁଦ୍ଧା ସ୍ଥାନୀୟ ବିକ୍ରମଦେବ ସ୍ୱୟଂ ଶାସିତ କଲେଜର କଳାରେ ୮୧, ବାଣିଜ୍ୟରେ ୭୧ ଏବଂ ବିଜ୍ଞାନରେ ୬୧ଟି ସିଟ୍ ଖାଲି ରହିଥିବା ଅଧ୍ୟକ୍ଷ ଡ. ଗୋପାଳ ହାଲଦାର କହିଛନ୍ତି ।
ଗତ ୧୩ରୁ ୧୬ ତାରିଖ ଅପରାହ୍ନ ପର୍ଯ୍ୟନ୍ତ ପ୍ରଥମ ମେଧା ତାଲିକାରେ ଥିବା ଛାତ୍ରଛାତ୍ରୀଙ୍କ ନାଁ ଲେଖା ଯାଇଥିଲା । ୧୬ ତାରିଖ ରାତି ସୁଦ୍ଧା କଳା ଷ୍ଟ୍ରିମ୍ରେ ୩୨୦ରୁ ୮୧ଟି ସିଟ୍ ଖାଲି ରହିଛି । ସେଭିତରେ ରହିଛି ଆନ୍ଥେ୍ରାପୋଲୋଜି ସମ୍ମାନର ୧୬ରୁ ୩ ଟି ସିଟ୍, ଅର୍ଥନୀତିର ୪୮ରୁ ୯, ଏଜୁକେସନ୍ର ୩୨ରୁ ୧୦, ଇଂରାଜୀର ୨୪ରୁ ୭, ଭୁଗୋଳର ୧୬ରୁ ୭, ଇତିହାସର ୪୮ରୁ ୧୦, ଓଡ଼ିଆର ୩୨ରୁ ୯, ଫିଲୋସଫିର ୨୪ରୁ ୫, ରାଜନିତି ବିଜ୍ଞାନର ୪୮ରୁ ୧୪ ଏବଂ ସାମାଜିକ ବିଜ୍ଞାନ ଅନର୍ସର ୩୨ରୁ ୭ ସିଟ୍ । ବାଣିଜ୍ୟରେ ଥିବା ୩୨୦ରୁ ୭୧ଟି ସିଟ୍ ଖାଲି ରହିଛି । ବିଜ୍ଞାନ ଷ୍ଟ୍ରିମ୍ରେ ଥିବା ୨୫୬ରୁ ଖାଲି ରହିଛି ୬୧ଟି ଅନର୍ସ ସିଟ୍ । ସେ ଭିତରେ ରହିଛି ଉଦ୍ଭିଦ ବିଜ୍ଞାନର ୪୮ରୁ ୧୨ଟି, ପ୍ରାଣୀ ବିଜ୍ଞାନର ୪୮ରୁ ୧୧, ରସାୟନ ବିଜ୍ଞାନର ୪୮ରୁ ୭, ପଦାର୍ଥ ବିଜ୍ଞାନର ୪୮ରୁ ୮, ଗଣିତର ୩୨ରୁ ୫ ଏବଂ କମ୍ପୁ୍ୟଟର ବିଜ୍ଞାନର ୩୨ରୁ ୧୮ଟି ସିଟ୍ ଖାଲି ରହିଛି । ପ୍ରଥମ ପର୍ଯ୍ୟାୟରେ ଯେଉଁମାନଙ୍କୁ କଲେଜ ପକ୍ଷରୁ ଇଣ୍ଟିମେସନ୍ ଯାଇଥିଲା, ସେମାନେ ୧୮ ତାରିଖ ରାତି ୭ଟା ସୁଦ୍ଧା ନାଁ ଲେଖାଇ ପାରିବେ ବୋଲି ଶ୍ରୀ ହାଲଦାର କହିଛନ୍ତି ।
ସେହିପରି ପୌରାଞ୍ଚଳରେ ଥିବା ସରକାରୀ ମହିଳା ମହାବିଦ୍ୟାଳୟ କଳାରେ ୨୫୬ ଜଣଙ୍କ ମଧ୍ୟରୁ ୧୭୮ ଜଣ ନାଁ ଲେଖାଇଛନ୍ତି । ବିଭିନ୍ନ ଅନର୍ସରେ ୭୮ଟି ସିଟ୍ ଖାଲି ପଡ଼ିଛି । ଜଗତଜନନୀ ଘରୋଇ କଲେଜର ଉଭୟ ଜୈବ ଓ ଫିଜିକାଲ ସାଇନ୍ସରେ ଯଥାକ୍ରମେ ୨୪ ଏବଂ ୧୪ ଜଣ ନାଁ ଲେଖାଇଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons