ବାଜି ମାରିଲା ବିଜେଡି , ପିପିଲିରେ ଜୁନିୟର୍‌ ମହାରଥୀ…

Get real time updates directly on you device, subscribe now.

ପୁଣି ବାଜି ମାରିଲା ବିଜେଡି । ବାପାଙ୍କ ଗଡ ବଜାୟ ରଖିଲେ ପୁଅ। ପିପିଲି ଗଡ଼କୁ ପ୍ରଦୀପ ମହାରଥୀଙ୍କ ପରେ ଏବେ ସମ୍ଭାଳିବେ ଜୁନିୟର୍‌ ମହାରଥୀ
ବାପା ପ୍ରଦୀପ ମହାରଥୀଙ୍କ । ଉପ ନିର୍ବାଚନରେ ବିଜେଡି ପ୍ରାର୍ଥୀ ରୁଦ୍ର ମହାରଥୀ ୨୦, ୬୦୭ ଭୋଟ୍‌ରେ ନିଜର ନିକଟତମ ପ୍ରତିଦ୍ଵନ୍ଦ୍ଵୀ ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକଙ୍କଠୁ ଆଗୁଆ ରହିଛନ୍ତି। କଂଗ୍ରେସ ପ୍ରାର୍ଥୀ ବିଶ୍ଵକେସନ ହରିଚନ୍ଦନ ମହାପାତ୍ର ନିଜର ଅମାନତ ହରାଇଛନ୍ତି। ତେବେ ପିପିଲିରେ ବିଜେଡି ସମର୍ଥକଙ୍କ ବିଜୟ ଉତ୍ସବ ଆରମ୍ଭ ହୋଇ ଯାଇଛି।
ବିଜେଡି ପ୍ରାର୍ଥୀ ରୁଦ୍ରଙ୍କୁ ୯୬,୩୫୨ ଖଣ୍ଡ ଭୋଟ୍ ମିଳିଥିବା ବେଳେ ତାଙ୍କୁ କଡା ଟକ୍କର ଦେଇଥିବା ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକଙ୍କୁ ୭୫୭୭୦ ଖଣ୍ଡ ଭୋଟ୍ ମିଳିଛି। ଏହି ପରି ରୁଦ୍ର ଆଶ୍ରିତଙ୍କୁ ୨୦ ହଜାରରୁ ଅଧିକ ଭୋଟ୍‌ରେ ପରାସ୍ତ କରି ବିପୁଳ ବିଜୟ ହାସଲ କରିଛନ୍ତି। କଂଗ୍ରେସ ପ୍ରାର୍ଥୀ ବିଶ୍ଵକେସନ ହରିଚନ୍ଦନ ମହାପାତ୍ରଙ୍କ ମାତ୍ର ୪୨୩୭ ଖଣ୍ଡ ଭୋଟ୍ ମିଳିଛି।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons