ଦିନକରେ ୧୫ ହଜାର ନୂଆ ରୋଗୀ

Get real time updates directly on you device, subscribe now.

ନୂଆଦିଲ୍ଲୀ: ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୧୫,୮୨୩ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଇତିମଧ୍ୟରେ ୨୨,୮୪୪ ସୁସ୍ଥ ହେବା ସହ ସକ୍ରିୟ ରୋଗୀଙ୍କ ସଂଖ୍ୟା ୭୨୪୭ ହ୍ରାସ ପାଇଛି । ବର୍ତ୍ତମାନ ଦେଶବ୍ୟାପୀ ୨,୦୭,୬୫୩ ଚିକିତ୍ସାଧୀନ କରୋନା ରୋଗୀ ଅଛନ୍ତି । ଯାହା ମୋଟ କରୋନା ସଂକ୍ରମିତଙ୍କର ୦.୬୧ଧ । ଦିନକ ମଧ୍ୟରେ ୨୨୬ କରୋନା ସଂକ୍ରମିତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ସମୁଦାୟ ୪,୫୧,୧୮୯ ସଂକ୍ରମିତଙ୍କର ମୃତୁ୍ୟ ହେଲାଣି । ମୋଟ ୩,୪୦,୦୧,୭୪୩ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଏମାନଙ୍କ ମଧ୍ୟରୁ ୩,୩୩,୪୨,୯୦୧ ସୁସ୍ଥ ହୋଇଛନ୍ତି । ସୁସ୍ଥହାର ୯୮.୦୬ଧକୁ ବୃଦ୍ଧିପାଇଛି ।
୮୫ଧରୁ ଅଧିକ ନୂଆ କରୋନା ରୋଗୀ ୫ ରାଜ୍ୟରୁ ରହିଛନ୍ତି । କେରଳରେ ସର୍ବାଧିକ ୭୮୨୩ ନୂଆ ପଜିଟିଭ ମାମଲା ସାମ୍ନାକୁ ଆସିଛି । ପରେ ମହାରାଷ୍ଟ୍ରରେ ୨,୦୬୯, ତାମିଲନାଡୁରେ ୧୨୮୯ ଦୈନିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଗତ ୨୪ ଘଣ୍ଟା ମଧ୍ୟରେ କେରଳରେ ସର୍ବାଧିକ ୧୦୬ ମୃତୁ୍ୟ ହୋଇଥିବା ବେଳେ ମହାରାଷ୍ଟ୍ରରେ ମୃତୁ୍ୟ ସଂଖ୍ୟା ୪୩ ରହିଛି ।
ଦେଶରେ ଟିକାକରଣ ଅଭିଯାନ ଦ୍ରୁତଗତିରେ ଆଗେଇ ଚାଲିଛି । ଚଳିତ ମାସ ଶେଷସୁଦ୍ଧା ଦେଶବ୍ୟାପୀ ୧୦୦ କୋଟି ଟିକା ଦେବାର ଲକ୍ଷ୍ୟ ରହିଥିବା ଜଣେ ବରିÂ ଅଧିକାରୀ ସୂଚନା ଦେଇଛନ୍ତି । ଦେଶ ମଧ୍ୟରେ ଅଧିକରୁ ଅଧିକ ଲୋକଙ୍କୁ ଟିକା ଦେବା ପରେ ଏବଂ ଟିକା ଉତ୍ପାଦନ ବୃଦ୍ଧି ହେବା ପରେ ନଭେମ୍ବରରୁ ଭାରତ ବିଦେଶକୁ ଟିକା ରପ୍ତାନି କରିବ ବୋଲି ସେ କହିଛନ୍ତି । ଦେଶରେ ୯୬ କୋଟିରୁ ଊଦ୍ଧ୍ୱର୍ ହିତାଧିକାରୀ ଟିକା ନେଲେଣି । ୭୯ଧ ଲୋକଙ୍କୁ ଅତିକମ୍ରେ ଗୋଟିଏ ଡୋଜ୍ ଟିକା ଦିଆଯାଇଥିବା ବେଳେ ୨୯ଧ ଲୋକ ଉଭୟ ଡୋଜ୍ ଟିକା ନେଇଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons