ଦ୍ୱିତୀୟ କ୍ୱାଲିଫାୟର:ସୁପର କିଙ୍ଗସ-ନାଇଟ୍ ରାଇଡର୍ସ ଫାଇନାଲ

Get real time updates directly on you device, subscribe now.

ସାରଜା: ଏଲିମିନେଟରରୁ ଶେଷରେ କୋଲକାତା ନାଇଟ୍ ରାଇଡର୍ସ ଚଳିତ ଆଇପିଏଲର ଫାଇନାଲରେ ପ୍ରବେଶ କରିଛି । ଆସନ୍ତା ୧୫ ତାରିଖରେ ଚେନ୍ନାଇ ସୁପର କିଙ୍ଗ୍ସ ଓ ନାଇଟ୍ ରାଇଡର୍ସ ମଧ୍ୟରେ ଫାଇନାଲ ଖେଳାଯିବ ।
ଦିଲ୍ଲୀ କ୍ୟାପିଟାଲ୍ସ ଓ ନାଇଟ୍ ରାଇଡର୍ସ ମଧ୍ୟରେ ଆଜି ଦ୍ୱିତୀୟ କ୍ୱାଲିଫାୟର ଖେଳାଯାଇଥିଲା । କ୍ୟାପିଟାଲ୍ସ ଉଭୟ ବ୍ୟାଟିଂ ଓ ବୋଲିଂରେ ବିଫଳ ହେବା ସହ ଫାଇନାଲ ଖେଳିବାର ସ୍ୱପ୍ନ ଧୂଳିସାତ୍ କରିଥିଲା । ଆଜି ପ୍ରଥମେ ବ୍ୟାଟିଂ କରି କ୍ୟାପିଟାଲ୍ସ ନିର୍ଦ୍ଧାରିତ ଓଭରରେ ୫ ୱିକେଟ୍ ହରାଇ ୧୩୫ ରନ୍ ସଂଗ୍ରହ କରିଥିଲା । ଏହାର ଜବାବରେ କୋଲକାତା ନାଇଟ୍ ରାଇଡର୍ସ ଭେଙ୍କଟେଶ ଆୟାରଙ୍କ ଅର୍ଦ୍ଧଶତକ ବଳରେ ୧୯.୫ ଓଭରରେ ୭ ୱିକେଟ ହରାଇ ବିଜୟୀ ହୋଇଥିଲା ।
ଏଲିମିନେଟରରୁ ଫାଇନାଲ
କ୍ୟାପିଟାଲ୍ସ ସିଜନରେ ଚମକ୍ରାର ପ୍ରଦର୍ଶନ କରି ୧୦ଟି ମ୍ୟାଚ୍ ଜିତି ପଏଣ୍ଟ ଟେବୁଲରେ ଶୀର୍ଷ ସ୍ଥାନ ହାସଲ କରିଥିଲା । କିନ୍ତୁ ଦଳ କ୍ରମାନ୍ୱୟରେ ୩ଟି ମ୍ୟାଚ୍ରେ ପରାଜିତ ହୋଇ ଫାଇନାଲ ଖେଳିବାରୁ ବଞ୍ଚିତ ହେଲା । ଅପରପକ୍ଷରେ କୋଲକାତା ମାତ୍ର ୧୪ ପଏଣ୍ଟ ପାଇ ଟେବୁଲରେ ଚତୁର୍ଥ ସ୍ଥାନରେ ରହି ଏଲିମିନେଟର ଖେଳିଥିଲା । ଏଲିମିନେଟରରେ ରୟାଲ ଚ୍ୟାଲେଞ୍ଜର୍ସକୁ ହରାଇବା ପରେ ଦ୍ୱିତୀୟ କ୍ୱାଲିଫାୟରରେ ପ୍ରବେଶ କରିଥିଲା । କ୍ୱାଲିଫାୟରରେ ବି ଆଜି ଦଳ ଶ୍ରେÂ ପ୍ରଦର୍ଶନ ଦେଇ ଶେଷରେ ଫାଇନାଲରେ ପ୍ରବେଶ କରିଛି । ତୃତୀୟ ଥର ପାଇଁ କୋଲକାତା ନାଇଟ୍ ରାଇଡର୍ସ ଫାଇନାଲ ଖେଳିବ । ପୂର୍ବରୁ ଦଳ ୨୦୧୨ ଓ ୨୦୧୪ରେ ଚାମ୍ପିଅନ ହୋଇଥିଲା । ୨୦୧୧, ୨୦୧୬, ୨୦୧୭ ଓ ୨୦୧୮ ନାଇଟ୍ ରାଇଡର୍ସ ପ୍ଲେ ଅଫ୍ ଖେଳିଥିଲା ।
ଶେଷ ଓଭରରେ ରୋମାଞ୍ଚ
୧୯ ଓଭରରେ ଅନରିଚ ନର୍ଜ ଗୋଟିଏ ୱିକେଟ ନେବା ପରେ ଶେଷ ଓଭରରେ କୋଲକାତା ବିଜୟ ପାଇଁ ୭ ରନ୍ ଆବଶ୍ୟକ କରୁଥିଲା । ଏହି ଓଭର ବୋଲିଂ କରିଥିଲେ ଆର. ଅଶ୍ୱିନ । ପ୍ରଥମ ବଲ୍ରେ ରାହୁଲ ତ୍ରିପାଠୀ ୧ ରନ୍ ନେଇଥିଲେ । ଦ୍ୱିତୀୟ ବଲରେ ସାକିବ ଅଲ ହାସନ କୌଣସି ରନ୍ ନେଇ ନଥିଲେ । ତୃତୀୟ ବୋଲରେ ସେ ଏଲ୍ବି ହୋଇ ପାଭିଲିୟନ ଫେରିଥିଲେ । ଚତୁର୍ଥ ବଲରେ ସୁନିଲ ନାରାଏନଙ୍କୁ କ୍ୟାଚ୍ ଆଉଟ୍ କରାଇ ଅଶ୍ୱିନ ହ୍ୟାଟ୍ରିକ୍ ସୁଯୋଗ ସୃଷ୍ଟି କରିଥିଲେ । କ୍ରମାନ୍ୱୟରେ ଦୁଇଟି ୱିକେଟ୍ ହରାଇ କୋଲକାତା ସଙ୍କଟରେ ପଡ଼ି ଯାଇଥିଲା । ଓଭର ପଞ୍ଚମ ବଲରେ ତ୍ରିପାଠୀ ବିଶାଳ ଛକା ମାରି ଖେଳ ଶେଷ କରିଥିଲେ ।
ଭେଙ୍କଟେଶଙ୍କ ଅର୍ଦ୍ଧଶତକ
୧୩୬ ରନ୍ର ବିଜୟ ଲକ୍ଷ୍ୟ ନେଇ କୋଲକାତା ପକ୍ଷରୁ ଶୁଭମନ ଗିଲ ଓ ଭେଙ୍କଟେଶ ଆୟର ଇନିଂସ ଆରମ୍ଭ କରିଥିଲେ । ଉଭୟ ଚମକ୍ରାର ବ୍ୟାଟିଂ କରି ପ୍ରଥମ ୱିକେଟ୍ରେ ଦଳୀୟ ସ୍କୋରକୁ ୯୬ ରନ୍ରେ ପହଞ୍ଚାଇଥିଲେ । ଭେଙ୍କଟେଶ ୪୧ ବଲ ଖେଳି ୪ ଚୌକା ଓ ୩ ଛକା ସହାୟତାରେ ୫୫ ରନ୍ କରି ଆଉଟ୍ ହୋଇଥିଲେ । ଗିଲ୍ (୪୬) ମାତ୍ର ୪ ରନ୍ରୁ ଅର୍ଦ୍ଧଶତକରୁ ବଞ୍ଚିତ ହୋଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ନିତିଶ ରାଣା ୧୩ ଓ ରାହୁଲ ତ୍ରିପାଠୀ ଅପରାଜିତ ୧୨ ରନ୍ କରିଥିଲେ । ଦିନେଶ କାର୍ତ୍ତିକ, ଇୟନ ମୋର୍ଗାନ, ସାକିବ ଅଲ୍ ହାସନ ଓ ସୁନୀଲ ନାରାଏନ ଖାତା ଖୋଲି ନପାରି ଆଉଟ୍ ହୋଇଥିଲେ । ୪ ଜଣ ବ୍ୟାଟ୍ସମ୍ୟାନ ଶୂନ୍ୟରେ ଆଉଟ ହେବା ପରେ ଏକ ସମୟରେ କୋଲକାତାର ବିଜୟ ଆଶା ମଉଳି ଯାଇଥିଲା । କିନ୍ତୁ ଶେଷ ଓଭରରେ ତ୍ରିପାଠୀ ବିଶାଳ ଛକା ମାରି ଦଳକୁ ଫାଇନାଲରେ ପହଞ୍ଚାଇ ଥିଲେ । ନର୍ଜ, ଅଶ୍ୱିନ ଓ କାଗିସୋ ରାବାଡ଼ା ୨ଟି ଲେଖାଏଁ ୱିକେଟ୍ ପାଇଥିଲେ ।
କ୍ୟାପିଟାଲ୍ସ ୫/୧୩୫
ନାଇଟ୍ ରାଇଡର୍ସ ଟସ୍ ଜିତି ଦିଲ୍ଲୀ କ୍ୟାପିଟାଲ୍ସକୁ ବ୍ୟାଟିଂ ଆମନ୍ତ୍ରଣ ଜଣାଇଥିଲା । କ୍ୟାପିଟାଲ୍ସ ପକ୍ଷରୁ ପୃଥ୍ୱୀ ଶ’ ଓ ଭେଟେରାନ ଶିଖର ଧାୱନ ଇନିଂସ ଆରମ୍ଭ କରିଥିଲେ । ଆରମ୍ଭରୁ ଉଭୟଙ୍କ ମଧ୍ୟରେ ତାଳମେଳ ଠିକ୍ ରହିଥିଲା । ଦଳୀୟ ସ୍କୋର ବି ଆଗେଇ ଚାଲିଥିଲା । କିନ୍ତୁ ୪.୧ ଓଭରରେ ପୃଥ୍ୱୀ ଶ’ ତ୍ରୁଟି କରି ବସିଥିଲେ । ସେ ବ୍ୟକ୍ତିିଗତ ୧୮ ରନ୍ କରି ଫେରିଥିଲେ ।
ଧାୱନ ଓ ମାର୍କସ ଷ୍ଟଇନିସ ମଧ୍ୟ ଦଳୀୟ ସ୍କୋରକୁ ଆଗେଇ ନେବାକୁ ପ୍ରୟାସ କରିଥିଲେ । ଦ୍ୱିତୀୟ ୱିକେଟ୍ରେ ଦଳୀୟ ସ୍କୋର ୭୧ ରନ୍ରେ ପହଞ୍ଚିବା ପରେ ଷ୍ଟଇନିସ ୧୮ ରନ୍ କରି ଆଉଟ୍ ହୋଇଥିଲେ । ଧାୱନ (୩୬) ମଧ୍ୟ ବେଶି ସମୟ ତିÂି ପାରି ନଥିଲେ । ପରବର୍ତ୍ତୀ ସମୟରେ ଦଳର ରନ୍ ଗତି ଅତି ମନ୍ଥର ହୋଇ ଯାଇଥିଲା । ରିଷଭ ପନ୍ତ ୬ ଓ ସିମରନ ହେତମେୟର ୧୭ ରନ୍ କରି ଆଉଟ୍ ହୋଇଥିଲେ । ଶେଷ ପର୍ଯ୍ୟନ୍ତ ଶ୍ରେୟାସ ଆୟର ଅପରାଜିତ (୩୦) ରହିଥିଲେ ବି ବିସ୍ଫୋରକ ବ୍ୟାଟିଂ କରିବାରେ ବିଫଳ ରହିଥିଲେ । ଫଳରେ ଦଳ ୫/୧୩୫ ରନ୍ରେ ସୀମିତ ରହିଥିଲା । କୋଲକାତାର ବରୁଣ ଚକ୍ରବର୍ତ୍ତୀ ୨ଟି ୱିକେଟ୍ ହାସଲ କରିଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons