ଆଇପିଏଲ୍ ନୂଆ ଦଳ ପାଇଁ ଟେଣ୍ଡର ଆହ୍ୱାନ:ଆଉ ୧୦ ଦିନ ବଢ଼ାଇଲା ବିସିସିଆଇ

Get real time updates directly on you device, subscribe now.

ନୂଆଦିଲ୍ଲୀ: ଆଇପିଏଲର ୨୦୨୨ ସଂସ୍କରଣରୁ ଦୁଇଟି ନୂଆ ଦଳ ସାମିଲ ହେବେ । ଏଥିପାଇଁ ବିସିସିଆଇ ଗତ ମାସରୁ ଟେଣ୍ଡର ଆହ୍ୱାନ କରିଥିଲା । ଆଜି ଟେଣ୍ଡର ଆହ୍ୱାନର ଶେଷ ତାରିଖ ରହିଥିଲା । ମାତ୍ର ଦିବସ ଶେଷ ହେବା ପୂର୍ବରୁ ବିସିସିଆଇ ଆଉ ୧୦ ଦିନ ବୃଦ୍ଧି କରିଛି ।
ନୂଆ ଦଳ ପାଇଁ ଗତ ମାସ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଏହାପରେ ଟେଣ୍ଡର ଆହ୍ୱାନ ପ୍ରକ୍ରିୟା ଆରମ୍ଭ ହୋଇଛି । ପ୍ରଥମ ପର୍ଯ୍ୟାୟରେ ଅକ୍ଟୋବର ୫ ତାରିଖ ପର୍ଯ୍ୟନ୍ତ ଟେଣ୍ଡର ଆହ୍ୱାନ ଶେଷ ତାରିଖ ରଖା ଯାଇଥିଲା । ଏହାପରେ ଏହାକୁ ୧୦ ତାରିଖ ପର୍ଯ୍ୟନ୍ତ ଏବଂ ଆଜି ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି ।
ଆସନ୍ତା ୨୫ ତାରିଖରେ ବିସିସିଆଇ ଟେଣ୍ଡର ଖୋଲିବା ସହ ଦୁଇ ନୂଆ ଦଳର ନାମ ଘୋଷଣା କରିବ । ଦୁଇ ନୂଆ ଦଳ ପାଇଁ ବିସିସିଆଇ ପ୍ରତ୍ୟେକ ଫ୍ରାଞ୍ଚାଇଜର ମୂଳ ଦଳ ୨୦୦୦ କୋଟି ରଖିଛି । ତେଣୁ ଯେଉଁମାନେ ବି ଟେଣ୍ଡର ଆହ୍ୱାନ କରିବେ ମୂଳ ଦରଠୁ ଅଧିକ ଦର ଡାକିବେ ।
ପଞ୍ଜାବ କିଙ୍ଗ୍ସର ସହ-ମାଲିକ ନେସ ୱାଡିଆଙ୍କ କହିଥିଲେ, ଏହି ଦୁଇ ନୂଆ ଦଳ ମୂଳ ଦର ଠାରୁ ୫୦ କିମ୍ବା ୭୦ ପ୍ରତିଶତ ଅଧିକ ଦରରେ ବିକ୍ରି ହେବେ । ଯାହାର ମୂଲ୍ୟ ୩୦୦୦ରୁ ୩୫୦୦ କୋଟି ଛୁଇଁବ ବୋଲି ମୋର ଆଶା । ନୂଆ ଦଳ ସାମିଲ ହେବା ନେଇ ଆମେ ଉତ୍ସାହିତ ରହିଛୁ । ଏହା ଆଇପିଏଲକୁ ଆହୁରି ମଜବୁତ କରିବ ।’
ବିସିସିଆଇ ପ୍ରତ୍ୟେକ ଦଳଠୁ ଅତି କମ୍ରେ ୩୫୦୦ କୋଟି ଆୟ କରିବାକୁ ଯୋଜନା ରଖିଛି । ତେଣୁ ଦୁଇଟି ଦଳରୁ ୭୦୦୦ କୋଟି ଲକ୍ଷ୍ୟ ରଖିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons