ଢେଙ୍କାନାଳ : ଏଲଆଇସି ଅଫିସରେ ଫୁଟିଲା ଗୁଳି। କାହାରି କୌଣସି କ୍ଷୟକ୍ଷତି ହୋଇନଥିବା ସୂଚନା ମିଳିଛି । ସିଏମଏସ ଏଟିଏମ କ୍ୟାଶ ଭ୍ୟାନ ସୁରକ୍ଷା କର୍ମୀଙ୍କ ବନ୍ଧୁକରୁ ଫୁଟିଛି ଗୁଳି । ଅସାବଧାନତା ହେତୁ ଅଫିସ ଭିତରେ ଫୁଟିଗଲା ବନ୍ଧୁକ । ଖବର ଅନୁଯାୟୀ, ଏଲଆଇସିରୁ ଟଙ୍କା ନେଇ ଅନ୍ୟ ବ୍ୟାଙ୍କରେ ଡିପୋଜିଟ୍ ପାଇଁ ଆସିଥିଲା ସିଏମଏସ ଗାଡି। ସିକ୍ୟୁରିଟି ଗାର୍ଡ କୁମୁଦ ଚନ୍ଦ୍ର ସାହୁଙ୍କ ଲାଇସେନ୍ସ ପ୍ରାପ୍ତ ବନ୍ଧୁକରୁ ଅସାବଧାନତା ବଶତଃ ଫୁଟିଯାଇଥିଲା । ତେବେ ଏହି ଗୁଳି ଫୁଟିବା ପରେ ଅଫିସ୍ ସିଲିଂର କିଛି ଅଂଶ କ୍ଷତିଗ୍ରସ୍ତ ହୋଇଛି । ମାତ୍ର ଅନ୍ୟ କାହାରି କିଛି କ୍ଷୟ କ୍ଷତି ହୋଇନଥିବା ଜଣାପଡିଛି । ବନ୍ଧୁକ ଧରିଥିବା ବେଳେ କାନ୍ଧରୁ ଖସିଯାଇ ବନ୍ଧୁକଟି ତଳେ ଛେଚି ହୋଇ ଯିବାରୁ ଆପେ ଆପେ ଗୁଳି ଫୁଟି ଯାଇଥିବା କହିଛନ୍ତି ଏହି ସୁରକ୍ଷା କର୍ମୀ । । ଖବର ପାଇ ଟାଉନଥାନା ପୋଲିସ ଏଲଆଇସି ଅଫିସରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
Comments are closed, but trackbacks and pingbacks are open.