ପଟ୍ଟାମୁଣ୍ଡାଇରେ କଙ୍ଗାରୁ କୋର୍ଟ:ପେଟ୍ରୋଲ୍ ପମ୍ପ୍ କର୍ମଚାରୀଙ୍କୁ ନିସ୍ତୁକ ମାଡ଼, ବିଜୁଳି କରେଣ୍ଟ୍!

Get real time updates directly on you device, subscribe now.

କେନ୍ଦ୍ରାପଡ଼ା,(ବି.ବି.ବୁ୍ୟରୋ): କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଥାନା ଅଧୀନ ବଡ଼ପଡ଼ା-ସାହୁପଡ଼ା ରାସ୍ତାରେ ଥିବା ଏକ ପେଟ୍ରୋଲ ପମ୍ପ୍ରୁ ୨ ଲକ୍ଷ ଟଙ୍କା ଚୋରି କରିବା ଅଭିଯୋଗରେ ପେଟ୍ରୋଲ ପମ୍ପ୍ର ଜଣେ କର୍ମଚାରୀ ଓ ତାଙ୍କ ବୃଦ୍ଧ ପିତାଙ୍କୁ ନିସ୍ତୁକ ମାଡ଼ ମରାଯାଉଥିବା ଦୃଶ୍ୟ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି । କଙ୍ଗାରୁ କୋର୍ଟରେ ସଂପୃକ୍ତ କର୍ମଚାରୀଙ୍କୁ ଦଣ୍ଡିତ କରିଥିବା ବ୍ୟକ୍ତି ହେଲେ ୩ଜଣ ସରପଞ୍ଚ ଓ ଜଣେ ସମିତି ସଭ୍ୟାଙ୍କ ସ୍ୱାମୀ । ସଂପୃକ୍ତ କର୍ମଚାରୀଙ୍କୁ ପିଟିବା ପାଇଁ ଉପସ୍ଥିତ ଲୋକପ୍ରତିନିଧିମାନେ ନିଦେ୍ର୍ଧଶ ଦେଉଥିବା ଭିଡିଓରେ ସ୍ପଷ୍ଟ ଭାବେ ଦେଖିବାକୁ ମିଳୁଛି । ଖାଲି ସେତିକି ନୁହେଁ, ଏହି କଙ୍ଗାରୁ କୋର୍ଟରେ ବାପାଙ୍କୁ ପିଟିବା ନିମନ୍ତେ ପୁଅକୁ ନିଦେ୍ର୍ଧଶ ଦିଆଯିବା ଘଟଣା ମଧ୍ୟ ପଟ୍ଟାମୁଣ୍ଡାଇ ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଛି । ତେବେ ଥାନାରେ ଏନେଇ କୌଣସି ଅଭିଯୋଗ ହୋଇନଥିବା ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଅଧିକାରୀ ତପନ ରାଉତ କହିଛନ୍ତି ।
ମିଳିଥିବା ତଥ୍ୟରୁ ପ୍ରକାଶ, ବଡ଼ପଡ଼ା-ସାହୁପଡ଼ା ରାସ୍ତା ପାଶ୍ୱର୍ରେ ଥିବା ଏକ ପେଟ୍ରୋଲ୍ ପମ୍ପ୍ରେ ମହାକାଳପଡ଼ା ଥାନା ଅଧୀନ ବିଜୟନଗର ଅଞ୍ଚଳର ସ୍ମୃତିରଞ୍ଜନ ନାଥ କର୍ମଚାରୀ ଭାବେ କାର୍ଯ୍ୟ କରନ୍ତି । ଏହି ପେଟ୍ରୋଲ ପମ୍ପ୍ଟି ସାନମୋହନପୁର ଗ୍ରାମର ସୁନାକର ରାଉତ ଓ ସାହୁପଡ଼ା ଗ୍ରାମର ଅଶୋକ ପତିଙ୍କ ମାଲିକାନାରେ ରହିଛି । ତେଲ ବିକ୍ରି ବାବଦ ୯ ଲକ୍ଷ ଟଙ୍କା ସ୍ମୃତିରଞ୍ଜନଙ୍କୁ ରଖିବା ପାଇଁ ଦାୟିତ୍ୱ ଦିଆଯାଇଥିଲା । ତେବେ ମାଲିକଙ୍କ ଘରେ ଟଙ୍କା ପହଞ୍ଚିବା ପରେ ବ୍ୟାଗ୍ରେ ୯ ଲକ୍ଷ ପରିବର୍ତ୍ତେ ୭ ଲକ୍ଷ ଟଙ୍କା ଥିବା ପେଟ୍ରୋଲ ପମ୍ପ୍ ମାଲିକ ଜାଣିବାକୁ ପାଇଥିଲେ । ଏହି ଟଙ୍କା ଚୋରି ଅପରାଧରେ ସ୍ମୃତିରଞ୍ଜନଙ୍କୁ ପେଟ୍ରୋଲ୍ ପମ୍ପ୍ ନିକଟରେ ଥିବା ଜନୈକ ବ୍ୟକ୍ତିଙ୍କ ଘରକୁ ଡାକି ସଭା ବସା ଯାଇଥିଲା । ଏହି ସଭାରେ ବଳିପାଳ ସରପଞ୍ଚ ପଞ୍ଚାନନ ସ୍ୱାଇଁ, ବିଜୟନଗର ସରପଞ୍ଚ ସୋମନାଥ ତ୍ରିପାଠୀ ଓ ବଳିପାଳ ସମିତି ସଭ୍ୟାଙ୍କ ସ୍ୱାମୀ ତାପସ ପ୍ରଧାନଙ୍କ ସମେତ ବଡ଼ମୋହନପୁର ସରପଞ୍ଚ ରବୀନ୍ଦ୍ର ବେହେରା ଉପସ୍ଥିତ ରହି ସ୍ମୃତିରଞ୍ଜନଙ୍କ ବିଚାର କରିଥିଲେ । ତେବେ ଚୋରି ସମ୍ପର୍କରେ ସ୍ମୃତିରଞ୍ଜନ ନ ମାନିବାରୁ ଉପସ୍ଥିତ ଥିବା ଲୋକପ୍ରତିନିଧିମାନେ ତାଙ୍କୁ ପିଟିବା ପାଇଁ ନିଦେ୍ର୍ଧଶ ଦେଇଥିଲେ । ଏଭଳି ନିଦେ୍ର୍ଧଶ ପାଇ ପେଟ୍ରୋଲ ପମ୍ପ୍ ମାଲିକଙ୍କ ସଂପର୍କୀୟମାନେ ସ୍ମୃତିରଞ୍ଜନଙ୍କୁ ନିର୍ଧୁମ ପିଟିଥିଲେ ।
ଖାଲି ସେତିକି ନୁହେଁ ସେଠାରେ ଉପସ୍ଥିତ ଥିବା ସ୍ମୃତିରଞ୍ଜନଙ୍କ ବାପା ଗଙ୍ଗାଧର ନାଥଙ୍କୁ ଚୋରି ୨ଲକ୍ଷ ଟଙ୍କା ନେଇ ନିଜ ପାଖରେ ରଖିଛନ୍ତି ବୋଲି ମାନିବାକୁ ବାଧ୍ୟ କରାଯାଇଥିଲା । ବୃଦ୍ଧ ଗଙ୍ଗାଧର ଏଥିରେ ସମ୍ମତ ନ ହେବାରୁ ତାଙ୍କୁ ମଧ୍ୟ ପିଟିବା ପାଇଁ ଜନୈକ ସରପଞ୍ଚ ଗଙ୍ଗାଧରଙ୍କ ପୁଅ ସ୍ମୃତିରଞ୍ଜନଙ୍କୁ ବାଧ୍ୟ କରିଥିଲେ ବୋଲି ସୂଚନା ମିଳିଛି । ଜୀବନ ଭୟରେ ସ୍ମୃତିରଞ୍ଜନ ନିଜ ବୃଦ୍ଧ ବାପାଙ୍କୁ ପିଟିବା ସହିତ ତାଙ୍କଠାରୁ ୨ଲକ୍ଷ ଟଙ୍କା ନେଇ ଗଙ୍ଗାଧର ନିଜ ପାଖରେ ରଖିଥିବା କଥା ମାନିଯିବାକୁ କହୁଥିବା ଭିଡିଓରେ ସ୍ପଷ୍ଟ ଭାବେ ଦେଖିବାକୁ ଓ ଶୁଣିବାକୁ ମିଳିଛି । ଏଭଳି ଅଭାବନୀୟ ଘଟଣା ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି । ଖାଲି ସେତିକି ନୁହେଁ ସ୍ମୃତିରଞ୍ଜନଙ୍କୁ ବିଦୁ୍ୟତ୍ କରେଣ୍ଟ ଦିଆଯାଇଥିବା ମଧ୍ୟ କୁହାଯାଉଛି । ସେ ଏବେ ଗୁରୁତର ଅବସ୍ଥାରେ ଚିକିତ୍ସାଧୀନ ଥିବା ତାଙ୍କ ପରିବାର ପକ୍ଷରୁ ସୂଚନା ମିଳିଛି । ତେବେ ଚୋରି ଯାଇଥିବା ୨ ଲକ୍ଷ ଟଙ୍କା କୁଆଡେ଼ ଅନ୍ୟ ଜଣେ ପେଟ୍ରୋଲ ପମ୍ପ୍ ମାଲିକଙ୍କ ପନôୀଙ୍କ ପାଖରେ ଥିବା ପରବର୍ତ୍ତୀ ସମୟରେ ଜଣାପଡ଼ିଛି । ପଟ୍ଟାମୁଣ୍ଡାଇ ପୁଲିସ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଭିଡିଓ ସଂପର୍କରେ ଅବଗତ ହେବା ପରେ ନିଜ ଆଡୁ ଖୋଳତାଡ଼ ଆରମ୍ଭ କରିଥିବା ସୂଚନା ମିଳିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons