ମଦ ଜବତ, ୨ ଗିରଫ

Get real time updates directly on you device, subscribe now.

ବନ୍ଧୁଗାଁ,(ବି.ବି.ବୁ୍ୟରୋ): ବନ୍ଧୁଗାଁ ଥାନା ଅଞ୍ଚଳର ଦୁଇଟି ସ୍ଥାନରେ ପୁଲିସ୍ ପକ୍ଷରୁ ଚଢ଼ଉ କରାଯାଇ ୫୦ ଲିଟର ମଦ ଜବତ କରାଯାଇଛି । ଏହି କାରବାରରେ ୨ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଗିରଫ ବ୍ୟକ୍ତିମାନେ ହେଲେ ସଦର ମହକୁମାର ଅନାଦି ସାହୁକାର ଓ ଆଲମଣ୍ଡା ଗାଁର ମୁନା ମହାପାତ୍ର । ଉଭୟଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ସବ୍ୟସାଚି ଶତପଥୀ ସୂଚନା ଦେଇଛନ୍ତି ।
ପୁଲିସ୍ ସୂଚନା ଅନୁଯାୟୀ, ବେଆଇନ ମଦ ବିକ୍ରି ଅଭିଯୋଗ ପାଇବା ପରେ ଥାନା ଅଧିକାରୀ ଶ୍ରୀ ଶତପଥୀଙ୍କ ନେତୃତ୍ୱରେ ଏକ ଟିମ୍ ସଦର ମହକୁମାର ବ୍ଲକ୍ କାର୍ଯ୍ୟାଳୟ ନିକଟରେ ଅନାଦି ଘରେ ଚଢଉ କରିଥିଲା । ଚଢଉ ବେଳେ ତାହ୍କ ଘରୁ ୧୫ ଲିଟର ବିଦେଶୀ ମଦ ଜବତ କରିବା ସହ ଅନାଦିକୁ ଗିରଫ କରିଥିଲା । ସେହିପରି ଆଲମଣ୍ଡା ଗାଁର ମୁନା ଘରେ ଚଢଉ କରିଥିଲା । ଚଢଉ ବେଳେ ତା’ ଘରୁ ୩୫ ଲିଟର ଦେଶୀ ମଦ ଜବତ କରିବା ସହ ମୁନାକୁ ଗିରଫ କରିଥିଲା । ଏ ସମ୍ପର୍କରେ ଥାନା ଦୁଇଟି ମାମଲା ରୁଜୁ ହୋଇଛି । ୨ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ଶ୍ରୀ ଶତପଥୀ କହିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons