୪ ବନ୍ଧୁକ ବେପାରୀ ଗିରଫ

Get real time updates directly on you device, subscribe now.

କଟକ,(ବି.ବି.ବୁ୍ୟରୋ): କମିସନରେଟ୍ ପୁଲିସ୍ ହାତରେ ପୁଣି ଏକ ବନ୍ଧୁକ ଯୋଗାଉଥିବା ଗ୍ୟାଙ୍ଗ୍ ଧରାପଡ଼ିଛନ୍ତି । ଜଗତସିଂହପୁରରୁ ଆସି କଟକରେ ବନ୍ଧୁକ କାରବାର ଚଳାଇଥିବା ଏହି ଗ୍ୟାଙ୍ଗ୍ର ୪ ଜଣଙ୍କୁ ପୁଲିସ ଗରାଖ ବେଶରେ ଯାଇ ଗିରଫ କରିଛି । ଅଭିଯୁକ୍ତମାନଙ୍କଠାରୁ ୫ ଟି ବନ୍ଧୁକ, ୧୨ଟି ଗୁଳି, ୨ ଟି ବାଇକ୍ ଏବଂ ୫ଟି ମୋବାଇଲ୍ ଫୋନ୍ ଜବତ ହୋଇଛି । କରିଛି । ଚାଉଳିଆଗଞ୍ଜ ଥାନା ପୁଲିସ ସେମାନଙ୍କୁ ଆଜି କୋର୍ଟଚାଲାଣ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ଚାଉଳିଆଗଞ୍ଜ ଥଟାରି ସାହି ଅଞ୍ଚଳର ମାଗୁ ଓରଫ ସୌମେନ୍ଦ୍ର ସାହୁ(୩୨), ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଥାନା କ୍ରିଷ୍ଣାନନ୍ଦପୁର ଅଞ୍ଚଳର କାଳିଆ ଓରଫ ସେକ୍ ସାଜିଦ୍ ଅଲ୍ଲୀ (୩୩), ବିରିଡ଼ି ଅଞ୍ଚଳର ଟିମିନା ଓରଫ ସୁଦର୍ଶନ ମଲ୍ଲିକ୍(୪୬) ଓ ବିରିଡ଼ି ଥାନା ବାସୁ ଜେନା ସାହି ଅଞ୍ଚଳର ଡେଙ୍ଗା ବୁଢ଼ା ଓରଫ ବାଦଲ କୁମାର ଜେନା(୫୭) ।
ଏ ସଂପର୍କରେ ଡିସିପିଙ୍କ କାର୍ଯ୍ୟାଳୟରେ ଅନୁÂିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ ପୁଲିସ୍ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀ କହିଥିଲେ ଯେ, ଗିରଫ ୪ ଅଭିଯୁକ୍ତ ପେସାଦାର ଭାବେ ବନ୍ଧୁକ କାରବାର କରୁଥିଲେ । କିଛି ମାଫିଆଙ୍କଠାରୁ ବନ୍ଧୁକ ଆଣି କଟକ, ଜଗତସିଂହପୁର ଆଦି ଉପକୂଳ ଅଞ୍ଚଳରେ କାରବାର କରୁଥିଲେ । ଏ ବାବଦରେ ଅଭିଯୁକ୍ତମାନେ ମୋଟା ଅଙ୍କର ଅର୍ଥ କମାଉଥିଲେ ।
ଏହି ୪ ଜଣଙ୍କ ମଧ୍ୟରେ ବନ୍ଧୁକ କାରବାରକୁ ନେଇ ଏକ ଗୁପ୍ତ ବୁଝାମଣା ଏବଂ ମୂଲଚାଲ୍ ଚାଲିଥିବା ସମ୍ପର୍କରେ ଚାଉଳିଆଗଞ୍ଜ ଥାନା ପୁଲିସ ବିଶେଷସୂତ୍ରରୁ ଖବର ପାଇଥିଲା । ଉକ୍ତ ତଥ୍ୟକୁ ଆଧାର କରି ସ୍ପେସାଲ୍ ସ୍କ୍ୱାଡ୍ ଏବଂ ଚାଉଳିଆଗଞ୍ଜ ଥାନା ପୁଲିସ୍ କିଛି ଦିନ ହେଲା ଏକ ଅପରେସନ୍ ଚଳାଇଥିଲା । ଜବତ ବନ୍ଧୁକ ମଧ୍ୟରେ ଗୋଟିଏ ୭.୬୫ ଏମ୍ଏମ୍ ପିସ୍ତଲ, ୩ଟି ରିଭଲଭର, ଗୋଟିଏ ସିଙ୍ଗଲ ସଟ୍ ବନ୍ଧୁକ ଅଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons