ବିଜେଡିରେ ମିଶିଲେ କୈଳାସ

Get real time updates directly on you device, subscribe now.

ଲକ୍ଷ୍ମୀପୁର,(ବି.ବି.ବୁ୍ୟରୋ): ଲକ୍ଷ୍ମୀପୁର ପୂର୍ବତନ ବିଧାୟକ କୈଳାସ ଚନ୍ଦ୍ର କୁଲେସିକା ଆଜି ବିଜେଡିରେ ବିଧିବଦ୍ଧ ଭାବେ ଯୋଗ ଦେଇଛନ୍ତି । ମଙ୍ଗଳବାର ୨୨ଟି ଗାଡିରେ ଶତାଧିକ କର୍ମୀଙ୍କୁ ନେଇ ସେ ଭୁବନେଶ୍ୱର ବିଜେଡି କାର୍ଯ୍ୟାଳୟରେ ପହଞ୍ଚିଥିଲେ । ବ୍ଲକ ଅଧ୍ୟକ୍ଷା ସୁୱାଇ କୁଲେସିକା, ପୂର୍ବତନ ବ୍ଲକ ଅଧ୍ୟକ୍ଷା ଶାନ୍ତିଲତା କୁଲେସିକା, ବ୍ଲକ ସାଧାରଣ ସମ୍ପାଦକ ଚୌବନ ଖୋସ୍ଲା, କୁଟିଙ୍ଗା ପଞ୍ଚାୟତ ସଭାପତି ପରମା ଖରା, ବନ୍ଧୁଗାଁ ବ୍ଲକ ସମ୍ପାଦକ ଜ୍ଞାନରଞ୍ଜନ ମିଶ୍ର, ପୂର୍ବତନ ସରପଞ୍ଚ ଘାସିରାମ ମୁଦୁଲି, ଏସ୍ସି ସେଲ୍ ଉପସଭାପତି ହରୀଶଚନ୍ଦ୍ର ତୁରୁକ୍, ନାରାୟଣପାଟଣା ପୂର୍ବତନ ସଭାପତି ଦିବାକର ତୁରୁକ୍, ପୂର୍ବତନ ସମ୍ପାଦକ ଦୟା ପ୍ରଧାନ, ମହିଳା କଂଗ୍ରେସ ସଭାପତି ସଞ୍ଜୁ ବିଡିକା, ଓଡିଶା ପ୍ରଦେଶ କମିଟିର ପୂର୍ବତନ ଆବାହକ ବିଜୟସୁରଜ ନାୟରଙ୍କ ସମେତ କର୍ମୀମାନେ କଂଗ୍ରେସ ଛାଡି ବିଜେଡିରେ ସାମିଲ ହୋଇଛନ୍ତି । ବିଜେଡି ରାଜ୍ୟ ସଙ୍ଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାଶ, ମନ୍ତ୍ରୀ ପଦ୍ମିନୀ ଦିଆନ, ଉପସଭାପତି ଉକ୍ରଳ ରଞ୍ଜନ ନାୟକ, ଜିଲ୍ଲା ସଭାପତି ଈଶ୍ୱର ପାଣିଗ୍ରାହୀ, କୋରାପୁଟ ବିଧାୟକ ରଘୁରାମ ପଡାଲ, ପଟ୍ଟାଙ୍ଗି ବିଧାୟକ ପୀତମ ପାଢ଼ି, ଲକ୍ଷ୍ମୀପୁର ବିଧାୟକ ପ୍ରଭୁ ଜାନୀ ପ୍ରମୁଖଙ୍କ ଉପସ୍ଥିତିରେ ସମସ୍ତେ ଦଳରେ ସାମିଲ ହୋଇଥିଲେ ।
ସୂଚନାଥାଉକି, ଗତ କିଛିଦିନ ହେଲା ଜିଲ୍ଲାସ୍ତରୀୟ କେତେକ କଂଗ୍ରେସ ନେତାଙ୍କ ସହ ଶ୍ରୀ କୁଲେସିକାଙ୍କ ବିବାଦ ଲାଗି ରହିଥିଲା । ବିଜେଡିରେ ସାମିଲ ହେବା ପରେ ଶ୍ରୀ କୁଲେସିକା କହିଛନ୍ତି, ଜିଲ୍ଲାସ୍ତରୀୟ କଂଗ୍ରେସ ନେତାଙ୍କ କାର୍ଯ୍ୟକୁ ନେଇ ସେ ଅସନ୍ତୁଷ୍ଟ ଥିଲେ । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟରେ ଅନୁପ୍ରାଣିତ ହୋଇ ବିଜେଡିରେ ସାମିଲ ହୋଇଛନ୍ତି । ଲକ୍ଷ୍ମୀପୁର ନିର୍ବାଚନମଣ୍ଡିଳୀରେ ଅନେକ କାମ ବାକି ରହିଛି । କଂଗ୍ରେସରେ ରହିଲେ କୌଣସି କାମ ହୋଇପାରିବନି କି କେହି କରିବାକୁ ଦେବେନି । ତେଣୁ ନିଜ ଅଞ୍ଚଳର ବିକାଶ ପାଇଁ ସ୍ୱଇଚ୍ଛାରେ ବିଜେଡିରେ ସାମିଲ ହୋଇଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons