ଆକ୍ରମଣରେ ୨ ଗୁରୁତର

Get real time updates directly on you device, subscribe now.

ଜୟପୁର,(ବି.ବି.ବୁ୍ୟରୋ): ସ୍ଥାନୀୟ ଟାଉନ୍ ହଲ୍ରେ ଥିବା ଆହାର କେନ୍ଦ୍ରରୁ ଘରକୁ ଫେରୁଥିବା ୨ଜଣଙ୍କୁ ମରଣାନ୍ତକ ଆକ୍ରମଣ । ସେମାନେ ହେଲେ ସଦରଥାନା ଝିଲିମିଲିଗୁଡ଼ାର ସୁଶାନ୍ତ ହରିଜନ(୧୯) ଓ ଅଭି ହରିଜନ । ଗୁରୁତର ଅବସ୍ଥାରେ ଅଭିଙ୍କୁ କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଏବଂ ହସ୍ପିଟାଲ୍କୁ ସ୍ଥାନାନ୍ତର କରାଯାଇଛି । ଏ ସମ୍ପର୍କରେ ଟାଉନ୍ ଥାନାରେ ଏକ ମାମଲା ରୁଜୁ କରାଯାଇଥିବା ଆଇଆଇସି ସଞ୍ଜୟ କୁମାର ମଣ୍ଡଳ କହିଛନ୍ତି ।
ପୁଲିସ୍ ସୂଚନା ଅନୁଯାୟୀ, ଆଜି ଅପରାହ୍ଣରେ ସୁଶାନ୍ତ ଏବଂ ଅଭି ଆହାର କେନ୍ଦ୍ରରୁ ଖାଇ ଅଟୋରେ ଘରକୁ ଫେରୁଥିଲେ । ଗୌଡ଼ସାହି ଛକ ନିକଟରେ ୨ଜଣ ଅଜଣା ଯୁବକ ଅଟୋକୁ ଅଟକାଇଥିଲେ । ଛୁରୀ ଦେଖାଇ ଅଭିଙ୍କର ମୋବାଇଲ୍ ଲୁଟି ନେଇଥିଲେ । ଅଟୋ ଚାବି ନେବାକୁ ଉଦ୍ୟମ କରୁଥିବା ବେଳେ ସୁଶାନ୍ତ ବିରୋଧ କରିଥିଲେ । ଏଥିରେ ଉତ୍ତ୍ୟକ୍ତ ହୋଇ ଆକ୍ରମଣକାରୀ ଲୁହା ପଞ୍ଚରେ ଅଭିଙ୍କ ମୁଣ୍ଡକୁ ଆକ୍ରମଣ କରିଥିଲେ । ଅନ୍ୟଜଣେ ମାରଣାସ୍ତ୍ରରେ ସୁଶାନ୍ତଙ୍କ ପିଠି ଓ ଛାତିରେ ଆକ୍ରମଣ କରିଥିଲେ । ପରେ ସେଠାରୁ ଫେରାର୍ ହୋଇଯାଇଥିଲେ । ଗୁରୁତର ଅବସ୍ଥାରେ ଅଭିଙ୍କୁ ଡିଏଚ୍ଏଚ୍କୁ ନିଆଯିବା ବେଳେ ସେ ଟ୍ରାଫିକ୍ ଛକରେ ଅଚେତ ହୋଇଯାଇଥିଲେ । ପରେ ତାଙ୍କୁ କୋରାପୁଟ ମେଡିକାଲ୍ କଲେଜକୁ ସ୍ଥାନାନ୍ତର କରାଯାଇଥିଲା । ଏସ୍ଆଇ ବିଷ୍ଣୁଚରଣ ବେହେରା ମାମଲାର ତଦନ୍ତକାରୀ ଅଧିକାରୀ ଅଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons