କ୍ଷେପଣାସ୍ତ୍ର ‘ଅଭ୍ୟାସ’ର ସଫଳ ପରୀକ୍ଷଣ

Get real time updates directly on you device, subscribe now.

ବାଲେଶ୍ୱର,(ବି.ବି.ନୁ୍ୟଜ): ବାଲେଶ୍ୱର ଜିଲ୍ଲା ଚାନ୍ଦିପୁରରେ ଥିବା ପ୍ରତିରକ୍ଷା ଅନୁସନ୍ଧାନ ଓ ବିକାଶ ସଂଗଠନ(ଡିଆରଡିଓ)ରୁ ଶୁକ୍ରବାର ହାଇସ୍ପିଡ୍ ଏrପେଣ୍ଡେବଲ୍ ଏରିୟଲ୍ ଟାର୍ଗେଟ(ହିଟ୍) “ଅଭ୍ୟାସ’ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ ହୋଇଯାଇଛି । କ୍ଷେପଣାସ୍ତ୍ର ଘାଟିର ଇଣ୍ଟିଗ୍ରେଟେଡ୍ ଟେଷ୍ଟ ରେଞ୍ଜ (ଆଇଟିଆର)ରୁ ଏହାର ଉତ୍କ୍ଷେପଣ କରାଯାଇଥିଲା । ଏହା ଟାର୍ଗେଟ୍କୁ ଲକ୍ଷ୍ୟ ଭେଦ କରିଥିଲା । ପରୀକ୍ଷଣ ବେଳେ ଧ୍ୱନି ବେଗରେ ପୂର୍ବ ନିର୍ଦ୍ଧାରିତ ଉଡ଼ାଣ ପଥରେ ଏକ ଗ୍ରାଉଣ୍ଡ-ଆଧାରିତ ନିୟନ୍ତ୍ରକରୁ ଟାର୍ଗେଟକୁ ଉତ୍କ୍ଷେପଣ କରାଯାଇଥିଲା । “ଅଭ୍ୟାସ’ ହେଉଛି ଚାଳକ ବିହୀନ ଦ୍ରୁତଗାମୀ ଟାର୍ଗେଟ୍ ଏୟାର କ୍ରାଫ୍ଟ । ରାଡାର, ଇଲେକ୍ଟେ୍ରା ଅପଟିକ ସିଷ୍ଟମ୍ ଦ୍ୱାରା ଏହା ପରିଚାଳିତ । ବିଭିନ୍ନ ପ୍ରକାରର କ୍ଷେପଣାସ୍ତ୍ର, ବିମାନକୁ ଚିହ୍ନଟ କରି ଟାର୍ଗେଟ କରିବାରେ ଦକ୍ଷତା ଏହି କ୍ଷେପଣାସ୍ତ୍ରର ରହିଛି । ଏଥିରେ ଏକ ଛୋଟ ଗ୍ୟାସ ଟର୍ବାଇନ ଇଞ୍ଜିନ ବ୍ୟବହାର କରାଯାଇଛି । ଏମଇଏମଏସ ନାଭିଗେସନ୍ ସିଷ୍ଟମରେ ଏହା କାର୍ଯ୍ୟ କରୁଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons