ନରସିଂହପୁର ଥାନା ପାଲଟିଲା ରଣକ୍ଷେତ୍ର

Get real time updates directly on you device, subscribe now.

ନରସିଂହପୁର,(ବି.ବି.ନୁ୍ୟଜ): ପଞ୍ଚାୟତ ନିର୍ବାଚନ ପୂର୍ବରୁ ଆଜି ହଠାତ୍ ନରସିଂହପୁର ଅଶାନ୍ତ ହୋଇପଡିଛି । ପୁରୁଣା ମାମଲାରେ ପୁଲିସ୍ ତିନି ଜଣ ବିଜେପି କର୍ମୀଙ୍କୁ ଗିରଫ କରିବା ପରେ ନରସିଂହପୁର ଥାନାଞ୍ଚଳ ରଣକ୍ଷେତ୍ର ପାଲଟିଛି । ଗିରଫଦାରିକୁ ବିରୋଧ କରି ବିଜେପି କର୍ମୀମାନେ ଥାନାରେ ତାଲା ପକାଇବା ସହିତ ଭଙ୍ଗାରୁଜା କରିଥିଲେ ।
ପୁଲିସ୍-ବିଜେପି କର୍ମୀ ମୁହାଁମୁହିଁ ହେବାରେ ତିନି ପୁଲିସ୍ କର୍ମଚାରୀ ଓ ତିନି ଜଣ ବିଜେପି କର୍ମୀ ଆହତ ହୋଇଛନ୍ତି । ଜଣେ ମହିଳା ହୋମ୍ଗାଡର଼୍ ଗୁରୁତର ଆହତ ହୋଇ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଛନ୍ତି । ଅଭିଯୋଗ ହେଉଛି, ସ୍ଥିତିକୁ ସମ୍ଭାଳିବାକୁ ଯାଇ ପୁଲିସ୍ ମଧ୍ୟ ଲାଠି ଚାର୍ଜ କରିଛି । ଯେଉଁଥିରେ ବିଜେପିର କେତେକ କର୍ମୀ ଆହତ ହୋଇଛନ୍ତି । ଘଟଣାକୁ ନେଇ ନରସିଂହପୁରରେ ସ୍ଥିତି ଏକପ୍ରକାର ଅଣାୟତ୍ତ ହୋଇପଡ଼ିଛି । ଛକାପଞ୍ଝା ରାତି ଯାଏ ଜାରି ରହିଥିବା ବେଳେ ବରିÂ ପୁଲିସ୍ ଅଧିକାରୀଙ୍କ ସହ ବ୍ୟାପକ ଫୋର୍ସ ମୁତୟନ କରାଯାଇଛି ।
ଅପରପକ୍ଷରେ, ଭଙ୍ଗାରୁଜା ଘଟଣାରେ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବିଜୟ କୁମାର ଦଳବେହେରାଙ୍କ ସମେତ ତିନି ଜଣଙ୍କୁ ପୁଲିସ୍ ଅଟକ ରଖିଛି । ପୁଲିସ୍ର ଅତର୍କିତ ଲାଠି ଚାର୍ଜ ଓ ନେତୃବୃନ୍ଦଙ୍କୁ ଅଟକ ରଖିବା ଘଟଣାକୁ ବିଜେପି ମଧ୍ୟ ଦୃଢ ବିରୋଧ କରିଛି । ରତାପାଟଠାରେ କଟକ-ନରସିଂହପୁର ମୁଖ୍ୟ ରାସ୍ତା ଅବରୋଧ କରି ଶତାଧିକ ବିଜେପି କର୍ମୀ ପୋଡାଜଳା ଓ ରାସ୍ତାରୋକ କରିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons