୩ କୁଇଣ୍ଟାଲ ଗଞ୍ଜେଇ ଜବତ, ୩ ଗିରଫ

Get real time updates directly on you device, subscribe now.

ମାଲକାନଗିରି,(ବି.ବି.ନୁ୍ୟଜ): ଗଞ୍ଜାମକୁ ଚାଲାଣବେଳେ ଚିତ୍ରକୋଣ୍ଡା ପୁଲିସ ୩ କୁଇଣ୍ଟାଲ ୨୫ କେଜି ୩୯୦ ଗ୍ରାମ ଗଞ୍ଜେଇ ଜବତ କରିଛି । ମାମଲାରେ ପୁଲିସ ତିନିଜଣଙ୍କୁ ଗିରଫ କରିଛି । ଏମାନେ ହେଲେ ଓରକେଲ ଥାନା ନୂଆଗୁଡା ଗାଁର ଝିନୁ ଖିଲ(୨୫), ପାୱାରହାଉସ୍ କଲୋନିର ଦୀପକ ଜେନା(୨୨) ଓ ଗଞ୍ଜାମ କୋଦଳା ଥାନା ଅଞ୍ଚଳର ନୀଳାଞ୍ଚଳ ପାଢି(୪୨) । ଏମାନଙ୍କଠାରୁ ୨ଟି କାର, ୩ଟି ମୋଟରସାଇକେଲ, ୭ଟି ମୋବାଇଲ, ଏଟିଏମ କାର୍ଡ ଓ ଗାଡିର କାଗଜପତ୍ର ଜବତ ହୋଇଛି । ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି । ଚିତ୍ରକୋଣ୍ଡା ଏସଡପିଓ ଅଶୁଂମାନ ଦ୍ୱିବେଦୀ ଏହି ସୂଚନା ଦେଇଛନ୍ତି ।
ଶନିବାର ଭୋର ସମୟରେ ଥାନା ଅଧିକାରୀ ସତ୍ୟପ୍ରକାଶ ନାୟକଙ୍କ ନେତୃତ୍ୱରେ ଏକ ଟିମ୍ ଡାଇକ-୧ ରାସ୍ତାରେ ପାଟ୍ରୋଲିଂ କରୁଥିଲେ । ଏହି ସମୟରେ ଅଭିଯୁକ୍ତମାନେ ୨ଟି କାର ଓ ୩ଟି ବାଇକରେ ଦ୍ରୁତ ଗତିରେ ଯାଉଥିଲେ । ସନେ୍ଦହକରି ପୁଲିସ ଏମାନଙ୍କ ପିଛାକରି ଗୋଡାଇ ଧରିଥିଲା । ଯାଞ୍ଚ କରିବାରୁ କାର୍ ଭିତରୁ ୧୩ ଟି ପଲିଥିନ୍ ବସ୍ତାରେ ଗଞ୍ଜେଇ ଥିବା ଜଣାପଡିଥିଲା । ପୁଲିସ ତୁରନ୍ତ ଗାଡି ସହ ଗଞ୍ଜେଇ ଜବତ କରି ଅଭିଯୁକ୍ତଙ୍କୁ ଗିରଫ କରିଥିଲା । ଏମାନେ ଡାଇକ-୨ ରାଜବନ୍ଧ ଗାଁରୁ ଗଞ୍ଜେଇ କିଣି ଗଞ୍ଜାମ ନେଉଥିଲେ । ମାଜିଷ୍ଟେ୍ରଟଙ୍କ ଉପସ୍ଥିତିରେ ଗଞ୍ଜେଇ ଓଜନ କରାଯାଇଥିଲା ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons