ଶିଶୁ ମୃତୁ୍ୟ ନେଇ ଥାନା ଆଗରେ ଧାରଣା

Get real time updates directly on you device, subscribe now.

ଟିକିରି,(ବି.ବି.ନୁ୍ୟଜ): କାଶୀପୁର ବ୍ଲକ ଡଙ୍ଗାସିଲ ପିଏଚସିର ଜଣେ ମହିଳା ସ୍ୱାସ୍ଥ୍ୟକର୍ମୀଙ୍କ ଭୁଲ ଚିକିତ୍ସା ଯୋଗୁ ଶିଶୁର ମୃତୁ୍ୟ ହୋଇଥିବା ଡଙ୍ଗାସିଲ ଫାଣ୍ଡିରେ ଅଭିଯୋଗ କରାଯାଇଛି । କ୍ଷତିପୂରଣ ସହ ତୁରନ୍ତ ଦୋଷୀ ବିରୋଧରେ କାର୍ଯ୍ୟାନୁÂାନ ଦାବିରେ ପରିବାର ସହ ଗ୍ରାମବାସୀ ଫାଣ୍ଡି ଆଗରେ ଧାରଣା ଦେଇଛନ୍ତି । ରାତି ସାଢେ଼୭ଟା ସୁଦ୍ଧା ସମାଧାନ ହୋଇ ନଥିବା ଜଣାପଡ଼ିଛି । କୋଡ଼ିପାରି ପଞ୍ଚାୟତ ସାନ କୁମୁଲି ଧାଙ୍ଗଡିସିଲ ଗାଁର ମହାନନ୍ଦ ନାଏକ ଓ ତାଙ୍କ ପନôୀ ଲଳିତା ନିଜ ଶିଶୁପୁତ୍ର(୧୪ମାସ)କୁ ନେଇ ଡଙ୍ଗାସିଲ ପଞ୍ଚାୟତ ବଦଳିଝରଣ ଗାଁକୁ କୁଣିଆ ଯାଇଥିଲେ । ସେଠାରେ ଶିଶୁ ରସିତ ନାଏକକୁ ଜ୍ୱର ହେବାରୁ ନିକଟ ପାଟିଆସିଲ ଗାଁର ମହିଳା ସ୍ୱାସ୍ଥ୍ୟକର୍ମୀ ଏସ.ପଣ୍ଡାଙ୍କ ପାଖକୁ ନେଇଥିଲେ । କର୍ମୀଜଣଙ୍କ ଶିଶୁର ରକ୍ତ ପରୀକ୍ଷା କରି ୨ଟି ବଟିକା ଖୁଆଇଥିଲେ । ଔଷଧ ଖାଇବା ପରେ ଶିଶୁଟି ଛାଟିପିଟି ହାଇ ଗୁରୁତର ହୋଇ ପଡିଥିଲା । ତାଙ୍କୁ ତୁରନ୍ତ ଏକ ଅଟୋରେ ଧରି ୪କିମି ଦୂର ଡଙ୍ଗାସିଲ ପିଏଚସିକୁ ନିଆଯାଇଥିଲା । ସେଠାରେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ । ସମ୍ପୃକ୍ତ କର୍ମୀ ବିରୋଧରେ ଦୃଢ କାର୍ଯାନୁÂାନ ଗ୍ରହଣ କରାଯିବା ସହିତ କ୍ଷତିପୂରଣ ଦେବାକୁ ଦାବି କରାଯାଇଛି । ଏସମ୍ପର୍କରେ କାଶୀପୁର ଗୋÂୀ ସ୍ୱାସ୍ଥ୍ୟ କେନ୍ଦ୍ର ଇନଚାର୍ଜ ନେତ୍ରାନନ୍ଦ ନାୟକଙ୍କୁ ପଚାରିବାରେ ସ୍ୱାସ୍ଥ୍ୟକର୍ମୀଜଣଙ୍କ ଚିକିତ୍ସାରେ ହେଳା ନକରି ଶିଶୁକୁ ଠିକ ଔଷଧ ଦେଇଥିବା କହିଛନ୍ତି । ଅନ୍ୟ କୌଣସି କାରଣରୁ ଶିଶୁର ମୃତୁ୍ୟ ହୋଇଥାଇ ପାରେ ବୋଲି ସେ କହିଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons