ବିରୁଡି ଆକ୍ରମଣରେ ଜଣେ ମୃତ,୨ଆହତ

Get real time updates directly on you device, subscribe now.

ଦଶମନ୍ତପୁର,(ବି.ବି.ନୁ୍ୟଜ): ବିରୁଡ଼ି ଆକ୍ରମଣରେ ଦଶମନ୍ତପୁର ଥାନା ଚାଉଳକାନ୍ତି ଗାଁରେ ଜଣେ ବ୍ୟକ୍ତିଙ୍କ ମୃତୁ୍ୟ ଘଟିଛି । ଏଥିରେ ଗାଁର ଆଉ ୨ଜଣ ଆହତ ହାଇଛନ୍ତି । ମୃତକ ହେଲେ ଲୁକି ମିଣିଆକା(୪୦) । ଆହତମାନେ ହେଲେ ପରମା କୁଲିସିକା ଏବଂ ଅନନ୍ତ ହିକକା । ରବିବାର ଶବ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର କରାଯିବ ବୋଲି ସୂଚନା ମିଳିଛି । ଗ୍ରାମବାସୀ କହିଛନ୍ତି, ଗତ ଶୁକ୍ରବାର ଗାଁର ୭ ଜଣ ସାଙ୍ଗ ହୋଇ ଗାଁ ନିକଟ ପାହାଡ଼କୁ କାଠସଂଗ୍ରହ ଲାଗି ଯାଇଥିଲେ । କାଠସଂଗ୍ରହ ବେଳେ ଏକ ଗଛରେ ଥିବା ବିରୁଡ଼ି ମାନେ ସମସ୍ତଙ୍କୁ ଆକ୍ରମଣ କରିଥିଲେ । ଆକ୍ରମଣର ଶିକାର ହୋଇ ପ୍ରାଣ ବିକଳରେ ସମସ୍ତେ ଘରକୁ ଧାଇଁ ପଳାଇଥିଲେ । ଲୁକିଙ୍କୁ ଅଧିକ ଆକ୍ରମଣ କରିବାରୁ ସେ ଗୁରୁତର ହୋଇ ପଡ଼ିଥିଲେ ।

Get real time updates directly on you device, subscribe now.

Comments are closed.

Show Buttons
Hide Buttons