ଦଳ ଛାଡିବା ପ୍ରଶ୍ନ ଉଠୁନି: ମାଲା ମାଢି

Get real time updates directly on you device, subscribe now.

କାଲିମେଳା,(ବି.ବି.ନୁ୍ୟଜ): ମାଲକାନଗିରି ଜିଲ୍ଲାରେ ଭୁଶୁଡିବାରେ ଲାଗିଛି କଂଗ୍ରେସର ଗଡ । ଜଣକ ପରେ ଜଣେ ଦଳରୁ ଇସ୍ତଫା ଦେଉଥିବାରୁ ଜିଲ୍ଲାରେ ଦଳର ସ୍ଥିତିନେଇ ନାନା ମତ ପ୍ରକାଶ ପାଉଛି । ଆଗକୁ ଆହୁରି ନେତା ଓ କର୍ମୀ ଦଳ ଛାଡିବା ନେଇ ଚର୍ଚ୍ଚା ହେଉଥିବାବେଳେ ମାଲକାନଗିରି ନିର୍ବାଚନମଣ୍ଡଳୀ ବିଧାୟକ ପ୍ରାର୍ଥୀ ତଥା ବର୍ତ୍ତମାନର କାଲିମେଳା ବ୍ଲକ ଅଧ୍ୟକ୍ଷ ମାଲା ମାଢି ଦଳ ଛାଡ଼ିବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି । ଏ ନେଇ ପ୍ରଶ୍ନ ଉଠୁନି ବୋଲି ସେ କହିଛନ୍ତି । ଅବିଭକ୍ତ କୋରାପୁଟ ଜିଲ୍ଲାର ଟାଣୁଆ ନେତା ତଥା ପୂର୍ବତନ ନବରଙ୍ଗପୁର ସାଂସଦ ପ୍ରଦୀପ ମାଝି ନିକଟରେ ଦଳରୁ ଇସ୍ତଫା ଦେଇଛନ୍ତି । ବର୍ତ୍ତମାନ ସୁଦ୍ଧା ଜିଲାରୁ କାଲିମେଳାର ପୂର୍ବତନ ବ୍ଲକ ସଭାପତି ବାବାଜୀଚରଣ ମଲ୍ଲିକ, ଜିଲ୍ଲା କାର୍ଯ୍ୟକାରିଣୀ ସଭାପତି ରାମ ପଟ୍ଟନାୟ. ମାଲକାନଗିରି ବ୍ଲକ ସଭାପତି ନୀଳକଣ୍ଠ ଝଲା, ଚିତ୍ରକୋଣ୍ଡା ବିଧାୟିକା ପ୍ରାର୍ଥୀ ତଥା ମାଲକାନଗିରି ବ୍ଲକ ଅଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ନାୟକ, ପଡିଆ ବ୍ଲକ ସଭାପତି ଏମ୍ଡି ଫାରୁକ ପ୍ରମୁଖ ଦଳରୁ ଇସ୍ତଫା ଦେଇସାରିଛନ୍ତି । ପଞ୍ଚାୟତ ନିର୍ବାଚନ ପାଖେଇ ଆସୁଥିବାରୁ ଦଳପ୍ରତି ଏହା ବଡ ଝଟକା ବୋଲି ବିଭିନ୍ନ ମହଲରେ ଆଲୋଚନା ହେଉଛି । ଏହାକୁ ନେଇ ମାଲା ମାଢି କହିଛନ୍ତି, ନେତା ଓ କର୍ମୀ ଦଳ ଛାଡୁଥିବା ନିଶ୍ଚିତଭାବେ ଚିନ୍ତାର କାରଣ । ଆଗାମୀ ଦିନରେ ଦଳର ପୁନରୁତ୍ଥାନ ହେବ । କଂଗ୍ରେସର ସ୍ୱତନ୍ତ୍ର ବିଚାରଧାରା ରହିଛି । ଯାହା ଏବେବି ଲୋକଙ୍କୁ ଅନୁପ୍ରାଣିତ କରୁଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons