ଉପକୂଳ ସମୁଦ୍ରରେ କଇଁଛଙ୍କ ମିଳନ:ସୁରକ୍ଷା ଢିଲା

Get real time updates directly on you device, subscribe now.

ପୁରୀ,(ବି.ବି.ବୁ୍ୟରୋ): ଉପକୂଳ ସମୁଦ୍ରରେ ପ୍ରଶାନ୍ତ ମହାସାଗରୀୟ ବିରଳ ପ୍ରଜାତିର ଅଲିଭ୍ ରିଡ୍ଲେ ସାମୁଦ୍ରିକ କଇଁଛ ମିଳନ ଆରମ୍ଭ ହୋଇଛି । ଅକ୍ଟୋବର ମଧ୍ୟଭାଗରୁ ପୁରୀ ଜିଲ୍ଲାର ଦେବୀ ମୁହାଣରୁ ଚିଲିକା ମୁହାଣ ପର୍ଯ୍ୟନ୍ତ ଏହି ମିଳନ ପର୍ବ ଚାଲିଛି । ବିରଳ ପ୍ରଜାତିର ଏହି କଇଁଛଙ୍କୁ ସୁରକ୍ଷା ଦେବାକୁ କେନ୍ଦ୍ରୀୟ ପରିବେଶ ଆଇନରେ ସ୍ୱଷ୍ଟ ନିଦେ୍ର୍ଧଶ ରହିଛି । ମିଳନ ପର୍ବ ଆରମ୍ଭ ହୋଇଥିବା ବେଳେ ଉପକୂଳ ସମୁଦ୍ରରେ କଇଁଛ ସୁରକ୍ଷା ପାଟ୍ରୋଲିଂ କିନ୍ତୁ ଆରମ୍ଭ ହୋଇନାହିଁ ।
ଏନେଇ ବାଲୁଖଣ୍ଡ ଡିଏଫ୍ଓ ରାମସ୍ୱାମୀ କହିଛନ୍ତି ସୁରକ୍ଷା ରୂପରେଖ ପ୍ରସ୍ତୁତ ହୋଇସାରିଛି । ଆସନ୍ତା ଏକ ତାରିଖରୁ ଅଲିଭ୍ ରିଡ୍ଲେ ସମୁଦ୍ରିକ କଇଁଛ ସୁରକ୍ଷା ବ୍ୟବସ୍ଥା ଲାଗୁ ହେବ ବୋଲି ସେ ସୂଚନା ଦେଇଛନ୍ତି ।
ଖବର ମୁତାବକ କଇଁଛ ମିଳନ ପର୍ବ ଅବସରରେ ପୁରୀ ଜିଲ୍ଲା ଉପକୂଳରେ ମାଛ ଧରା ଟ୍ରଲର ଚଳାଚଳ ଉପରେ କଟକଣା ଲାଗୁ ହେବ । ବେଳାଭୂମିଠାରୁ ୨୦ କିମି ସମୁଦ୍ର ଭିତର ପର୍ଯ୍ୟନ୍ତ ବଡ଼ ମାଛ ଧରା ଟ୍ରଲର ପ୍ରବେଶ କରିପାରିବ ନାହିଁ । ତା ବ୍ୟତୀତ ଛୋଟ ଛୋଟ ମାଛ ଧରା ଡଙ୍ଗାଗୁଡିକ ପାଞ୍ଚ କିମିରୁ ଅଧିକ ଗଭୀରକୁ ପ୍ରବେଶ ଉପରେ ବାରଣ କରାଯିବ ବୋଲି ଖବର ମିଳିଛି । ସେହିଭଳି ଉପକୂଳରେ ମିଳିତ ପାଟ୍ରୋଲିଂ ଦଳର ଅସ୍ଥାୟୀ ଶିବିର ବି ସ୍ଥାପନ କରାଯିବ ।
ଦେବୀ ମୁହାଣରୁ ଋଷିକୂଲ୍ୟା ମୁହାଣ ପର୍ଯ୍ୟନ୍ତ ପ୍ରତିବର୍ଷ ଦଶ ଲକ୍ଷରୁ ଅଧିକ ଅଲିଭ୍ ରିଡ୍ଲେ କଇଁଛ ସମାଗମ ହେଉଥିବାର ରେକର୍ଡ ରହିଛି । ମତ୍ସ୍ୟଜୀବୀମାନେ କହିଛନ୍ତି ହଜାର ହଜାର ସଂଖ୍ୟାରେ କଇଁଛ ଉପକୂଳ ସମୁଦ୍ରକୁ ମାଡି ଆସୁଛନ୍ତି । ପାଖାପାଖି ଶହେ କିମି ଇଲାକାରେ ଏହି ମିଳନ ପର୍ବ ଚାଲିବ । କଇଁଛଙ୍କୁ ସୁରକ୍ଷା ଦେବାକୁ ଆାବଶ୍ୟକ ସଂଖ୍ୟକ ପାଟ୍ରେ୍ରାଲିଂ ଟ୍ରଲର ନିୟୋଜିତ ହେବ ବୋଲି ସୂଚନା ମିଳିଛି । ଚଳିତବର୍ଷ ଦେବୀ ମୁହାଣରୁ ପ୍ରାଚୀ ମୁହାଣ ଦେଇ ଚନ୍ଦ୍ରଭାଗା, ପୁରୀ, ଚିଲିକା ମହାଣ ପର୍ଯ୍ୟନ୍ତ ପାଟ୍ରୋଲିଂ ବ୍ୟବସ୍ଥା ପାଇଁ ପରିବେଶବିତମାନେ ଦାବି କରିଛନ୍ତି ।
ସୁରକ୍ଷା ପେଟ୍ରୋଲିଂରେ ବନ ବିଭାଗ, ମତ୍ସ୍ୟ ବିଭାଗ, ପୁଲିସର ମିଳିତ ପାଟ୍ରୋଲିଂ ହେବ । ଏହା ବ୍ୟତୀତ କୋଷ୍ଟଗାର୍ଡ ପାରାଦୀପରୁ ଆସି ଉପକୂଳଠାରୁ କୋଡିଏ କିମି ଦୂର ସମୁଦ୍ରରେ ପାଟ୍ରୋଲିଂ କରିବାର ପ୍ରସ୍ତାବ ରହିଛି । ଏବେ ପାଟ୍ରୋଲିଂ ଆରମ୍ଭ ହୋଇ ନଥିବାରୁ ନିଷିଦ୍ଧାଞ୍ଚଳକୁ ବେଆଇନ ଟ୍ରଲର ଅନୁପ୍ରବେଶ ଆଶଙ୍କା ଲାଗିରହିଛି । ଗତବର୍ଷ ହୁଗୁଳା ସୁରକ୍ଷାର ସୁଯୋଗ ନେଇ ଉପକୂଳର ନିଷିଦ୍ଧାଞ୍ଚଳକୁ ମାଛ ଧରା ଟ୍ରଲର ପ୍ରବେଶ କରିବାକୁ କଇଁଛ ମୃତୁ୍ୟ ହାର ବଢ଼ିଥିଲା । ଡିସେମ୍ବର ପର୍ଯ୍ୟନ୍ତ ମିଳନ ପର୍ବ ଚାଲିବ । କଇଁଛ ଅକାଳ ମୃତ୍ୟ ରୋକିବାକୁ ପ୍ରତିକାର ବ୍ୟବସ୍ଥା କରିବାକୁ ଦାବି ହୋଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons