ପୁଲିସ ପଞ୍ଝାରେ ଗ୍ୟାଙ୍ଗଷ୍ଟର୍ ପପୁ ସିଂ

Get real time updates directly on you device, subscribe now.

ଜଗତସିଂହପୁର,(ବି.ବି.ନୁ୍ୟଜ): ବାରମ୍ବାର ଜେଲ୍ ଯାଇ ଜାମିନ୍ରେ ମୁକୁଳୁଥିବା ପପୁ ସିଂକୁ ପୁଣି କାବୁ କରିଛି ଜଗତସିଂହପୁର ପୁଲିସ । ପପୁ ନିକଟରୁ ଏକ ଦାମୀ ବାଇକ୍କୁ ପୁଲିିସ ନିଜ ହେପାଜତ୍କୁ ନେଇଛି । ଉକ୍ତ ବାଇକ୍ କଟକ ଜଗତପୁର ଥାନା ଅଞ୍ଚଳରୁ ଚୋରି ହୋଇଥିବା ପୁଲିସ ସନେ୍ଦହ କରି ସେଠାକାର ପୁଲିସକୁ ଅବଗତ କରିଛି । ଏ ବାବଦରେ ସ୍ଥାନୀୟ ପୁଲିସ ଅଧିକ ଖୋଳତାଡ଼ କରି ଅନ୍ୟ ଏକ ଦାମୀ ବାଇକ୍ ଆଉ ଜଣେ ଯୁବକଙ୍କ ଅଧୀନରେ ରହିଥିବା ଜାଣିବାକୁ ପାଇଛି । ଏ ସଂକ୍ରାନ୍ତରେ ପୁଲିସ ପପୁଠାରୁ ପ୍ରକୃତ ସତ୍ୟ ଜାଣିବାକୁ ଜେରା ଚଳାଇଥିବା ନିର୍ଭରଯୋଗ୍ୟ ସୂତ୍ରରୁ ଖବର ମିଳିଛି ।
ଜଗତସିଂହପୁର ବ୍ଲକ ସିଂହାରପୁର ପଞ୍ଚାୟତର ପପୁ ସିଂ ନାମରେ ଜିଲ୍ଲା ଏବଂ ଜିଲ୍ଳା ବାହାର ବହୁ ଥାନାରେ ଅନେକ ମାମଲା ରହିଛି । ଅନେକଥର ଜେଲ୍ରେ ରହିବା ସତ୍ତେ୍ୱ ବି ସେ ନିଜର ଗ୍ୟାଙ୍ଗ୍କୁ ବାହାରେ ସକ୍ରିୟ ରଖିବାରେ ସକ୍ଷମ ହୋଇ ଆସୁଛି । ସମ୍ଭବତଃ ଏହି କାରଣରୁ ଜେଲ୍ରୁ ବାହାରକୁ ବାହାରିବା ମାତ୍ରେ ସେ ଅପରାଧ ଘଟାଉଥିବା ଜଗତସିଂହପୁର ଥାନାଧିକାରୀ ପ୍ରଭାସ ଚନ୍ଦ୍ର ସାହୁ ସନେ୍ଦହ କରିଛନ୍ତିି । ଗତକାଲି ପପୁ ସିଂହାରପୁର ଅଞ୍ଚଳରେ ଘୂରି ବୁଲୁଥିବା ପୁଲିସ ନଜରକୁ ଆସିଥିଲା । ଏହା ପୂର୍ବରୁ ବି ସେ ନିଜ ଘରେ ରହି ନୂଆପୋଲ ବଜାରରେ ଉତ୍ପାତ କରିଥିଲା । ସେଥିନେଇ ପୁଲିସ ତା’କୁ ବାନ୍ଧି କୋର୍ଟଚାଲାଣ କରିଥିଲେ । କୋର୍ଟରୁ ଜାମିନ୍ ପାଇବା ପରେ ସେ ପଦାକୁ ଆସିବା ସହ କଟକ ଜିଲ୍ଲାରେ ସକ୍ରିୟ ରହି ଏକ ବାଇକ୍କୁ ଚୋରି କରି ଆଣିଥିବା ପୁଲିସ ସ୍କାନର୍କୁ ଆସିଛି । ଜଗତସିଂହପୁର ପୁଲିସ ଦ୍ୱାରା ଗିରଫ ହେବା ପରେ ଆଗଭଳି ଆଉ ଅଞ୍ଚଳରେ ଅପରାଧ କରିବ ନାହିଁ ପପୁ ପୁଲିସକୁ ନିର୍ଭର ପ୍ରତିଶ୍ରୁତି ଦେଇଥିଲା । ତେବେ ଏହା ଛଳନା ବୋଲି ପୁଲିସ ଧରିପାରି ନଥିଲା । ଗତକାଲି ବ୍ରାଉନ୍ସୁଗର୍ ସେବନ କରିବା ସମୟରେ ଜଗତସିଂହପୁର ଥାନାଧିକାରୀଙ୍କ ନିଦେ୍ର୍ଧଶ କ୍ରମେ ତରିକୁନ୍ଦ ପୁଲିସ ଟିମ୍ ପପୁକୁ ନିଜ କବ୍ଜାକୁ ନେଇଥିଲେ । ଏଣେ ପପୁ ସିଂ ବିରୋଧରେ ତା’ର ପତ୍ନୀ ମିନତୀ ସିଂ ଯୌତୁକ ନିର୍ଯାତନା ଅଭିଯୋଗ ଆଣିଛନ୍ତି । ଅଭିଯୋଗକୁ ଭିତ୍ତି କରି ପୁଲିସ ପପୁ ବିରୋଧରେ ମାମଲା ରୁଜୁ କରିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons