ବଧୂହତ୍ୟା ଅଭିଯୋଗ: ସ୍ୱାମୀ, ଶ୍ୱଶୁର ଅଟକ

Get real time updates directly on you device, subscribe now.

ରସୁଲପୁର, (ବି.ବି.ନୁ୍ୟଜ): ରସୁଲପୁର ବ୍ଲକ୍ କଲଣ ଗ୍ରାମର ରମାକାନ୍ତ ସାହୁଙ୍କ ସ୍ତ୍ରୀ ଇତିଶ୍ରୀ(୨୮) ଶୁକ୍ରବାର ସକାଳ ସମୟରେ ପୋଡ଼ି ହୋଇଯାଇଥିଲେ । ପରିବାର ଲୋକ ତାଙ୍କୁ ଧର୍ମଶାଳା ଡାକ୍ତରଖାନା ନେଇଥିଲେ । ସେଠାରେ ଡାକ୍ତର ପ୍ରାଥମିକ ଚିକିତ୍ସା କରିବା ପରେ କଟକ ବଡ଼ଡାକ୍ତରଖାନା ସ୍ଥାନାନ୍ତର କରିଥିଲେ । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଇତିଶ୍ରୀଙ୍କର ମୃତୁ୍ୟ ହୋଇଥିଲା । ଅଧିକ ଯୌତୁକ ପାଇଁ ଇତିଶ୍ରୀଙ୍କୁ ଶାଶୂଘର ଲୋକ ପୋଡ଼ି ମାରିଦେଇଛନ୍ତି ବୋଲି କୁଆଖିଆ ଥାନାରେ ଅଭିଯୋଗ କରିଛନ୍ତି ।
ବିଞ୍ଝାରପୁର ଥାନା ନାଉପାଳ ଗ୍ରାମର ରସାନନ୍ଦ ସାହୁଙ୍କ ଝିଅ ଇତିଶ୍ରୀ ସାହୁ (୨୮)ଙ୍କର ୨୦୨୦ ଫେବ୍ରୁଆରୀ ୨୪ତାରିଖରେ କଲଣ ଗ୍ରାମର ଗଜେନ୍ଦ୍ର ସାହୁଙ୍କ ପୁଅ ରମାକାନ୍ତଙ୍କ ସହ ବୈଦିକ ମତେ ବିବାହ ହୋଇଥିଲା । ବାହାଘରର କିଛିଦିନ ପରେ ଶାଶୂଘର ଲୋକେ ଅଧିକ ଦେଢ ଲକ୍ଷ ଟଙ୍କା ଯୌତୁକ ଦାବି କରି ଇତିଶ୍ରୀଙ୍କୁ ନିର୍ଯାତନା ଦେଉଥିଲେ । ଅଧିକ ଯୌତୁକ ନମିଳିବାରୁ ଇତିଶ୍ରୀକୁ ତା’ର ଶ୍ୱଶୁର ଗଜେନ୍ଦ୍ର, ଶାଶୁ କାଞ୍ଚନ, ସ୍ୱାମୀ ରମାକାନ୍ତ, ବଡ଼ ନଣନ୍ଦ ସସ୍ମିତା ଓ ତାଙ୍କ ସ୍ୱାମୀ ପ୍ରଶାନ୍ତ, ମଝିଆ ନଣନ୍ଦ ପୁଷ୍ପ ଓ ତାଙ୍କ ସ୍ୱାମୀ ଅଚୁ୍ୟତାନନ୍ଦ, ସାନ ନଣନ୍ଦ ରୁପଶ୍ରୀ ଓ ତାଙ୍କ ସ୍ୱାମୀ ବିଜୟ ସାହୁ ମିଳିତ ଭାବେ ଇତିଶ୍ରୀକୁ ପୋଡ଼ି ମାରିଦେଇଥିବା ନେଇ ଶୁକ୍ରବାର ରାତିରେ କୁଆଖିଆ ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗକୁ ଭିତ୍ତି କରି କୁଆଖିଆ ଥାନାଅଧିକାରୀ ମନୋଜ କୁମାର ସ୍ୱାଇଁ ଏହି ଘଟଣାର ତଦନ୍ତ ଜାରି ରଖିଛନ୍ତି । ପୁଲିସ ୩୫୯/୨୧ରେ ମାମଲା ରୁଜୁ କରି ଇତିଶ୍ରୀଙ୍କ ସ୍ୱାମୀ ରମାକାନ୍ତ ଓ ଶ୍ୱଶୁର ଗଜେନ୍ଦ୍ରକୁ ଥାନାରେ ଅଟକ ରଖି ପଚରାଉଚୁରା କରୁଥିବା ଜଣାପଡ଼ିଛି ।
କଟକ ବଡ଼ ଡାକ୍ତରଖାନାରେ ମୃତୁ୍ୟ ହେବା ପରେ କଟକ ମଙ୍ଗଳାବାଗ ଥାନାରେ ଏକ ଅପମୃତୁ୍ୟ ମାମଲା ରୁଜ୍ଜୁ ହୋଇଥିଲା । କଟକ ମେଡିକାଲରେ ମାଜିଷ୍ଟେ୍ରଟଙ୍କ ଉପସ୍ଥିତିରେ ଶବ ବ୍ୟବଛେଦ କରାଯାଇଥିଲା । ପରେ ଶବ ସ+ାରପାଇଁ ବାପଘର ଲୋକଙ୍କୁ ଇତିଶ୍ରୀଙ୍କ ମରଶରୀରକୁ ଦିଆଯାଇଛି । ତାଙ୍କର ୩ମାସର ଶିଶୁ କନ୍ୟା ଅଛି । ଇତିଶ୍ରୀଙ୍କ ସ୍ୱାମୀ ରମାକାନ୍ତ ରାଜସ୍ଥାନର ଉଦୟପୁରସ୍ଥିତ ଏକ ହୋଟେଲରେ ଚାକିରି କରୁଛନ୍ତି । ଯାଜପୁର ଅତିରିକ୍ତ ଏସ୍ପି ବାଉରୀ ବନ୍ଧୁ ବେହେରା, କୁଆଖିଆ ଥାନା ଅଧିକାରୀ ଶ୍ରୀ ସ୍ୱାଇଁ, କଟକରୁ ଆସିଥିବା ସାଇଣ୍ଟିଫିକ ଟିମ୍ କଲଣସ୍ଥିତ ଇତିଶ୍ରୀଙ୍କ ଶାଶୂ ଘରେ ପହଞ୍ଚ ତଦନ୍ତ ଜାରି ରଖିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons