ବିଏମସିରେ ଶପଥ ନେଲେ ମେୟର ଓ କର୍ପୋରେଟର

Get real time updates directly on you device, subscribe now.

ବ୍ରହ୍ମପୁର, (ବି.ବି.ବୁ୍ୟରୋ): ବ୍ରହ୍ମପୁର ମହାନଗର ନିଗମର ନବ ନିର୍ବାଚିତ ମେୟର ଓ କର୍ପୋରେଟର ଆଜି ଶପଥ ନେଇଛନ୍ତି । କାର୍ଯ୍ୟରେ ସ୍ୱଚ୍ଛତା ଓ ନିରପେକ୍ଷତା ଅବଲମ୍ବନ କରି ସ୍ୱଚ୍ଛ ଶାସନ ପ୍ରତିÂା କରିବାକୁ ନିର୍ବାଚିତ ମାନେ ଶପଥ କରିଛନ୍ତି । ପୌର ପ୍ରଶାସନ ନିଦେ୍ର୍ଧଶକ ସଂଗ୍ରାମଜିତ୍ ନାୟକ ନିର୍ବାଚିତ ପ୍ରତିନିଧି ମାନଙ୍କୁ ଶପଥ କରାଇଥିଲେ । ବିଏମ୍ସି କମିଶନର ଡ.ସିଦେ୍ଧଶ୍ୱର ବଳିରାମ ବୋନ୍ଦର ଓ ଡେପୁଟି କମିଶନର ଅଦୈତ୍ୟ କୁମାର ସ୍ୱାଇଁ ଉପସ୍ଥିତ ଥିଲେ ।
ବିଜେଡି ମେୟର ସଂଘମିତ୍ରା ଦଳେଇ ଓ ୩୦ଜଣ କର୍ପୋରେଟର ସକାଳେ ବ୍ରହ୍ମପୁରର ଅଧିÂାତ୍ରୀ ଦେବୀ ମା’ ବୁଢ଼ି ଠାକୁରାଣୀଙ୍କ ମନ୍ଦିରକୁ ଯାଇଥିଲେ । ବିଜେଡି ଜିଲ୍ଲା ସଭାପତି ଡା.ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ, ବିଧାୟକ ବିକ୍ରମ କୁମାର ପଣ୍ଡା, ମୁଖ୍ୟମନ୍ତ୍ରୀଙ୍କ ରାଜନୈତିକ ସଚିବ ଗୋପବନ୍ଧୁ ଦାସଙ୍କ ସହ ବହୁ ଦଳୀୟ ନେତା ଉପସ୍ଥିତ ଥିଲେ । ଠାକୁରାଣୀଙ୍କ ଆଶୀର୍ବାଦ ନେଇ ପଟୁଆରରେ ବିଏମ୍ସିକୁ ଆସିଥିଲେ । ଏଠାରେ ନିର୍ମିତ ନୂତନ କର୍ପୋରେସନ୍ ସମ୍ମିଳନୀ କକ୍ଷରେ ସମସ୍ତେ ପ୍ରବେଶ କରିଥିଲେ । ସେହିପରି ବିଜେପି କର୍ପୋରେଟର ମାନେ ରାମଲିଙ୍ଗେଶ୍ୱର ନିକଟ ହନୁମାନ ମନ୍ଦିରରୁ ପଟୁଆରରେ ଆସି ସମ୍ମିଳନୀ କକ୍ଷକୁ ଯାଇଥିଲେ । ବିଜେପି ପୂର୍ବତନ ଜିଲ୍ଲା ସଭାପତି କାହ୍ନୁ ଚରଣ ପତିଙ୍କ ସହ ବହୁ ଦଳୀୟ ନେତା ଓ କର୍ମୀ ଉପସ୍ଥିତ ଥିଲେ । ପୌର ପ୍ରଶାସନ ନିଦେ୍ର୍ଧଶକ ସଂଗ୍ରାମଜିତ୍ ନାୟକ ସମସ୍ତ ନିର୍ବାଚିତ ପ୍ରତିନିଧି ମାନଙ୍କୁ ଶପଥ ପାଠ କରାଇଥିଲେ । ନବ ନିର୍ବାଚିତ ପ୍ରତିନିଧି ମାନଙ୍କୁ ବିଏମ୍ସି ପକ୍ଷରୁ ସ୍ୱାଗତ କରାଯାଇଥିଲା । କର୍ପୋରେସନ୍ ହଲ୍କୁ ସୁନ୍ଦର ଭାବେ ସଜ୍ଜିତ କରାଯିବା ସହ କର୍ପୋରେଟର ମାନଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ କରିଥିଲେ ବିଏମ୍ସି ଅଧିକାରୀ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons