ଖଲିକୋଟ, (ବି.ବି.ନ୍ୟୁଜ୍): ଖଲିକୋଟ ଥାନା ଅନ୍ତର୍ଗତ କେଶପୁର ନିକଟରେ ଏକ ଗୋରୁ ବୋଝେଇ ଟ୍ରକ୍ ଜବତ କରିଛି ପୁଲିସ । ଶନିବାର ସକାଳେ ପୁଲିସ ପାଟ୍ରୋଲିଂ କରୁଥିବା ସମୟରେ ବିଭିନ୍ନ ଟ୍ରକ୍ ଯାଞ୍ଚ କରୁଥିଲା । ଯାଞ୍ଚ ସମୟରେ ଆନ୍ଧ୍ରପ୍ରଦେଶରୁ ପଶ୍ଚିମବଙ୍ଗ ଯାଉଥିବା ଏକ ଗୋରୁ ବୋଝେଇ ଟ୍ରକ୍ (ୟୁପି୧୯ଟି-୨୫୦୬) ଜବତ କରିଥିଲା ପୁଲିସ । ଟ୍ରକ୍ ଡ୍ରାଇଭର୍ ସମେତ ୭ ଜଣ ଗୋରୁ ଦଲାଲ ଗିରଫ ହୋଇଛନ୍ତି । ଉଦ୍ଧାର ହୋଇଛନ୍ତି ଦୁଇଟି ବଳଦ ଓ ୧୫ଟି ଗାଈ । ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ରହିଛନ୍ତି ପୁରୀ ଜିଲ୍ଲା ସତ୍ୟବାଦୀ ଥାନା ଅଞ୍ଚଳର ଏସ୍.କେ. ସକିଲ, ରାକେଶ କୁମାର ସାହୁ, ଏସ୍.କେ. ପାନା୍ନ, ରସିଦ ଖାନ୍, ଏସ୍. କେ. ରାଜୁ, ମୁଜାଫରନଗରର ମହମ୍ମଦ ଆଶୁ ଓ ଉତ୍ତରପ୍ରଦେଶର ଟ୍ରକ୍ ଡ୍ରାଇଭର ରାଜ କିରଣ । ଏନେଇ ଥାନାରେ କେସ୍ ନମ୍ବର ୧୮୫/୨୦୧୯ ରୁଜୁ କରି ଗିରଫ ଅଭିଯୁକ୍ତମାନଙ୍କୁ ଶନିବାର କୋର୍ଟଚାଲାଣ କରାଯାଇଥିବା ଥାନା ଅଧିକାରୀ ସୁନିଲ କୁମାର ବେହେରା ସୂଚନା ଦେଇଛନ୍ତି ।
ପ୍ରାପ୍ତ ସୂଚନା ଅନୁଯାୟୀ ଜବତ ଟ୍ରକ୍ର ଆଗପଟେ ଗୋଟିଏ ରେଜିଷ୍ଟ୍ରେସନ୍ ନମ୍ବର ଥିବା ବେଳେ ପଛପଟେ ଅନ୍ୟ ଏକ ନମ୍ବର ଥିôବା ପୁଲିସ କହିଛି । ଟ୍ରକ୍ରେ ବୋଝେଇ ହୋଇଥିବା ଗୋରୁଙ୍କ ପାଟି ଓ ଗୋଡ଼ରେ ଦଉଡ଼ି ବନ୍ଧା ଯାଇଥିଲା । ଖଲିକୋଟ ପୁଲିସ ଉକ୍ତ ଗୋରୁଗୁଡ଼ିକୁ ଭୁବନେଶ୍ୱର ଏମ୍ସ୍ ନିକଟବର୍ତ୍ତି ପିପୁଲ୍ସ୍ ଫର୍ ଆନିମଲ୍ ସଂସ୍ଥା ହେପାଜତକୁ ପଠାଇ ଦେଇଛି । ଚଢ଼ଉରେ ଥାନା ଅଧିକାରୀ ସୁନିଲ କୁମାର ବେହେରାଙ୍କ ନେତୃତ୍ୱରେ ଏସ୍ଆଇ ସିଲୁ ଧଳ, ଏଏସ୍ଆଇ ଡିଏମ୍ଆର୍. ଦୋରା, କନେଷ୍ଟବଲ୍ ଟୁକୁନା ସେଠୀ ଓ ବିରଞ୍ଚି ବେହେରା ପ୍ରମୁଖ ସାମିଲ ହୋଇଥିଲେ ।
Comments are closed, but trackbacks and pingbacks are open.